Posted inଜାତୀୟ

କର୍ନାଟକର ବିଦ୍ରୋହୀ ବିଧାୟକ ମାଗିଲେ ୪ ସପ୍ତାହ ସମୟ

ବେଙ୍ଗାଲୁରୁ,୨୩।୭: କର୍ନାଟକ ରାଜନୀତି ଦିନକୁ ଦିନ ନୂଆ ମୋଡ ନେଉଛି। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ମେଣ୍ଟ ସରକାରର ଆସ୍ଥା ଭୋଟକୁ ନେଇ ଚାଲିଛି ନାଟକ। ସୋମବାର ଏହି ଆସ୍ଥା ଭୋଟ ହେବ ବୋଲି ଆଶା କରାଯାଉଥିବା ବେଳେ ଏହା କିନ୍ତୁ ଛିଡି ପାରି ନ ଥିଲା। ମଙ୍ଗଳବାର ପର୍ଯ୍ୟନ୍ତ ଗୃହକୁ ମୁଲତିବି ରଖାଯାଇଥିଲା। ଏହାପରେ ବାଚସ୍ପତି ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ସୋମବାର ବିଦ୍ରୋହୀ ୧୩ ବିଧାୟକ ବାଚସ୍ପତି କେଆର୍‌ ରମେଶ କୁମାରଙ୍କୁ ଏବେ ଚିଠି ଲେଖି ତାଙ୍କୁ ଆଉ ୪ ସପ୍ତାହ ସମୟ ଦିଆଯାଉ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ସୋମବାର ରାତି ୧୧ଟା ୪୫ ପର୍ଯ୍ୟନ୍ତ ଭାଜପା ଆସ୍ଥା ଭୋଟକୁ ନେଇ ଅଡି ବସିଥିବା ବେଳେ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବି କରାଯିବା ପରେ ପୁଣି ଥରେ ମଙ୍ଗଳବାର ବିଦ୍ରୋହୀ ବିଧାୟକ ମାନେ ଡ୍ରାମା ଆରମ୍ଭ କରି ଦେଇଛନ୍ତି।


All Right Reserved By Dharitri.Com

୩୭୦ ଅନୁଚ୍ଛେଦ ଉଠିବା ୩୫ ହଜାର ଶହୀଦଙ୍କ ପ୍ରତି ପ୍ରକୃତ ଶଦ୍ଧାଞ୍ଜଳି

ଅହମ୍ମଦାବାଦ,୩୦।୯:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋମାବାର ପୁଣି ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ନେଇ ମତ ରଖିଛନ୍ତି। ଅହମ୍ମଦାବାଦରେ ଆୟୋଜିତ ଆରଏଏଫର ୨୭ତମ ସ୍ଥାପନା...

ଫେବୃୟାରୀ ଯାଏ ଗ୍ରେ ଲିଷ୍ଟରେ ରହିବ ପାକ୍‌

ଇସ୍‌ଲାମାବାଦ, ୧୭ା୧୦(ପି.ଟି.): ଆତଙ୍କବାଦକୁ ନେଇ ପାକିସ୍ତାନ ଏକଘରକିଆ ହୋଇପଡ଼ିଥିବାବେଳେ ଏହାକୁ ପୁଣି ଏକ ଝଟକା ଲାଗିଛି। ପାକିସ୍ତାନକୁ ଆସନ୍ତା ୨୦୨୦ ଫେବୃୟାରୀ ମାସ ପର୍ଯ୍ୟନ୍ତ ଗ୍ରେ...

ଜାମିଆ ହିଂସା: ବିନା ଅନୁମତିରେ କ୍ୟାମ୍ପସ୍‌ରେ ପଶି ମାରପିଟ୍‌ କରିଥିଲା ପୋଲିସ; ଭିସି

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିରେ ସୋମବାର ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ କୁଳପତି ନଜ୍‌ମା ଅଖତର ଭେଟିଛନ୍ତି। ସେହି ସମୟରେ ଗତ ମାସରେ କ୍ୟାମ୍ପସ୍‌...

ଅରାଜକତା ସୃଷ୍ଟି କରିବ ବିକ୍ଷୋଭ

ନୂଆଦିଲ୍ଲୀ,୭-୨(ପି.ଟି.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନକୁ ବିପକ୍ଷ ଦଳଗୁଡ଼ିକ ଉସୁକାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ତୀବ୍ର ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟ କିମ୍ବା ରାଜ୍ୟ...

ଗାନ୍ଧୀ ଜୟନ୍ତୀରେ ଭାଜପାକୁ ଟାର୍ଗେଟ କଲେ ସୋନିଆ: ଗାନ୍ଧୀଙ୍କ ନାମ ନେବା ସହଜ,ତାଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବା କଷ୍ଟକର

ନୂଆଦିଲ୍ଲୀ୨।୧୦: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବୁଧବାର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସମଗ୍ର ଭାରତରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ...

ବିବାହ ପରେ ନିଖୋଜ ବରଙ୍କ ମିଳିଲା ମୃତଦେହ

ଲକ୍ଷ୍ନୌ,୧୨।୨: ବିବାହ ପରେ ବରକନ୍ୟା ଘରକୁ ଫେରୁଥିବା ବେଳେ ରାସ୍ତାରୁ ହଠାତ୍‌ ବର ନିଖୋଜ ହୋଇଯାଇଥିଲେ। ପରଦିନ ଏକ ଘଞ୍ଚ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା।...

ସଡ଼କ ଦୁର୍ଘଟଣାରେ ଉନ୍ନାଓ ବଳାତ୍କାର ପୀଡ଼ିତା ଗୁରୁତର, ୨ ମୃତ

ଲକ୍ଷ୍ନୌ, ୨୮।୭: ଉତ୍ତର ପ୍ରଦେଶର ରାଏବରେଲିରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଉନ୍ନାଓ ବଳାତ୍କାର ପୀଡିତା ଗୁରୁତର ଆହତ ହେବା ସହ ଜଣେ...

‘ରେପ୍‌ ଇନ ଇଣ୍ଡିଆ’ ମନ୍ତବ୍ୟକୁ ନେଇ କ୍ଷମା ମାଗିବି ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୨: କଂlଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଲୋକ ସଭାରେ ଝଡ ଉଠିଛି। ଗୃହରେ ଭାଜପା ରାହୁଲ କ୍ଷମା...

Leave a comment

Your email address will not be published. Required fields are marked *