ସରକାରୀ ମାନ୍ୟତା ମିଳିଲାନି: ବନ୍ଦ ହେଲାଭୀମଭୋଇ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୨୩।୭(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ଜନସାଧାରଣଙ୍କ ଉଦ୍ୟମରେ ଚାଲି ଆସିଥିବା ସ୍ବାସ୍ଥ୍ୟକେନ୍ଦ୍ରଟି ଶେଷରେ ବନ୍ଦ ହେଲା। ଦେଢ ମାସ ହେଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଉ ଡାକ୍ତର, ଫାର୍ମାସିଷ୍ଟ କିମ୍ବା ସ୍ବାସ୍ଥ୍ୟ କର୍ମଚାରୀ ଆସୁନାହାନ୍ତି। ଔଷଧ ମଧ୍ୟ ଆଉ ଯୋଗାଇ ଦିଆଯାଉନି। ସରକାରୀ ମାନ୍ୟତା ନ ମିଳିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରାଯାଇଛି। ୮ ବର୍ଷ ଧରି ଚାଲି ଆସିଥିବା ସ୍ବାସ୍ଥ୍ୟ କେନ୍ଦ୍ରଟି ବନ୍ଦ ହେବା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ ଖଲିଆପାଲିରେ ନୂତନ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
୨୦୧୧ମସିହା ଅକ୍ଟୋବର ୨୬ତାରିଖରେ ସୁବର୍ଣ୍ଣପୁରର ତତ୍କାଳୀନ ଜିଲାପାଳ ସ୍ବର୍ଗତ ଗଗନ ବିହାରୀ ସ୍ବାଇଁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ସେହିଦିନଠାରୁ ସ୍ବାସ୍ଥ୍ୟକେନ୍ଦ୍ରର ପରିଚାଳନା ଦାୟିତ୍ୱ ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ହାତକୁ ନେଇଥିଲା। ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ନିଜର କୋଠା ଯୋଗାଇ ଦେଇଥିଲେ। ଜିଲା ରେଡକ୍ରସ ପକ୍ଷରୁ ସହାୟତା ମିଳୁଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ତତ୍କାଳୀନ ଜିଲାପାଳ ଏକ ପ୍ରସ୍ତାବ ଗତ ୧୧।୫।୨୦୧୨ରିଖରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ପଠାଇଥିଲେ। ତତ୍କାଳୀନ ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର ଓ ଅଞ୍ଚଳବାସୀ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ। ମାତ୍ର ରାଜ୍ୟ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରୀ ମାନ୍ୟତା ପ୍ରଦାନ କଲେନି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଖଲିଆପାଲି, ମୟୁରଉଡାନ, ରେଙ୍ଗାଲି, ମଲ୍ଲିକମୁଣ୍ଡା ଓ ବିଶିମୁଣ୍ଡା ଗ୍ରାମ ପଞ୍ଚାୟତର ପାଖାପାଖି ୩୦ହଜାର ଲୋକ ନିର୍ଭରଶୀଳ ଥିଲେ। ସ୍ଥାନୀୟ ଅଞ୍ଚଳରେ କୌଣସି ସ୍ବାସ୍ଥ୍ୟକେନ୍ଦ୍ର ତଥା ସ୍ବାସ୍ଥ୍ୟ ସୁବିଧା ନଥିବାରୁ ପ୍ରତିଦିନ ହାରାହାରି ୫୦ଜଣ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସା ସେବା ପାଉଥିଲେ। ସନ୍ଥ କବିଙ୍କ ସମାଧି ପୀଠକୁ ଦର୍ଶନ ପାଇଁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଆବଶ୍ୟକ ସମୟରେ ଚିକିତ୍ସିତ ହେଉଥିଲେ। ପୂର୍ବତନ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଆଦେଶକ୍ରମେ ନିକଟସ୍ଥ ନାଇକେନପାଲି ସ୍ବାସ୍ଥ୍ୟକେନ୍ଦ୍ରର ଏମଏଚୟୁ(ମୋବାଇଲ ହେଲ୍‌ଥ ୟୁନିଟ୍‌) ଓ ସାହାଜପିଟା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫମାନେ ଖଲିଆପାଲିକୁ ଆସି ରୋଗୀମାନଙ୍କୁ ଚିକିତ୍ସା କରୁଥିଲେ। ତେବେ ଏହି ସୁବିଧା ବନ୍ଦ ହେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ତାଲା ଝୁଲୁଛି। ସ୍ଥାନୀୟ ଲୋକଙ୍କ ଦାବି ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ସମାଧି ପୀଠ ଟ୍ରଷ୍ଟର ସଭାପତି ଛତ୍ରଧାରୀ ଅଗ୍ରୱାଲା, ଖଲିଆପାଲି ସରପଞ୍ଚ ରଘୁନାଥ ଅଗ୍ରୱାଲା, ସୁମନ୍ତ ପୁଟେଲ, ପ୍ରହଲ୍ଲାଦ ବେହେରା, ଜନମୁରା ପଞ୍ଚାୟତର ସମିତି ସଭ୍ୟ ସୁବ୍ରତ କୁମାର ସେଠୀ ଓ ଅନୀଲ ଧରୁଆ ପ୍ରମୁଖ ସୋମବାର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସାକ୍ଷାତ୍‌ ପାଇଁ ଅଞ୍ଚଳବାସୀ ଆସିଥିଲେ। ତେବେ ଜିଲାପାଳ ଜନ ଅଭିଯୋଗ ଶୁଣାଣି ପାଇଁ ଡୁଙ୍ଗୁରିପାଲି ବ୍ଲକକୁ ଯାଇଥିବାରୁ ସାକ୍ଷାତ ସମ୍ଭବ ହୋଇ ପାରି ନ ଥିଲା ।


