Posted inଜାତୀୟ

ଅଖିଳେଶଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟିବ: ରହିବେନି ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ

ଲକ୍ଷ୍ନୌ,୨୩।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସୁରକ୍ଷା ଦଳରେ ଏଣିକି ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ରହିବେନି। ତାଙ୍କର ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟାଇବା ପାଇଁ ଯୋଜନା ହୋଇଛି। ତେବେ ମୁଲାୟମ୍‌ ସିଂ ଯାଦବ ଏବଂ ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀଙ୍କର ଏହି ସୁରକ୍ଷା କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କୁହାଯାଉଛି। ଏନେଇ ଏନ୍‌ଏସ୍‌ଜିକୁ ଶୀଘ୍ର ସୂଚିତ କରାଯିବ। ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ମେଣ୍ଟର ବିଫଳତା ପରେ ଅଖିଳେଶଙ୍କ ସୁରକ୍ଷା ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯାଇଛି। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ଚନ୍ଦ୍ରାବାବୁଙ୍କୁ ପୂର୍ବରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳୁଥିଲା। ତେବେ ଏହା ଏବେ ଓ୍ବାଇ ସୁରକ୍ଷାକୁ ପରିବର୍ତ୍ତନ ହୋଇଛି।


All Right Reserved By Dharitri.Com

ଦଳିତ ଯୁବକଙ୍କୁ ଚୋର ଭାବି ଜାଳିଦେଲେ

ଲକ୍ଷ୍ନୌ,୨୪ା୭(ପି.ଟି.): ଉତ୍ତରପ୍ରଦେଶର ବାରାବାଙ୍କି ଜିଲାରେ ଜଣେ ଦଳିତ ଯୁବକ ବୁଲା କୁକୁରଙ୍କ ପ୍ରାଦୁର୍ଭାବରୁ ବଞ୍ଚତ୍ବା ପାଇଁ ଏକ ଘରେ ପଶିଯାଇଥିବାବେଳେ ତାଙ୍କୁ ଚୋର ମନେକରି ଜାଳି...

ଗୁଜରାଟ ଅଭିମୁଖେ ବାତ୍ୟା ‘ମହା’

ଅହମ୍ମଦାବାଦ,୫।୧୧: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମହା’ ଗୁଜୁରାଟ ଅଭିମୁଖେ କ୍ଷୀପ୍ର ଗତିରେ ବଢ଼ୁଛି। ଏହାର ପ୍ରଭାବରେ ରାଜ୍ୟରେ ମଙ୍ଗଳବାରଠାରୁ ମଧ୍ୟମ ଭାବେ ପବନ...

ସପ୍ତାହରେ ଦାନରେ ମିଳୁଛି ୧୪ ଲକ୍ଷ ଟଙ୍କା କଏନ୍‌: ଚିନ୍ତାରେ ଶିରିଡ଼ି ସାଇ ଟ୍ରଷ୍ଟ୍‌

ଶିରିଡ଼ି,୧୮।୬: ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ୍‌ ଏବେ ଚିନ୍ତାରେ ପଡ଼ିଛନ୍ତି। ମନ୍ଦିର ଦାନ ପେଟିରୁ ପ୍ରତି ସପ୍ତାହରେ ୧୪ ଲକ୍ଷ ଟଙ୍କାର କଏନ୍‌ ମିଳୁଛି।...

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ...

ମୋଦିଙ୍କ ପାଇଁ ୬ ଶହ ଫୁଟର ଗ୍ରୀଟିଙ୍ଗସ୍‌ କାର୍ଡ ତିଆରି କଲେ ଛାତ୍ରୀଛାତ୍ର

ଫିରୋଜାବାଦ,୩୦।୫: ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେଉଥିବାରୁ ମଧ୍ୟପ୍ରଦେଶ ଫିରେଜାବାଦର କେତେକ ଛାତ୍ରୀଛାତ୍ର ୬ ଶହ ଫୁଟର ଏକ ବିଶାଳକାୟ ଗ୍ରୀଟିଙ୍ଗସ୍‌ କାର୍ଡ...

ବିବାହ ଉତ୍ସବରେ ୬ଶହ ଅତିଥି ନେତ୍ରଦାନର ଶପଥ ନେଲେ

ଭିଲାଇ,୨୦।୪: ଅଙ୍ଗ ଦାନ ମହାପୂଣ୍ୟ। ତେବେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛତିଶଗଡ଼ ଭିଲାଇରେ ଏକ ବିବାହ ଉତ୍ସବରେ ଯୋଗଦେଇଥିବା...

ନିଜର ଚିକିତ୍ସା ପାଇଁ କଣ୍ଢେଇର ଗୋଡ଼ ପ୍ଲାଷ୍ଟର କଲେ ୧୧ମାସର ଶିଶୁ

ନୂଆଦିଲ୍ଲୀ,୩୦।୮: ଛୋଟବେଳେ ସବୁ ପିଲାଙ୍କର କୌଣସି ଏକ ଖେଳନା ସହ ଅକର୍ଷଣ ରହିଥାଏ। ସେହି ଖେଳନା ବିନା ସେମାନେ କୌଣସି କାର୍ଯ୍ୟ କରି ନ ଥାନ୍ତି।...

ଇସିଙ୍କ ଦ୍ୱାରସ୍ଥ ହେଲା ଟିଏମ୍‌ସି

ନୂଆଦିଲ୍ଲୀ,୧୬ା୫(ପି.ଟି.): ଟିଏମ୍‌ସି ମଧ୍ୟ କୋଲକାତା ରୋଡ ଶୋ ହିଂସାକାଣ୍ଡ ଏବଂ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ପାଇଁ ଭାଜପାକୁ ଦାୟୀ କରିଛି। ଭାଜପା ଗୁଣ୍ଡାମାନେ ପ୍ରତିମୂର୍ତ୍ତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *