ଜଳିଗଲାଣି ଧାନଗଛ, ଚିନ୍ତାରେ ଚାଷୀ

ଉଲୁଣ୍ଡା, ୨୩ା୭ (ଡି.ଏନ.ଏ.)
ଶ୍ରାବଣ ମାସର ଆଦ୍ୟ ଚଉଠି, ଚାରିଦିଗୁ ମେଘ ଆସିବ ଘୋଟି। ଫେଲ ମାରିଲା ଏହି ଖନା ବଚନ। ଚଳିତ ବର୍ଷ ଶ୍ରାବଣ ମାସର ଆଦ୍ୟ ଚଉଠି ଗତ ଶନିବାର ଦିନଠାରୁ ୩୯ ଡିଗ୍ରୀ ତାପମାତ୍ରା ଉପରେ ସିଝୁଛି ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ। ପ୍ରଚଣ୍ଡ ତାପମାତ୍ରାରେ ଜଳି ଯାଉଛି ବୁଣା ଧାନ ଓ ତଳିଘେରା। ଆଖି ସାମ୍ନାରେ ଜଳି ଯାଉଥିବା ଗଜା ଫସଲ ଦେଖି ଅଞ୍ଚଳର ଚାଷୀକୁଳରେ ହା ହାକାର ସୃଷ୍ଟି ହେଉଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀଙ୍କ ମାନସିକ କଷ୍ଟକୁ ଦ୍ୱିଗୁଣିତ କରିଦେଉଛି। ବିଶେଷ କରି ପାଣିପାଗ ବିଭାଗ ତରଫରୁ ବିଭିନ୍ନ ସମୟରେ ମୌସୁମୀ ଏବଂ ଲଘୁଚାପ ବର୍ଷାଜନିତ ତଥ୍ୟ ବାରମ୍ବାର ଫେଲ ମାରୁଥିବାରୁ ଚାଷୀ ଆତଙ୍କିତ ହୋଇପଡିଛି।
ଅଣଜଳସେଚିତ ଉଲୁଣ୍ଡା ବ୍ଲକର ଚାଷୀ ପ୍ରାୟତଃ ବୁଣାଧାନ ଚାଷ ଉପରେ ଭରସା ରଖି ଚାଷ କାର୍ଯ୍ୟ କରୁଥିବା ବେଳେ ବିଗତ ୨ସପ୍ତାହ ଧରି ବର୍ଷାଅଭାବ ସହ ମୁଣ୍ଡଫଟା ଖରା ଯୋଗୁଁ ଗଜା ମରୁଡି ପରିସ୍ଥିତି ଦେଖାଦେଲାଣି। ଅନ୍ୟପକ୍ଷେ ଜମିକୁ ପାଣି ମଡାଇବାର କୌଣସି ସାଧନ ନଥିବା ହେତୁ ନିରୂପାୟ ହୋଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ପୁଣି ବ୍ଲକର ପାଖାପାଖି ୩୦ ପ୍ରତିଶତ ଜମିରେ ରୁଆ ଧାନର ତଳି ଘେରାରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ତଳିଘେରା ସବୁ ପ୍ରଚଣ୍ଡ ଖରାରେ ଫାଟି ଆଁ କରିଥିବା ବେଳେ ପହ୍ଲା ସବୁ ଜଳିଗଲାଣି। ଚଳିତ ୨୦୧୯ ଖରିଫ ପାଇଁ ବ୍ଲକର ସମୁଦାୟ ୨୨୬୫୦ ହେକ୍ଟର ଚାଷ ଜମିରୁ ୧୬୭୯୦ ହେକ୍ଟର ଜମିରେ ଧାନ ଓ ଅବଶିଷ୍ଟ ୫୬୮୦ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ପାଇଁ କୃଷିବିଭାଗ ତରଫରୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଧାନଚାଷ ହେବାକୁ ଥିବା ୧୬୭୯୦ ହେକ୍ଟର ମଧ୍ୟରୁ ପ୍ରାୟ ୧୦ହଜାର ହେକ୍ଟର ଚାଷ ଜମିରେ ଧାନବୁଣା କାର୍ଯ୍ୟ ସରିଥିବା ବେଳେ ବର୍ଷା ଅଭାବ ଯୋଗୁଁ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ତେବେ ଉଲୁଣ୍ଡା ବ୍ଲକରେ ଜୁନ ମାସରେ ହାରାହାରି ବର୍ଷା ୨୧୭.୪ ମିଲି ଓ ଜୁଲାଇ ମାସରେ ୨୧୯.୧୪ ମିଲି ଥିବାବେଳେ ଚଳିତ ବର୍ଷ ଜୁନରେ ୧୫୯.୬ ଓ ଜୁଲାଇ ୨୨ତାରିଖ ପର୍ଯ୍ୟନ୍ତ ୨୦୨.୪ ମିଲି ବର୍ଷା ହୋଇଥିବା ସୂଚନା ମିଳିଛି। ମାତ୍ର ଏହା ସ୍ବଭାବିକ ବର୍ଷାଠାରୁ ବହୁକମ୍‌ ଥିବାହେତୁ ଚାଷ ଅନୁକୂଳ ହୋଇ ନ ପାରି ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇ ପଡି ରହିଛି। ତେବେ ବିଗତ ବର୍ଷମାନଙ୍କରେ ବାରମ୍ବାର ମରୁଡିର ଶିକାରରେ ଚାଷୀର ଅଣ୍ଟା ସଳଖି ନ ଥିବା ସମୟରେ ଏକ ଆସନ୍ନ ମରୁଡି ଚାଷୀକୁଳକୁ ଭୟଭୀତ କରିଦେଇଛି। ସପ୍ତାହକ ଭିତରେ ବଡଧରଣର ବର୍ଷା ନ ହେଲେ ଗଜାଧାନ ସବୁ ଜଳିପୋଡି ନଷ୍ଟ ହୋଇଯିବ ବୋଲି ମରାଲୋଏ ଗ୍ରାମର ନୀରଦ ସୁନ୍ଦର ପୁରୋହିତ, ପଞ୍ଚମହଲାର ଜଶୋବନ୍ତୀ ମାହାର, ଗୌଡଗଁାର ପ୍ରଶାନ୍ତ ପାଣିଗ୍ରାହୀ ପ୍ରମୁଖ ପ୍ରକାଶ କରିଛନ୍ତ।