All Right Reserved By Dharitri.Com

ବିଭିନ୍ନ ଧାନମଣ୍ଡି ପରିଦର୍ଶନ କଲେ ଉପଜିଲାପାଳ

ଆଠମଲ୍ଲିକ,୨୫।୧୨(ଡି.ଏନ.ଏ.): ଆଠମଲ୍ଲିକ ଉପଜିଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ବୁଧବାର ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ମଣ୍ଡିକୁ ଧାନ ଆଣିଥିବା...

ଶ୍ରୀମନ୍ଦିର ରୀତିନୀତିରେ ଶଙ୍କରାଚାର୍ଯ୍ୟ ସାଜିବେ ମାର୍ଗଦର୍ଶକ

ପୁରୀ ଅଫିସ, ୫ା୧୧: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ସୋମବାର ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣି, ମହାପ୍ରଭୁଙ୍କ ସେବାପୂଜା, ଶ୍ରୀମନ୍ଦିର...

ବାରଣ୍ଡାରେ ଚାଲିଛି ପାଠପଢ଼ା

ହାଟଡ଼ିହୀ, ୩୧।୭ (ଡି.ଏନ.ଏ.)-ସରକାର ଅଙ୍ଗନୱାଡ଼ି ପାଇଁ ଯୋଜନାମାନ କରି ସ୍ବାସ୍ଥ୍ୟ ପରିବେଶ ଓ ଉନ୍ନତ ମାନର ଗୃହ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି । ପ୍ରଶାସନର...

ମପାଯିବ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା

ଭୁବନେଶ୍ୱର, ୧୯ା୧୦ (ବ୍ୟୁରୋ): ମୋ ସରକାର ଏବଂ ୫-ଟି କାର୍ଯ୍ୟକାରୀ କ୍ଷେତ୍ରରେ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ମପାଯିବ। ଏ ନେଇ କର୍ମଚାରୀମାନଙ୍କର ବାର୍ଷିକ...

ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୁଧବାର ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ଼ ଅନୁଷ୍ଠିତ ହେବ।...

ଗଁ। ଚଳଣିରୁ ବାସନ୍ଦ ଅଭିଯୋଗ:ଗ୍ରାମ ସଭାପତିଙ୍କ ସମେତ ୫ ଗିରଫ

ବଇଣ୍ଡା,୭।୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ଥାନା ଚୁଡାଖାଇ ଗ୍ରାମର ଏକ ଦଳିତ ପରିବାରକୁ ବାସନ୍ଦ ଅଭିଯୋଗରେ ପୋଲିସ ସୋମବାର ୫ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ...

୩୫ଶହ ଲିଟର ପୋଚ, ୫୫ ଲିଟର ମଦ ଜବତ

ଗୋପାଳପୁର,୧୦।୬- ରଙ୍ଗେଇଲୁଣ୍ଡା ବ୍ଲକରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଗୋଳନ୍ଥରା ଅବକାରୀ ବିଭାଗ ପକ୍ଷରୁ ରବିବାର...

ଶେଷ ପର୍ଯ୍ୟାୟରେ ସାନଛତା ମଠ ଉଚ୍ଛେଦ: ଶନିବାର ଭଙ୍ଗାଯିବ ଘରୋଇ କୋଠା

ପୁରୀ ଅଫିସ, ୧୩ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛିି। ମଙ୍ଗୁ ମଠର ବ୍ୟବସାୟିକ କୋଠା ଭାଙ୍ଗିବା ପରେ ତିନିଦିନ...

Leave a comment

Your email address will not be published. Required fields are marked *