ଚାଉଳ ମିଳୁଛି, ହିତାଧିକାରୀ ଜାଣିନାହାନ୍ତି : ଲୁଟି ନେଉଛନ୍ତି ରିଟେଲର

ଜଗତ୍‌ସିଂହପୁର ଅଫିସ,୨୩ା୭: ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗରିବ ପରିବାରକୁ ଚାଉଳ, କିରୋସିନ ଆଦି ସାମଗ୍ରୀ ପ୍ରଦାନ ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ପରିତାପର ବିଷୟ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏସବୁ ସାମଗ୍ରୀ ପହଞ୍ଚତ୍ପାରୁନାହିଁ। କେତେକ କ୍ଷେତ୍ରରେ ଗରିବ ହିତାଧିକାରୀଙ୍କ ନାମରେ ଚାଉଳ ଉଠୁଥିଲେ ମଧ୍ୟ ସେମାନେ ଜାଣିପାରୁନାହାନ୍ତି। ରିଟେଲରଙ୍କଠାରୁ ଆରମ୍ଭ କରି ଧନିକ ଶ୍ରେଣୀର ବ୍ୟକ୍ତି ଓ ବିଭାଗୀୟ କର୍ମଚାରୀମାନେ ଏସବୁ ଲୁଟି ନେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ ଜଣାପଡୁନାହିଁ। ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଗ୍ରାମରେ ଏଭଳି ଏକ ଘଟଣା ନଜରକୁ ଆସିବା ପରେ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର ମମତା ସ୍ବାଇଁଙ୍କ ପରିବାର ଏକ ସାଧାରଣ ଖଟିଖିଆ ପରିବାର। ତାଙ୍କ ସ୍ବାମୀ ପ୍ରମୋଦ ସ୍ବାଇଁ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମମତା ରାଶନ କାର୍ଡ ପାଇଥିଲେ। ଏଥିରେ ପରିବାରର ୩ ଜଣଙ୍କୁ ମାସିକ ୧୫ କେଜି ଚାଉଳ ମିଳୁଥିଲା। ୭ମାସ ପରେ ହଠାତ୍‌ ୨୦୧୬ ଜୁଲାଇରେ ତାଙ୍କ ରାଶନ କାର୍ଡ କଟିଯାଇଥିବା କହି ରିଟେଲର ଚାଉଳ ଦେଇ ନ ଥିଲେ। ଏହାର ଦୀର୍ଘ ୩ ବର୍ଷ ପରେ ସୌଭାଗ୍ୟ ବସତଃ ଜଣେ ହିତାକାଂକ୍ଷୀ ତାଙ୍କୁ ନଁା କଟିଛି କି ନାହିଁ ଜାଣିବା ପାଇଁ ପରାମର୍ଶ ଦେଇଥିଲେ। ସରକାରୀ ପୋର୍ଟାଲ ଅନୁଧ୍ୟାନ କରିବା ପରେ ତାଙ୍କ ନଁା ଅନ୍ତ୍ୟୋଦୟ ଯୋଜନାରେ ରହିଥିବା ଜଣାପଡିଥିଲା। କେବଳ ସେତିକି ନୁହେଁ ତାଙ୍କ ନାମରେ ପ୍ରତି ମାସରେ ୩୫ କେଜି ଚାଉଳ ଉଠାଯାଉଛି। ଏହା ଜାଣିବା ପରେ ସମ୍ପୃକ୍ତ ରିଟେଲରଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଏହା ପରେ ସେ ଢିଙ୍କିଆ ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁଙ୍କୁ ଲିଖିତ ଭାବେ ଜଣାଇବା ସହ ଶନିବାର ଏରସମା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଡିଓ ତଦନ୍ତ କରି ପଦକ୍ଷେପ ନେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ମମତା ନୁହନ୍ତି, ପଞ୍ଚାୟତରେ ଅନେକ ହିତାଧିକାରୀଙ୍କ ପ୍ରତି ଏଭଳି ଅନ୍ୟାୟ କରାଯାଉଥିବା ଅଭିଯୋଗ ହେଉଛି। ଯେଉଁମାନଙ୍କୁ ଚାଉଳ ଦିଆଯାଉଛି, ସେମାନଙ୍କୁ ନିର୍ଦ୍ଧାରିତ ଚାଉଳରୁ ୫୦୦ ଗ୍ରାମ୍‌ କମ୍‌ ଦିଆଯାଉଛି। ଢିଙ୍କିଆର ସୁଷମା ଦାଶ ନାମକ ଜଣେ ବିଧବାଙ୍କ ନାମ ଅନ୍ତ୍ୟୋଦୟ ଯୋଜନାରୁ କାଟି ଦିଆଯାଇଛି। ଏହି ବ୍ଲକର ଗୋବିନ୍ଦପୁର, ଢିଙ୍କିଆ ଆଦି ଗ୍ରାମର ଅନେକ ହିତାଧିକାରୀଙ୍କୁ ମାସାଧିକ କାଳ ହେବ କିରୋସିନ ଦିଆଯାଇନି। ଯେଉଁମାନଙ୍କୁ ଦିଆଯାଉଛି ତାହା ମଧ୍ୟ ନିର୍ଦ୍ଧାରିତ ପରିମାଣର ନୁହେଁ। ଏସବୁ କିରୋସିନ କଳାବଜାରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ବେହେରାଙ୍କୁ ପଚାରିବାରେ ଏହା ଉପରେ ତଦନ୍ତ ପାଇଁ ଆକାଉଣ୍ଟ୍‌ସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି କହିଛନ୍ତି ଯେ, ତାଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ। ତେବେ ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


