Posted inUncategorized

ଆଇଏମ୍‌ଏଫ୍‌ର ନୂଆ ମୁଖ୍ୟ ରେସ୍‌ରେ ରାଜନ

ନୂଆଦିଲ୍ଲୀ,୨୩-୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ନୂଆ ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି) ରେସ୍‌ରେ ସମସ୍ତଙ୍କ ଆଗରେ ରହିଛନ୍ତି। ଆଇଏମ୍‌ଏଫ୍‌ର ମୁଖ୍ୟ ଭାବେ କୌଣସି ଭାରତୀୟଙ୍କୁ ନିର୍ବାଚିତ କରିବା ଲାଗି ଆଗତ ପ୍ରସ୍ତାବକୁ ବ୍ରିଟେନ ସମର୍ଥନ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ଉପରେ ଚାପ ବଢ଼ିବାରେ ଲାଗିଛି ବୋଲି ବ୍ରିଟିଶ ମିଡିଆରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି କାରଣରୁ ରାଜନଙ୍କ ଚୟନ ସମ୍ଭାବନା ଅଧିକ ବଢ଼ିଯାଇଛି।
ସୂଚନାଥାଉ କି, କ୍ରିଷ୍ଟିନ ଲାଗାର୍ଡ ଗତ ସପ୍ତାହରେ ହଠାତ ଆଇଏମ୍‌ଏଫ୍‌ର ଏମ୍‌ଡି ପଦରୁ ଇସ୍ତଫା ଦେବା ପରେ ଏହା ବର୍ତ୍ତମାନ ଖାଲିପଡିଛି। ତାଙ୍କୁ ୟୁରୋପିୟନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରେସିଡେଣ୍ଟ ଭାବେ ୟୁରୋପିୟନ କାଉନସିଲ୍‌ ଚୟନ କରିଛି। ତେବେ ଲାଗାର୍ଡେଙ୍କ ଇସ୍ତଫା ସେପ୍ଟେମ୍ବର ୧୨ରୁ କାର୍ଯ୍ୟକାରୀ ହେବ। ବ୍ରିଟିଶ ଦୈନିକ ଖବର କାଗଜ ସଣ୍ଡେ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୟୁରୋପ ଓ ଆମେରିକା ବାହାରୁ ପରବର୍ତ୍ତୀ ଆଇଏମ୍‌ଏଫ୍‌ ମୁଖ୍ୟ ବାଛିବାକୁ ଦାବି ହେଉଥିବାରୁ ବ୍ରିଟିଶ ବୈଦେଶିକ ବ୍ୟାପାର କମିଟି ଅଧ୍ୟକ୍ଷ ଟିମ୍‌ ଟୁଗେଣ୍ଡହ୍ୟାଟ୍‌ ନିଜ ଦେଶର ବୈଦେଶିକ ସଚିବ ଜେରେମୀ ହଣ୍ଟଙ୍କୁ ପତ୍ର ଲେଖିଥିଲେ। ୫୩ ବର୍ଷୀୟ ରାଜନଙ୍କ ସମ୍ଭାବ୍ୟଙ୍କ ତାଲିକାରେ ସ୍ଥାନ ପାଇଥିବା ରିପୋର୍ଟରେ କୁହାଯାଇଛି। ରାଜନଙ୍କ ବ୍ୟତୀତ ଉକ୍ତ ପଦ ପାଇଁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପୂର୍ବତନ ଗଭର୍ନର ମାର୍କ କାର୍ନି, ଡେଭିଡ୍‌ କ୍ୟାମେରୁନ ସରକାରରେ ଚାନ୍ସେଲର ରହିଥିବା ଜର୍ଜ ଓସ୍‌ବର୍ନ ଓ ନେଦରଲାଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ତଥା ୟୁରୋଜୋନ ସଙ୍କଟମୋଚନ କମିଟିର ମୁଖ୍ୟ ଜେରୋଇନ ଡିଜସସେଲବ୍ଲୋଏମ୍‌ଙ୍କ ନାମ ବିଚାର କରାଯାଉଛି। ସଣ୍ଡେ ଟାଇମ୍ସର ଇକୋନୋମିକ ଏଡିଟର ଡେଭିଡ୍‌ ସ୍ମିଥ୍‌ଙ୍କ କହିବାନୁଯାୟୀ, ବିକାଶଶୀଳ ଦେଶରୁ କୌଣସି ବ୍ୟକ୍ତିଙ୍କୁ ଆଇଏମ୍‌ଏଫ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଅର୍ପଣ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ଭାରତର କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଗଭର୍ନର ରାଜନ ଏଥିପାଇଁ ଉପଯୁକ୍ତ ବ୍ୟକ୍ତି। ପୂର୍ବରୁ ରାଜନ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପରବର୍ତ୍ତୀ ଗଭର୍ନର ହୋଇପାରନ୍ତି ବୋଲି ବ୍ରିଟିଶ ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା, ଯାହାକୁ ସେ ନିଜେ ଖଣ୍ଡନ କରିଛନ୍ତି। ସେ ଏହି ପଦ ପାଇଁ ଆବେଦନ କରିନାହାନ୍ତି ବୋଲି କହିସାରିଛନ୍ତି।


All Right Reserved By Dharitri.Com

Posted inUncategorized View All

କାଜିହାଟ ମଦ୍ରାସାରେ ଇଦ୍‌ ପାଳିତ: ୧୫ ହଜାର ମୁସଲମାନଙ୍କ ସମୂହ ନମାଜ ପାଠ

ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବିଭିନ୍ନ ମଦ୍ରାସା ଓ ମସ୍‌ଜିଦରେ ଇଦ୍‌ ପାଳିତ ହୋଇଛି। ଜୟରାମପୁର ପଞ୍ଚାୟତ କାଜିହାଟ ମଦ୍ରାସାରେ ୧୫ ହଜାର...

ପୂଜକଙ୍କ ଘର ପୋଡିଗଲା

ପାତ୍ରପୁର,୨୪ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜୟନ୍ତିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ଥିବା ପୂଜକ ନିଲାପୁ ଲୋକନାଥ ରେଡ୍ଡୀଙ୍କ ଘର ଶୁକ୍ରବାର ନିଅଁାଲାଗି ପୋଡି ଯାଇଛି। ପୂଜକଙ୍କ...

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩୩ ମୃତ

ମୁମ୍ବାଇ/ଭୋପାଳ/ନୂଆଦିଲ୍ଲୀ,୧୪ା୯(ପି.ଟି.): ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩୩ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦ ବର୍ଷ...

ଫେବୃୟାରୀ ୧୫ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ...

ଗଳାବାଟ ଦେଇ ପାର୍‌ ହେଉଛନ୍ତି ଶ୍ରମିକ

ଚମ୍ପୁଆ,୧ା୫ (ଡି.ଏନ୍‌.ଏ.)- କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ସବୁସ୍ତରରେ ସତର୍କତା ମୂଳକ ପଦକ୍ଷେପ ନିଆ ଯାଉଛି। ଜିଲା ତଥା ରାଜ୍ୟବାହାରୁ...

ଏକତାର ନିଦର୍ଶନ ଏଇ ବ୍ରିଜ୍‌

ଭେନିସ୍‌ ସହର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧ। ଜଳମଗ୍ନ ଏହି ସହର ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଠାକାର ସ୍ଥାପତ୍ୟ ବି ବେଶ୍‌ ଉଚ୍ଚକୋଟୀର।...

Leave a comment

Your email address will not be published. Required fields are marked *