ଛୁଇଁଲେ, ଅନୁଭବ କଲେ…

ଭୁବନେଶ୍ୱର,୨୩୭(ବ୍ୟୁରୋ) : କୋଣାର୍କ ସୂର୍ଯ୍ୟ ମନ୍ଦିରର ପଥରର ଭାଷାକୁ ବୁଝିବାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାବେଳେ ପ୍ରଥମଥର ପାଇଁ କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି କୁନି କୁନି ଦୃଷ୍ଟିବାଧିତ ପିଲା। ନିଜ ଆଖିରେ ଏହି ବିଶ୍ୱ ଐତିହ୍ୟର କାରୁକାର୍ଯ୍ୟକୁ ନ ଦେଖିପାରିଲେ ମଧ୍ୟ ହାତମାରି ଏହାକୁ ଅନୁଭବ କରିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ସ୍ବତନ୍ତ୍ର ଅନୁମତିକ୍ରମେ ନିମାପଡ଼ାସ୍ଥିତ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ସଂସ୍ଥାର ୩୫ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ର ରବିବାର ପ୍ରଥମଥର ଲାଗି କୋଣାର୍କକୁ ପଢାବହି ବାହାରେ ଜାଣିବାର ସୁଯୋଗ ପାଇଥିଲେ। ଏହି ପିଲାମାନଙ୍କ ପାଇଁ କୋଣାର୍କ ଓ ଏହାର ଅପରୂପ କାରୁକାର୍ଯ୍ୟ କେବଳ ପାଠ୍ୟପୁସ୍ତକରେ ସୀମିତ ଥିଲା। ଜାଣିବାକୁ ଇଛା ଓ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଦେଖିବାରେ ଅସମର୍ଥ ଯୋଗୁ ସେମାନେ ଏଥିରୁ ବଞ୍ଚତ୍ତ ଥିଲେ। ଏଭଳିସ୍ଥଳେ ଏହି ପିଲାମାନଙ୍କ ଇଚ୍ଛାକୁ ହୃଦୟଙ୍ଗମ କରି ଆନ୍ଥ୍ରୋପୋଲୋଜିଷ୍ଟ ନିତୁରଞ୍ଜନ ଦାଶ ଏଏସ୍‌ଆଇ ଏବଂ ବୈଷୟିକ ସହାୟତା ପାଇଁ ଇଣ୍ଡିଆ ହେରିଟେଜ ୱାକ୍‌ ସଂସ୍ଥା ସହ ଆଲୋଚନା କରିଥିଲେ। ଏଏସ୍‌ଆଇ ପକ୍ଷରୁ କଳାକୃତିଗୁଡ଼ିକୁ ସ୍ପର୍ଶ କରିବାକୁ ସ୍ବତନ୍ତ୍ର ଅନୁମତି ମିଳିବା ପରେ ଉଭୟ ସଂସ୍ଥା ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଦୃଷ୍ଟିବାଧିତଙ୍କ ପାଇଁ ଐତିହ୍ୟସ୍ଥଳୀ କିପରି ସୁଗମ ଓ ଶିକ୍ଷଣୀୟ ହୋଇପାରିବ ସେଥିପାଇଁ ନିତୁରଞ୍ଜନ ନିଜସ୍ବ ଉଦ୍ୟମରେ ବ୍ରେଲି ଲିପିରେ ମନ୍ଦିର ସମ୍ବନ୍ଧୀୟ ପାଠ୍ୟ ସୂଚନା ଓ କାରୁକାର୍ଯ୍ୟର ରେଖାଚିତ୍ର ପ୍ରସ୍ତୁତ କରିଥିଲେ। ରବିବାର ଏଏସ୍‌ଆଇର ସ୍ବତନ୍ତ୍ର ଗାଇଡ୍‌ଙ୍କ ନେତୃତ୍ୱରେ ପିଲାମାନେ କୋଣାର୍କ ବୁଲିବା ସହ ମନ୍ଦିରର କାରୁକାର୍ଯ୍ୟ ସ୍ପର୍ଶ କରି କଳା, ଭାସ୍କର୍ଯ୍ୟକୁ ଅନୁଭବ କରିଥିଲେ। ଏହି ଅବସରରେ ଗାଇଡ୍‌ମାନେ ପିଲାମାନଙ୍କୁ ବିସ୍ତୃତଭାବେ ସମସ୍ତ ବିଷୟରେ ବୁଝାଇଥିଲେ। ଛାତ୍ରୀଛାତ୍ରମାନେ କୋଣାର୍କ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିଥିଲେ। ମନ୍ଦିରର ଇତିହାସ ଓ ସୂକ୍ଷ୍ମ କାରୁକାର୍ଯ୍ୟକୁ ସ୍ପର୍ଶ କରିବା ସହ ବ୍ରେଲି ଲିପି ମାଧ୍ୟମରେ ଜ୍ଞାନ ଆହରଣ କରିଥିଲେ। ଏଭଳି ଭ୍ରମଣ କାର୍ଯ୍ୟକ୍ରମ ଦିବ୍ୟାଙ୍ଗମାନଙ୍କୁ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଇପାରିବ ବୋଲି ନିତୁରଞ୍ଜନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ କିଭଳି ଅଧିକରୁ ଅଧିକ ପିଲା ଯୋଡ଼ି ହୋଇପାରିବେ ସେଥିଲାଗି ପଦକ୍ଷେପ ନିଆଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟର ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପ କୁମାର ନାୟକ କହିଛନ୍ତି।


