୮ ଶ୍ରେଣୀ ପାଇଁ ଲାଗୁ ହେବ ପାସ୍‌ ଫେଲ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ବ୍ୟବସ୍ଥା ଆସିବାକୁ ଯାଉଛି। ୨୦୦୯ ପୂର୍ବରୁ ଛାତ୍ରୀଛାତ୍ରମାନେ ବାର୍ଷିକ ପରୀକ୍ଷା ଦେଇ ଆସୁଥିଲେ। ପାସ୍‌ କରିପାରୁ ନ ଥିବା ପିଲାଙ୍କୁ ପୁନର୍ବାର ସେହି ଶ୍ରେଣୀରେ ପାଠ ପଢୁଥିଲେ। ରାଇଟ୍‌ ଟୁ ଏଜୁକେଶନ ଆକ୍ଟ ଅନୁଯାୟୀ ୨୦୦୯ରୁ ପ୍ରଥମରୁ ୮ମ ଶ୍ରେଣୀ ଯାଏ ବାର୍ଷିକ ପରୀକ୍ଷା ଓ ପାସ୍‌ଫେଲ୍‌ ବ୍ୟବସ୍ଥା ଉଠାଇ ଦିଆଯାଇଥିଲା। ଏହାଦ୍ୱାରା ପିଲାମାନେ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ହେଉଥିବା ଲକ୍ଷ୍ୟ କରାଯିବା ପରେ ରାଜ୍ୟ ସରକାର ଏନେଇ ଗୁରୁତର ଭାବେ ଚିନ୍ତା କରିଛନ୍ତି। ଅନ୍ୟପଟେ ପିଲାମାନଙ୍କ ବାର୍ଷିକ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ନିକଟରେ ରାଜ୍ୟ ଉପରେ ଛାଡିଦେଇଛନ୍ତି। ଏହାକୁ ଦୃଷ୍ଟିରେ ନିକଟରେ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏଥର ପ୍ରତିବର୍ଷ ପିଲାମାନେ ପୂର୍ବଭଳି ବାର୍ଷିକ ପରୀକ୍ଷା ଦେବେ। ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପାସ୍‌ଫେଲ୍‌ ବ୍ୟବସ୍ଥା ନାହିଁ। କିନ୍ତୁ ୫ମ ଶ୍ରେଣୀରେ ଫେଲ୍‌ ହେଲେ ଛାତ୍ରୀଛାତ୍ରମାନେ ଆଉଥରେ ପରୀକ୍ଷା ଦେବେ। ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ପିଲାମାନେ ବାର୍ଷିକ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ପାସ୍‌ଫେଲ୍‌ ବ୍ୟବସ୍ଥା ନାହିଁ। ହେଲେ ୮ମ ଶ୍ରେଣୀରେ ଫେଲ୍‌ ହେଲେ ପିଲାଙ୍କୁ ସେହି ଶ୍ରେଣୀରେ ଆଉଥରେ ପଢ଼ିବାକୁ ପଡିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ୫ମ ଏବଂ ୮ମ ଶ୍ରେଣୀରେ ବୋର୍ଡ ପରୀକ୍ଷା ହେବା ସାଙ୍ଗକୁ ସବୁ ଶ୍ରେଣୀରେ ବାର୍ଷିକ ପରୀକ୍ଷା କରାଯିବା ନେଇ ବିଚାର କରାଯାଉଛି।
ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ସୁଧାର ଆଣିବା ସକାଶେ ଆଉ ଏକ ନୂଆ ବ୍ୟବସ୍ଥା ହୋଇଛି। ୨୦୧୦ରୁ ପ୍ରତ୍ୟେକ ବର୍ଷ ୨ଥର ସ୍କୁଲରେ ଅଭିଭାବକମାନଙ୍କ ବୈଠକ ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ପ୍ରଧାନଶିକ୍ଷକଙ୍କ ଜରିଆରେ ଅଭିଭାବକମାନଙ୍କ ବୈଠକ ଡକାଯାଉଥିଲା। ଦୀର୍ଘଦିନ ହେବ ଏହି ବ୍ୟବସ୍ଥା ଚାଲିଥିଲେ ମଧ୍ୟ ଏହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରାଯାଉ ନ ଥିବା ଜଣାପଡିବା ପରେ ବିଭାଗ ପକ୍ଷରୁ ଏଥିରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ମନ୍ତ୍ରୀଙ୍କ ସୂଚନା ମୁତାବକ, ଏଣିକି ବର୍ଷକୁ ୪ଥର ଅଭିଭାବକମାନଙ୍କ ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି। ଯଦି ଏଥିରେ ଖିଲାପ କରାଯାଏ ତେବେ ଅଭିଭାବକମାନଙ୍କ ସଭାପତି ଥିବା ବ୍ୟକ୍ତିଙ୍କୁ ଦାୟିତ୍ୱରୁ ମୁକ୍ତ କରାଯିବ।