All Right Reserved By Dharitri.Com

ବିନା ଗୃହରେ ଚାଲିଛି ୨୨୭ ଅଙ୍ଗନୱାଡି କେନ୍ଦ୍ର: ଉଦ୍‌ଘାଟନ ନ ହୋଇ ତାଲା ପଡ଼ିରହିଛି ବହୁ ଗୃହ

ରଣପୁର, ୧୨।୬ (ସ୍ବ.ପ୍ର.)-ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ସହ ଶିକ୍ଷାର ପ୍ରସାର ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ହେଲେ ଅନେକ ସମୟରେ ଅଧିକାଂଶ କେନ୍ଦ୍ରରେ ବିଭିନ୍ନ...

ସଡ଼କ ସୁରକ୍ଷା ବୈଠକ: ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ନୋଟିସ

ଯାଜପୁର ଅଫିସ,୨୨ା୬: ଯାଜପୁର ଜିଲା ସଡକ ସୁରକ୍ଷା ସମ୍ପର୍କିତ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଓ ପୌର ପ୍ରଶାସନର ତଥ୍ୟ...

କେନାଲ ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୁକିନ୍ଦା,୭ା୬(ଡି.ଏନ୍‌.ଏ.):  ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବିରିଗୋଡା ରେଙ୍ଗାଲି କେନାଲ ପାର୍ଶ୍ୱରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୁବକ...

୨ ସମ୍ପ୍ରଦାୟର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ

କେନ୍ଦ୍ରାପଡା ଅଫିସ, ୬ା୬: ସାମାଜିକ ଗଣମାଧ୍ୟମରେ ଉତ୍ତେଜନାମୂଳକ ଖବର ପ୍ରସାରଣ ରୋକିବା ପାଇଁ କେନ୍ଦ୍ରାପଡ଼ା ସହର ଓ ଏହାର ଆଖାପାଖ ଅଞ୍ଚଳରେ ୪୮ ଘଣ୍ଟା ଅର୍ଥାତ୍‌...

କାଳବୈଶାଖୀ ପ୍ରଭାବ: ଉଡ଼ିଗଲା କଲେଜ ଶ୍ରେଣୀଗୃହ ଆଜବେଷ୍ଟସ୍‌

ଗଣିଆ,୯।୬(ଡି.ଏନ.ଏ.)-ଗଣିଆ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟର ୨ଟି ଶ୍ରେଣୀଗୃହର ଆଜବେଷ୍ଟସ୍‌ ଛପର...

ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସଙ୍କଳ୍ପ : ଗୋମାତାଙ୍କ ସୁରକ୍ଷା, ରୋଗମୁକ୍ତ ସମାଜ ଗଠନ

ନୂଆଗାଁ,୧୩ା୫ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଢେଙ୍କେଣା ପଞ୍ଚାୟତ ଢେଙ୍କେଣା ଗ୍ରାମର ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଗୋମାତାଙ୍କ ସୁରକ୍ଷା ସହ ରୋଗମୁକ୍ତ...

ଫନୀ କ୍ଷୟକ୍ଷତି : ଆମ୍ବ, କାଜୁ ଫସଲ ଧ୍ୱସ୍ତବିଧ୍ୱସ୍ତ , ହଜିଯାଇଛି ନିଲାମଧାରୀଙ୍କ ନିଦ

ଟାଙ୍ଗୀ(ଖୋର୍ଦ୍ଧା),୧୩ା୫(ଡି.ଏନ.ଏ.)-ଫନୀ କାଜୁ ଓ ଆମ୍ବ ଫସଲର ପ୍ରଭୂତ କ୍ଷୟକ୍ଷତି କରିଛି। ଏଥିଯୋଗୁ ବିଶେଷ ଭାବେ କାଜୁ ବଗିଚା ନିଲାମଧାରୀଙ୍କ ନିଦ ହଜିଯାଇଛି। ଏହାର ପ୍ରାଦୁର୍ଭାବରେ ଆମ୍ବ...

‘ଫନୀ’ର ପ୍ରଭାବ : ଉପୁଡିଲା ଗଛ, ଆଶ୍ରୟ ସ୍ଥଳରେ ଲୋକଙ୍କ ଥଇଥାନ

ଓଡଗାଁ, ୩।୫(ସ୍ବ.ପ୍ର.): ଗୁରୁବାର ଅପରାହ୍ନରୁ ‘ଫନୀ’ର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ଲଗାତର ବର୍ଷା ଲାଗିରହିଛି । ଶୁକ୍ରବାର ଭୋରରୁ ବର୍ଷାର ପରିମାଣ...

Leave a comment

Your email address will not be published. Required fields are marked *