ବର୍ଷାଦିନେ ପ୍ରଫେସନାଲ ଏବଂ ଷ୍ଟାଇଲିଶ ଲୁକ୍‌ ପାଇବା ପାଇଁ ଆପଣାନ୍ତୁ କିଛି ଫ୍ୟାଶନ ଟିପ୍ସ…

ବର୍ଷାଦିନେ ନୀଳ, ଲାଲ୍‌, କମଳା ରଙ୍ଗର କପଡ଼ା ପିନ୍ଧନ୍ତୁ। ଧଳାରଙ୍ଗର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ବର୍ଷାରେ ଏହା ଖୁବ୍‌ ଶୀଘ୍ର ନଷ୍ଟହେବା ସମ୍ଭାବନା ଥାଏ।
ଲମ୍ବା ପ୍ୟାଣ୍ଟ୍‌ ଏହିଦିନେ ପିନ୍ଧନ୍ତୁ ନାହିଁ। ଯଦି ପିନ୍ଧୁଛନ୍ତି ତେବେ ଆପଣ ଚାହିଁଲେ ଏହାକୁ ଆପଣଙ୍କ ସୁବିଧା ଅନୁସାରେ ତଳୁ ମୋଡ଼ିପାରିବେ। ଏହିଦିନେ ସ୍ମାର୍ଟ ଫର୍ମାଲ ସ୍କର୍ଟ ବି ଆପଣେଇପାରିବେ।
ଓ୍ବେଷ୍ଟର୍ନ ଗେଟ୍‌ଅପ୍‌ରେ ଆପଣ ବର୍ଷାଦିନିଆ କୋଟ୍‌ ବା ଜ୍ୟାକେଟ୍‌ ପିନ୍ଧିପାରିବେ।
ଯଦି ବର୍ଷାଦିନେ ପାରମ୍ପରିକ ଭାରତୀୟ ପରିଧାନକୁ ପ୍ରାଥମିକତା ଦେଉଛନ୍ତି ତେବେ ସାଲଓ୍ବାର ଏବଂ ପଟିଆଲା ବଦଳରେ ସର୍ଟ କୁର୍ତ୍ତି ସହ ଲେଗିଙ୍ଗ୍‌ସ ବା ଚୁଡିଦାର ପିନ୍ଧିପାରିବେ। ଏହିଦିନେ ବଡ଼ ଦୁପଟା ବଦଳରେ ସ୍କାର୍ଫ ବା ଷ୍ଟଲ୍‌ ବ୍ୟବହାର କରନ୍ତୁ। ରଙ୍ଗ ଛାଡୁଥିବା ଡ୍ରେସ୍‌କୁ ଏହିଦିନେ ଆଦୌ ପିନ୍ଧନ୍ତୁ ନାହିଁ, ନଚେତ୍‌ ବର୍ଷାରେ ଭିଜିଲେ ଏଥିରୁ ରଙ୍ଗ ଛାଡ଼ିବ।
ଚମଡ଼ା ଜୋତା ବା ସାଣ୍ଡାଲ ପିନ୍ଧନ୍ତୁ ନାହିଁ। କାରଣ ଏହା ଶୀଘ୍ର ଖରାପ ହୋଇଯାଏ ଏବଂ ଶୁଖିବାକୁ ଅଧିକ ସମୟ ଲାଗିଥାଏ। ଜେଲି ସୁଜ୍‌, ବିନା ହିଲ୍‌ ଥିବା ଚପଲ ବା ଜୋତା ପିନ୍ଧନ୍ତୁ।
ଓ୍ବାଟରପ୍ରୁଫ୍‌ କାଜଲ ଏବଂ ଆଇ ଲାଇନର ଲଗାନ୍ତୁ। ଏହିଦିନେ ଫାଉଣ୍ଡେଶନ ବ୍ୟବହାର କରନ୍ତୁ ନାହିଁ। ଯଦି ଅତି ଜରୁରୀ ତେବେ ହାଲ୍‌କା ଫାଉଣ୍ଡେଶନ ଲଗାନ୍ତୁ।
କଶକୁ ଖୋଲା ନ ରଖି ଖୋସା କରନ୍ତୁ।
ବର୍ଷାଦିନେ ଡେନିମ୍‌କୁ ସମ୍ପୂର୍ଣ୍ଣ ଭୁଲିଯାଆନ୍ତୁ। କାରଣ ଏହା ଓଦାହେଲେ ଶୁଖିବାକୁ ଅଧିକ ସମୟ ଲାଗିଥାଏ।