All Right Reserved By Dharitri.Com

ଏରସମା ଫାଶୀ ଦଣ୍ଡାଦେଶ ମାମଲା:ଜାନୁୟାରୀ ୯ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୩।୧୨:୨୦୧୮ ମାର୍ଚ୍ଚ ୨୦ରେ ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା...

ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ ପ୍ରସଙ୍ଗ: ତହସିଲ ସମ୍ମୁଖରେ ଧାରଣାକାରୀଙ୍କ ବିକ୍ଷୋଭ

ଏରସମା, ୧୫।୨ (ସ୍ବ.ପ୍ର.): ଏରସମା ଥାନା ଅଧୀନ ଜିରାଇଲୋ ପଞ୍ଚାୟତସ୍ଥିତ ଶରବା ଗ୍ରାମ ନିକଟରେ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ କରି ଗତ ଜାନୁୟାରୀ...

ଶିଶୁପୁତ୍ରଙ୍କୁ ଘରେ ତାଲା ପକାଇ ପଳାଇଲେ ମା’, ଉଦ୍ଧାର କଲା ଚାଇଲ୍ଡଲାଇନ୍‌

କଟକ ଅଫିସ,୨୭।୬: କଟକ ଜିଲା ବିଡ଼ାନାସୀ ଥାନା ଅଧୀନରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବନ୍ଦ ଘରୁ ୪ ବର୍ଷର ଶିଶୁପୁତ୍ରଙ୍କୁ...

ମୁଣ୍ଡାରୀ ସମ୍ପ୍ରଦାୟର ବୁରୁବଙ୍ଗା ମହୋତ୍ସବ

ବଡ଼ସାହି,୨୦ା୧(ସ୍ବ.ପ୍ର)-ବଡସାହି ପଞ୍ଚାୟତ କେନ୍ଦୁଆସାହି ବିର୍ସା ମଇଦାନରେ ବୁରୁବଙ୍ଗା ସାସାଂକିର୍‌ କମିଟି ଓ ବୁରୁବଙ୍ଗା ଯୁବକ ସଂଘ ଆନୁକୂଲ୍ୟରେ ମୁଣ୍ଡାରୀ ସମ୍ପ୍ରଦାୟ ତରଫରୁ ୬ଷ୍ଠ ବାର୍ଷିକ ‘ବୁରୁବଙ୍ଗା...

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯାଉ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନା କରାଯିବା ନିମନ୍ତେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ...

ଆଟେଣ୍ଡାନ୍ସ ଖାତାରେ ପୂର୍ବତନ ବିଧାୟକଙ୍କ ନାମ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ପ୍ରଥମଥର ବିଧାୟକ ହୋଇଛନ୍ତି। ଯେତେବେଳେ ବିଧାନସଭାର ଅଧିବେଶନରେ ଯୋଗ ଦେବାକୁ ଆସୁଛନ୍ତି ବିଧାୟକଙ୍କ ଅଟେଣ୍ଡାନ୍ସ ଖାତାରେ ରହିଛି...

ଟାଟା: ଖଣି ହାତେଇବାକୁ ବ୍ୟାକୁଳ

କଟକ ଅଫିସ,୮ା୮(ଲାଲା ସୁନୀଲ କୁମାର ରଥ/କୁମାରଶ୍ରୀ ସାହୁ):ଟାଟା ସାମ୍ରାଜ୍ୟର ଜନ୍ମ ଓଡ଼ିଶାର ପ୍ରାକୃତିକ ସମ୍ପଦରୁ ହୋଇଛି। ଆମ ମଧ୍ୟରେ କ୍ୱଚିତ୍‌ ଥିବେ ଯେଉଁମାନେ ଟାଟା ଶିଳ୍ପ...

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ: ବର୍ଷସାରା ନାଇଟ୍‌, ଫୁଟ୍‌ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ତତ୍ପର ହୋଇଛି ବନ ବିଭାଗ। ବର୍ଷ ସାରା ଏହି ଅଭୟାରଣ୍ୟରେ ନାଇଟ୍‌ ପାଟ୍ରୋଲିଂ ଏବଂ ଫୁଟ୍‌ ପାଟ୍ରୋଲିଂ...

Leave a comment

Your email address will not be published. Required fields are marked *