Posted inଜାତୀୟ

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହି ଟଙ୍କାରେ ଯାହା ଇଚ୍ଛା ଗ୍ରାମବାସୀ ତାହା କିଣିପାରିବେ ବୋଲି କେସିଆର୍‌ କହିଛନ୍ତି। ଚିନ୍ତାମଡାକାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଏହି ଗାଁରେ ଜନ୍ମ ନେଇଛି। ଗାଁରେ ବାସ କରୁଥିବା ୨ ହଜାର ପରିବାରକୁ ଲାଭାନ୍ବିତ କରିବା ମୋର ଲକ୍ଷ୍ୟ। ଖୁବଶିଘ୍ର ଏହି ରାଶିକୁ ମଞ୍ଜୁରୀ ଦିଆଯିବ ବୋଲି କେସିଆର କହିଛନ୍ତି। ସୂଚନାଯୋଗ୍ୟ, କେସିଆରଙ୍କ ପକ୍ଷରୁ କରାଯାଇଥିବା ଏହି ଘୋଷଣା ଦ୍ୱାରା ରାଜ୍ୟ ରାଜଷ୍ବରୁ ଅତିରିକ୍ତ ୨ ହଜାର କୋଟି ଟଙ୍କା ବୋଝ ପଡିବ ବୋଲି ଜଣାପଡିଛି।


All Right Reserved By Dharitri.Com

ପେଶା ଶିକ୍ଷକତା: ନିଶା ପ୍ରତିଦିନ ଗଛ ଲଗାଇବା

ଜୟପୁର,୨୧।୭: ପରିବେଶ ସୁରକ୍ଷା ପ୍ରତି ଜଣେ ଶିକ୍ଷକ ଗତ ୯ ବର୍ଷ ଧରି ପ୍ରତିଦିନ ଗୋଟିଏ ଗଛ ଲଗାଇବା ଜାରି ରଖିଛନ୍ତି। ୨୦୧୦ ଜୁଲାଇ ୧ରୁ...

ଠକେଇ ମାମଲାରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଓ୍ବାରେଣ୍ଟ ଜାରି

ହାଇଦ୍ରାବାଦ,୩୦।୮: କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରାଯାଇଛି। ୪ ବର୍ଷ ତଳର ଏକ ଠକେଇ ମାମଲାକୁ ନେଇ ରେଣୁକାଙ୍କ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୨ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୧୮।୪: ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟା ମଧ୍ୟରେ ଆସାମରେ ସର୍ବାଧିକ...

ସୋସିଆଲ୍‌ ମିଡ଼ିଆର ଦୂରୁପଯୋଗ ସମ୍ପର୍କିତ ୮ ମାମଲା ସୁପ୍ରିମ୍‌କୋର୍ଟ ସ୍ଥାନାନ୍ତର: ୨୦୨୦ ସୁଦ୍ଧା ଆସିବ ଆଇନ

ନୂଆଦିଲ୍ଲୀ,୨୨।୧୦: ସୋସିଆଲ୍‌ ମିଡ଼ିଆର ଦୂରୁପଯୋଗ ସମ୍ପର୍କିରେ ହାଇକୋର୍ଟରେ ଦାଖଲ ହୋଇଥିବା ୮ ମାମଲାକୁ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଏଣିକି ଏହାର ଶୁଣାଣି ସର୍ବୋଚ୍ଚ ଆଦାଲତରେ କରାଯିବ।...

ରାମଲୀଳା ମଇଦାନରୁ ପ୍ରଚାର ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୫।୧୨: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ। ପାଖାପାଖି ୨ ମାସ ମଧ୍ୟରେ ଏଠାରେ ନିର୍ବାଚନ ଆୟୋଜନ କରାଯିବ। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦...

ଚାଲାଣ କାଟିବାରୁ ଥାନାର ବିଜୁଳି କାଟିଦେଲେ ଜେଇ

ମିରଟ,୨୦।୯: ଉତ୍ତର ପ୍ରଦେଶର ମିରଟରେ ଜଣେ ଜେଇ ଥାନାର ବିଜୁଳି କାଟିଦେବା ଖବର ଏବେ ଆସିଛି ଚର୍ଚ୍ଚାକୁ। ଜେଇ ସୋମପ୍ରକାଶ ଗର୍ଗ ବିନା ହେଲମେଟ୍‌ରେ ଗାଡ଼ି...

ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !

ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ।...

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୨୧।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୧୬ ଦିନ ପରେ ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣାରେ...

Leave a comment

Your email address will not be published. Required fields are marked *