Posted inଜାତୀୟ

ପୁଅ ପାଇଁ ନ୍ୟାୟ ଭିକ୍ଷା କରି ୩୫୦ କିଲୋମିଟର ଚାଲିଲେ ୮୧ ବର୍ଷୀୟ ପିତା

ଜୟପୁର,୨୩।୭: ରାଜସ୍ଥାନ ହନୁମାନଗଡ଼ ଜିଲାରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ମୃତକଙ୍କ ପିତା ନ୍ୟାୟ ଭିକ୍ଷା ପାଇଁ ବିଧାନସଭା ଘେରାଉ କରିଛନ୍ତି। ମୃତକ ହେଉଛନ୍ତି ରାମସ୍ବରୂପଙ୍କ ପୁଅ ପବନ ବ୍ୟାସ। ହନୁମାନଗଡ଼ରୁ ଜୟପୁର ବିଧାନସଭା ପର୍ଯ୍ୟନ୍ତ ପ୍ରାୟ ୩୫୦ କିଲୋମିଟର ଚାଲି ଚାଲି ଆସି ପିତା ରାମସ୍ବରୂପ ସୋମବାରରୁ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ, ହନୁମାନଗଡ଼ ଜିଲା ନୋହର ତହସିଲର ଜସରା ଗଁାରେ ଅକ୍ଟୋବର୨୦୧୭ରେ ତାଙ୍କ ପୁଅ ପବନ ବ୍ୟାସଙ୍କୁ ଦିନଦ୍ୱିପହରେ ହତ୍ୟା କରାଯାଇଥିଲା। ଘଟଣା ପରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯିବା ପରେ ଚାପରେ ଆସି ସରକାର ଏହି ମାମଲାର ତଦନ୍ତ ପୋଲିସର ସ୍ପେଶିଆଲ ଅପରେଶନ୍‌ ଗ୍ରୁପକୁ ହସ୍ତାନ୍ତର କରିଛନ୍ତି। ଖୁବ୍‌ଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ପୀଡ଼ିତ ପିତାଙ୍କୁ ନ୍ୟାୟ ମିଳିବ ବୋଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶାନ୍ତିଲାଲ ଧରିଓ୍ବାଲ ଅଶ୍ୱାସନା ଦେଇଛନ୍ତି।


All Right Reserved By Dharitri.Com

ଦେଶର ଅର୍ଥବ୍ୟବସ୍ଥା ଆଇସିୟୁରେ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୮।୨: ଦେଶର ଅର୍ଥବ୍ୟବସ୍ଥା ଅତି ସଙ୍କଟ ଜନକ ସ୍ଥିତିରେ ଆଇସିୟୁରେ ଭର୍ତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗରିବଙ୍କ ବିରୋଧୀ। ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି...

କ୍ରିକେଟ ଆଉ ରାଜନୀତିରେ କିଛି ବି ହୋଇପାରେ : ଗଡକରି

ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଇତିହାସକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ନୀତିନ ଗଡକରି...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଲୋକଙ୍କ ଉପରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୩।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ହୀରାନଗର ସେକ୍ଟରରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟ କରି...

ଏମିତି ଶିବଲିଙ୍ଗ ଯାହାର ଚାରିପଟେ ଥରେ ବୁଲିଆସିବାକୁ ଲାଗେ ୧୫ ଦିନ…

ଏପରି ଏକ ଶିବମନ୍ଦିର ଯାହା ମନ୍ଦିର ପାଇଁ ନୁହେଁ ବରଂ ଶିବଲିଙ୍ଗ ଲାଗି ପ୍ରସିଦ୍ଧ ଲାଭ କରିଛି। ଲୋକମାନଙ୍କୁ ଏହି ଶିବଲିଙ୍ଗ ଚାରିପଟେ ପରିକ୍ରମା କରିବାକୁ...

ଚନ୍ଦ୍ରୟାନ-୨ ମିଶନ ବିଫଳ: ମୋଦିଙ୍କୁ ଧରି କାନ୍ଦିଲେ ସିବନ୍‌

ଶ୍ରୀହରିକୋଟା,୭।୯: ଭାରତର ବହୁ ପ୍ରତିକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠର ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି। ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ...

୨୦୨୧ରେ ହେବ ଡିଜିଟାଲ ଜନଗଣନା: ଶାହ

ନୂଆଦିଲ୍ଲୀ,୨୩।୯: ଆସନ୍ତା ୨୦୨୧ରେ ଦେଶରେ ଡିଜିଟାଲ ଜନଗଣନା କରାଯିବ। ଏଥିରେ ମୋବାଇଲ୍‌ ଆପ୍‌ ବ୍ୟବହୃତ ହେବ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଏହା...

ଏଲ୍‌ଓସିରେ ଯବାନ ଶହୀଦ

ଜମ୍ମୁ,୧୨ା୧୦(ପି.ଟି.): ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ପାକିସ୍ତାନ ଶୁକ୍ରବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଯବାନ ଶହୀଦ ଓ ଦୁଇ ଆହତ ହୋଇଛନ୍ତି।...

ବିବାହରେ ନିଜ ଓଜନର ବହି ମାଗିଲେ କନ୍ୟା

ଗାନ୍ଧିନଗର,୧୩।୨: ବିବାହରେ ଜଣେ କନ୍ୟା ବାପାଙ୍କୁ କୌଣସି ମୂଲ୍ୟବାନ ଦ୍ରବ୍ୟ ବଦଳରେ ନିଜ ଓଜନର ବହି ମାଗିଛନ୍ତି। ଏଭଳି ଘଟଣା ଗୁଜରାଟରେ ଘଟିଛି। ଏହା ଏବେ...

Leave a comment

Your email address will not be published. Required fields are marked *