All Right Reserved By Dharitri.Com

ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର କରୁଥିଲେ…

ସାଧାରଣତଃ ଦେଖାଯାଇଥାଏ, ହାତ ପରିଷ୍କାର କରିବାକୁ ବର୍ତ୍ତମାନ ସମୟରେ ବିଭିନ୍ନ ବ୍ରାଣ୍ଡ୍‌ର ହ୍ୟାଣ୍ଡ୍‌ସାନିଟାଇଜର୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହାର ଉପଯୋଗ ଆପଣଙ୍କୁ ସୁସ୍ଥ ରଖିବା ପରିବର୍ତ୍ତେ...

ଧାତୁ ଦୌର୍ବଲ୍ୟ

”ଶୈଶବାବସ୍ଥାରେ ସପ୍ତମଧାତୁ ଶୁକ୍ର ଶରୀରରେ ଗୁପ୍ତାବସ୍ଥାରେ ରହିଥାଏ। ଯୌବନ ପ୍ରାରମ୍ଭାବସ୍ଥାରେ ଏହା ପ୍ରକଟ ହେବା ସହ ବୟସ ବଢ଼ିବା ସଙ୍ଗେସଙ୍ଗେ ଉତ୍ପାଦନ ବଢ଼େ ଏବଂ ଚାଳିଶ...

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ଏହି ଫଳ ଚୋପା…

ଡାଳିମ୍ବ ଖାଇସାରି କେତେକ ଏହାର ଚୋପାକୁ ଫିଙ୍ଗି ଦେଇଥାନ୍ତି। ତେବେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ଜୁସ୍‌ କରି ନିୟମିତ...

ସମସ୍ୟା ସୃଷ୍ଟି କରିପାରେ ଏଭଳି ଔଷଧ ବ୍ୟବହାର

”ପ୍ରତ୍ୟେକ ଔଷଧରେ ବିଭିନ୍ନ ଘଟକର କମ୍‌ ବେଶି ମାତ୍ରା ତା’ର କାର୍ଯ୍ୟକ୍ଷମତା ଉପରେ ନିର୍ଭରକରେ। ଜ୍ଞାନ ଅଭାବରୁ ଠିକ୍‌ ପ୍ରୟୋଗ ନ କଲେ ଶରୀର ଓ...

ସ୍ବାସ୍ଥ୍ୟ ପାଇଁ ଉପକାରୀ କଞ୍ଚାଲଙ୍କା, ନିୟମିତ କରନ୍ତୁ ସେବନ

ସ୍ବାସ୍ଥ୍ୟପାଇଁ ବେଶ୍‌ ଉପକାରୀ କଞ୍ଚାଲଙ୍କା। ଅନେକ ଏହାକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରୁଥିବା ବେଳେ ଏହାର ଉପାଦେୟ ଗୁଣ ବିଷୟରେ ଏତେଟା ଜାଣି ନ...

ସ୍ପିନ୍‌ଅଚ୍‌ କଟେଜ୍‌ ଚିଜ୍‌ ରୋଲ୍‌ ମଖନୀ

ସମ୍ବଲପୁର ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢ଼ିଛି । ଏହାସହ ଅନେକ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠୁଛି । ହୋଟେଲ ଶିଳ୍ପ ମଧ୍ୟ...

ବହୁ ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଗାଈ କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ବହୁରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଥଣ୍ଡା, କାଶ, ଆଦି ରୋଗ ଭଲ ହେବା ସହିତ କର୍କଟ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି...

Leave a comment

Your email address will not be published. Required fields are marked *