All Right Reserved By Dharitri.Com

ପୋଲିସ ବିଭାଗରେ ୧୦,୦୫୪ ପଦବୀ ଖାଲି

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଦେଶ ତଥା ରାଜ୍ୟରେ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ପ୍ରଶାସନ କାର୍ଯ୍ୟ କରିଥାଏ। ସେହିଭଳି ଜାତୀୟ ସମ୍ପତ୍ତି ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଆପରାଧିକ...

ମଧ୍ୟାହ୍ନଭୋଜନ ସଂକ୍ରାନ୍ତରେ ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା(କୋଭିଡ-୧୯) ଭୂତାଣୁ ଯେପରି ସଂକ୍ରମଣ ନ ହେବ ପ୍ରତିକାର ସ୍ବରୂପ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲଗୁଡିକୁ ବନ୍ଦ ଘୋଷଣା କରିଛନ୍ତି। ତେବେ...

ରଙ୍ଗିନ ଫୁଲରେ ଝଲସୁଛି ଏକାମ୍ର କାନନ, ପ୍ରଦର୍ଶିତ ହେଉଛି ୪୦୦ପ୍ରଜାତିର ଫୁଲ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ)- ଭଳିକିଭଳି ଫୁଲରେ ଝଲସୁଛି ସ୍ଥାନୀୟ ଏକାମ୍ର କାନନ। ଲାଲ୍‌, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ଫ୍ଲୋରିବୁଣ୍ଡା ଏବଂ...

ଜନସାଧାରଣ ଶାନ୍ତି ଚାହାନ୍ତି, ହିଂସା ନୁହେଁ: ନିଶିକାନ୍ତ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଅରବିନ୍ଦ କେଜ୍‌ରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ତୃତୀୟଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ସଫଳତା ପାଇଛି। ଦିଲ୍ଲୀ ବ୍ୟତୀତ ପଞ୍ଜାବ, ହରିୟାଣା, ଗୋଆ ଭଳି ରାଜ୍ୟରେ...

ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ଲାଠୋରବାସୀ

ଲାଠୋର, ୨୩ା୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀ ଚିକିତ୍ସା କେନ୍ଦ୍ର ପାସେ ଥିବାର ଜଲଯୋଗାଣ ପ୍ରକଳ୍ପ ଉପରେ ଲାଠୋର ଗଁ।ର ୬ଟା...

ଫନୀ ପ୍ରଭାବ: କ୍ଷେତ୍ରବାସୀ ଡିଏଭି କଲେଜ ଧ୍ୱସ୍ତବିଧ୍ୱସ୍ତ; ୧୪ ଦିନ ପରେ ମଧ୍ୟ ପରିସ୍ଥିତିରେ ଆସିନି ସୁଧାର

ନିରାକାରପୁର,୧୮ା୫(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ପୁରାତନ କ୍ଷେତ୍ରବାସୀ ବିଜ୍ଞାନ ଡିଏଭି ମହାବିଦ୍ୟାଳୟ ଫନୀ ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ା ଏହି ଅଞ୍ଚଳରେ ଶିକ୍ଷାର ଅନ୍ତୁଡ଼ିଶାଳ...

ପ୍ରତିଭା ଦେଇଛି ସ୍ବତନ୍ତ୍ର ପରିଚୟ

ବାସୁଦେବପୁର,୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଭୈରବପୁର ଗ୍ରାମର ଶିଳ୍ପୀ ରବୀନ୍ଦ୍ର ମହାରଣା। ନିଜର ପ୍ରତିଭା ବଳରେ ସମଗ୍ର ଜିଲା ଓ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ...

ଜି.ଉଦୟଗିରିରେ ସାଲୁଗା, ବାଲିଗୁଡାରେ ଚକ୍ରମଣି, ଫୁଲବାଣୀରେ ଅଙ୍ଗଦ ଆଗରେ

ଜି.ଉଦୟଗିରି,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୫୯୮୫ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୩୯୭୭ ଭୋଟ...

Leave a comment

Your email address will not be published. Required fields are marked *