Posted inଖେଳ

ବଲିଉଡ୍‌ ଗୀତରେ ନାଚିଲେ ଆମେରିକୀୟ ଟେନିସ ଷ୍ଟାର

ଓ୍ବାଶିଂଟନ,୨୨।୧୭- ଆମେରିକାନ ଟେନିସ ଖେଳାଳି ଆଲିସନ ରିସ୍କେ ସଭିଙ୍କୁ ଚକିତ କରିଦେଇଛନ୍ତି। ବିଶ୍ୱର ନଂ ମହିଳା ସିଙ୍ଗଲ୍ସ ଖେଳାଳି ଆଶଲେ ବାର୍ଟିଙ୍କୁ ଓ୍ବିମ୍ବେଲଡନ ଓପନରେ ହରାଇବା ପରେ ସେ ତାଙ୍କ ବନ୍ଧୁ ଷ୍ଟିଫେନ ଅମ୍ରିତରାଜଙ୍କୁ ବିବାହ କରିଛନ୍ତି। ଷ୍ଟିଫେନ ଭାରତକୁ ଟେନିସ ଖେଳାଳି ଭାବେ ପ୍ରତିନିଧିତ୍ୱ କରିସାରିଛନ୍ତି। ସେ ଦେଶର ପୂର୍ବତନ ଓ୍ବାଲର୍‌ଡ ଟୁର ଖେଳାଳି ଆନନ୍ଦ ଅମ୍ରିତରାଜଙ୍କ ପୁଅ। ଏହି ବିବାହ ପିଟ୍ସବର୍ଗଠାରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଆଲିସନ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଉକ୍ତ ଭିଡିଓରେ ଆଲିସନ ତାଙ୍କ ଭଉଣୀ ସାରାଙ୍କ ସହ ଏକ ବଲିଉଡ ଗୀତ ‘ନଚଦେ ଶାରେ’ରେ ଡ୍ୟାନ୍ସ କରୁଛନ୍ତି। ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ରିଟୁଇଟ୍‌ କରି ଉଭୟ ଆଲିସନ ଓ ଅମ୍ରିତରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିକଟରେ ଶେଷ ହୋଇଥିବା ଓ୍ବିମ୍ବେଲଡନ ଓପନରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଆଲିସନ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲେ। ତାଙ୍କୁ କ୍ୱାର୍ଟର ଫାଇନାଲରେ କିମ୍ବଦନ୍ତୀ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମସ ହରାଇଥିଲେ।


All Right Reserved By Dharitri.Com

Posted inଖେଳ View All

ବାରବାଟୀ ଦିନିକିଆ ଆଉ ୨୧ ଦିନ ବରୁଣ-ଉମେଶଙ୍କ ସ୍ମରଣୀୟ ଭାଗୀଦାରି

କଟକ ଅଫିସ,୦୧।୧୧- ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୨୧୧ରନ କରିଥିଲା। ବିଜୟଲକ୍ଷ୍ୟକୁ ପିଛା କରୁଥିବା ଭାରତ ୪୭ତମ ଓଭର ପ୍ରଥମ ବଲ୍‌ରେ...

‘ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ସାମିଲ ହେବ ନାହିଁ’

ଲଣ୍ଡନ,୧୪।୮(ପି.ଟି.)- ଭାରତ ଓହରିଯିବାର ଧମକ ଦେବା ସତ୍ତ୍ୱେ ମଧ୍ୟ ଶୁଟିଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବ ନାହିଁ ବୋଲି କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌) ମୁଖ୍ୟ ଲୋଇସ୍‌...

ଅବସର ପୂର୍ବରୁ ରାଞ୍ଚିକୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି ଧୋନୀ

ରାଞ୍ଚି,୨୯।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। ୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ ନିଜକୁ ଦୂରେଇ...

ଭାରତ ବିପକ୍ଷରେ ଖେଳିପାରନ୍ତି ଅମଲା

ଲଣ୍ଡନ,୨ା୬(ପିଟି)- ଭେଟେରାନ ଦକ୍ଷିଣ ଆଫ୍ରିକା ଓପନର ହାସିମ ଅମଲା ବୁଧବାର ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ୟ ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇପାରନ୍ତି। ଇଂଲଣ୍ଡ ବିପକ୍ଷ...

ମହାମୁକାବିଲା ପୂର୍ବରୁ ଭାରତ-ପାକିସ୍ତାନ ଭିତରେ ବିଜ୍ଞାପନ ଯୁଦ୍ଧ: ଭାରତ ନେଲା ଅଭିନନ୍ଦନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୫।୬: ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତିକ୍ଷୀତ ଆଇସିସି ଓ୍ବାଲ୍ଡ କପ୍‌ ମ୍ୟାଚ ରବିବାର ମେଞ୍ଚଷ୍ଟାରରେ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ଗ୍ରାଉଣ୍ଡ ଫ୍ଲୋରରେ ମୁହାଁମୁହିଁ ହେବା...

ନିଶାମଙ୍କ ଛକା ସମୟରେ ଚାଲିଗଲା କୋଚ୍‌ଙ୍କ ଜୀବନ

ଅକ୍‌ଲାଣ୍ଡ, ୧୮।୭ (ପି.ଟି.)- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆଇସିସି ବିଶ୍ୱକପ୍‌ର ରୋମାଞ୍ଚକଭରା ଫାଇନାଲରେ ଉଭୟ ମ୍ୟାଚ୍‌ ଓ ସୁପର ଓଭର ଟାଇ ରହିବା ପରେ ଅଧିକ...

ବରଫ ପାହାଡ ଉପରୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ନୂଆବର୍ଷ ପାଳିବା ପାଇଁ ସୁଇଜରଲାଣ୍ଡରେ ପହଞ୍ଚିଛନ୍ତି। ସେଠାରେ ବରଫ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୫ କୋଟିରେ ବିକ୍ରି ହେଲା ଓ୍ବର୍ନଙ୍କ କ୍ୟାପ

ସିଡ୍‌ନୀ,୧୦।୧(ଏଏଫ୍‌ପି)- କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ପଦାର୍ପଣ ଗ୍ରୀନ କ୍ୟାପ ୧ ନିୟୁତ ଅଷ୍ଟ୍ରେଲିଆନ ଡଲାରରେ ବିକ୍ରି ହୋଇଛି। ଭାରତୀୟ ମୁଦ୍ରାରେ ଏହାର...

Leave a comment

Your email address will not be published. Required fields are marked *