All Right Reserved By Dharitri.Com

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଖବରଦାତାମାନଙ୍କୁ ବାରମ୍ବାର ଆକ୍ରମଣ ଓ ଦୁର୍ବ୍ୟବହାର କରାଯାଉଛି। ଏ ନେଇ ଦୃଢ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ସୋମବାର କଳିଙ୍ଗ...

ଆଉ ନୂଆ ୧୭ ଏନ୍‌ଏସି ଗଠନ ହେବ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୧୭ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଗଠନ ହେବ। କେବଳ ଜନସଂଖ୍ୟା ନୁହେଁ, ସେଠାକାର ଭୌଗୋଳିକ ପରିସ୍ଥିତି, ରାଜସ୍ବ ଆୟ...

ଦଳ ଭିତରେ ଅନ୍ତର୍ଘାତୀ କାର୍ଯ୍ୟ ହୋଇଛି କହିଲେ ରାଧାରାଣୀ

ଭୁବନେଶ୍ୱର, ୧୦।୬(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ପ୍ରଦର୍ଶନ କିପରି ଥିଲା ସେ ନେଇ ରବିବାର ଦଳୀୟ କାର୍ଯ୍ୟାଳୟଠାରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକ...

ସ୍ବଚ୍ଛ ଭାରତ ମିଶନର ଅଳିଆ ରୂପ: ବାହାରକୁ ପାଇଖାନା, ଭିତରେ ଜାଳ ଭାଡି

କଟକ ଅଫିସ, ୭।୭: ଆସନ୍ତା ଅକ୍ଟୋବର ସୁଦ୍ଧା ଓଡ଼ିଶା ବାହ୍ୟ ମଳତ୍ୟାଗ ମୁକ୍ତ ରାଜ୍ୟ ହେବ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା...

ଗୁରୁତର ଭାବେ ହ୍ରାସପାଉଛି ଭୂତଳ ଜଳସ୍ତର: ସଙ୍କଟ ଟାଳିବ ବର୍ଷାଜଳ ସଂରକ୍ଷଣ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟରେ ଭୂତଳ ଜଳ ସ୍ତର ଗୁରୁତର ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୫୦ ବେଳକୁ ରାଜ୍ୟରେ ଜଳ ସଙ୍କଟ ସଙ୍ଗିନ ହେବ ବୋଲି ଆକଳନ...

ଏସ୍‌ସିବି ମେଡିକାଲ : କାଡାଭରିକ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା

କଟକ ଅଫିସ,୧।୧୧: ଏସ୍‌ସିବି ମେଡିକାଲରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ମେଡିକାଲର ଅଡିଟୋରିୟମ ହଲ୍‌ରେ ଏ ନେଇ ଏକ ଉଚ୍ଚସ୍ତରୀୟ କର୍ମଶାଳା...

ଫଳ ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ: ଜଳିଗଲା ୧୭ ଦୋକାନ

ଭୁବନେଶ୍ବର,୨୪ା୧(ବ୍ୟୁରୋ):କଳ୍ପନା ଛକ ନିକଟ ମା’ ତାରିଣୀ ଭେଣ୍ଡିଂ ଜୋନରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧୭ରୁ ଊର୍ଦ୍ଧ୍ୱ ଫଳ ଦୋକାନ ପୋଡି...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦ ମୃତ

ଚିକିଟି,୩୦ା୬(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ସୋରଳ ପଞ୍ଚାୟତ କଇଠା ଗ୍ରାମରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି ା ଗ୍ରାମ ମଝିରେ ଥିବା ଗୁହାଳକୁ ପ୍ରବେଶ କରିବା...

Leave a comment

Your email address will not be published. Required fields are marked *