ବର୍ଜ୍ୟବସ୍ତୁ ସଂଗ୍ରହ କରିବ ଭ୍ରାମ୍ୟମାଣ ଭ୍ୟାନ୍‌

ଭଦ୍ରକ ଅଫିସ, ୨୨।୭ – ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ସମସ୍ତ ୱାର୍ଡରୁ ଏଣିକି ଦୁଇଟି ଭ୍ରାମ୍ୟମାଣ ଭ୍ୟାନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିବ। ଏଥିପାଇଁ ସୋମବାର ପୌରପାଳିକା ପକ୍ଷରୁ ଦୁଇଟି ଭ୍ୟାନ୍‌କୁ ଉଦ୍‌ଘାଟନ କରାଯାଇଛି। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି ସହରକୁ ନିର୍ମଳ ଓ ବର୍ଜ୍ୟବସ୍ତୁମୁକ୍ତ କରିବାରେ ଏହି ଭ୍ୟାନ ଲାଭଦାୟକ ହେବ ବୋଲି କହିଥିଲେ। ଏହି ଭ୍ୟାନ୍‌ ବର୍ଜ୍ୟବସ୍ତୁ ପିଟ୍‌ ଓ ଘର ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବୋଲି ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ ସୂଚନା ଦେଇଥିଲେ। ବହୁ କାଉନସିଲର୍‌ ଓ ସହରବାସୀ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକଙ୍କ ଦ୍ୱାରା କେତେକ ହିତାଧିକାରୀଙ୍କୁ ଭତ୍ତା ଓ ଟ୍ରାଇସାଇକେଲ ବଣ୍ଟନ କରାଯାଇଥିଲା।


All Right Reserved By Dharitri.Com

ଘରୁ ବାହାରିଲା ୧୩ ନାଗ, ବାବୁ ସାହିରେ ଆତଙ୍କ

ଧାମନଗର,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ବାବୁ ସାହିର ଖଗେଶ୍ୱର ମହାକୁଡ଼ଙ୍କ ଘରୁ ଗୋଟିଏ ନାଗୁଣୀ ସହ ୧୨ ନାଗ ଛୁଆ ଉଦ୍ଧାର କରାଯାଇଛି।...

ମହିଳାଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ବଡ଼ସାହି, ୭।୬(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଜୁଣପଦା ଗ୍ରାମର ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ଶୁକ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କମଲାଙ୍ଗି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ରବିବାର ସକାଳେ ପାଖ ଜଙ୍ଗଲକୁ ହରେକୃଷ୍ଣ ବିଶୋୟୀ ଶୌଚ...

ବିଭିନ୍ନ ଦାବି ନେଇ ମୋଦିସେନା ସେବାସଂଘର ଧାରଣା

ଚାନ୍ଦବାଲି,୮।୭(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଅଧୀନସ୍ଥ ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଦିସେନା ସେବା ସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ...

କବିବରଙ୍କ ସାହିତ୍ୟ କୃତି ଅତୁଳନୀୟ

ସୋର, ୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ କେଦାରପୁର ଗ୍ରାମରେ କବିବର ରାଧାନାଥ ରାୟଙ୍କର ଜନ୍ମପୀଠରେ ୧୭୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କବିବର...

ସାହି ଗଣ୍ଡଗୋଳ : ୨ ଭାଇଙ୍କୁ ହତ୍ୟା

କେନ୍ଦୁଝର,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତ କାଶିଆ ଗ୍ରାମ ନାଏକ ସାହିରେ ଗୁରୁବାର ଅପରାହ୍ନରେ ମାଡପିଟ୍‌ ହୋଇ ୨ ଭାଇଙ୍କୁ ହତ୍ୟା...

୧.୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ...

ବାଲେଶ୍ୱର ସବ୍‌ରେଜିଷ୍ଟ୍ରି ଅଫିସରେ ନିଅଁ।

ବାଲେଶ୍ୱର ଅଫିସ, ୧୦ା୧୨-ବାଲେଶ୍ୱର ସବ୍‌ରେଜିଷ୍ଟ୍ରି ଅଫିସରେ ସୋମବାର ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ନିଅଁ। ଲାଗିଯାଇଥିଲା। ସ୍ଥାନୀୟ ଲୋକେ ନିଅଁ। ଲାଗିଥିବା ଦେଖି ଅଗ୍ନିଶମ...

Leave a comment

Your email address will not be published. Required fields are marked *