ବାବୁଲି ଗୁଳିକାଣ୍ଡ ଘଟଣା: ୪ ଗିରଫ, ଟିଟୋ ଏବଂ ବାବୁ ସାହୁ ଗ୍ୟାଙ୍ଗର ରହିଛି ହାତ

କେନ୍ଦ୍ରାପଡା ଅଫିସ, ୧୭ା୭- ଧର୍ମରକ୍ଷା ସେନାର କେନ୍ଦ୍ରାପଡା ଜିଲା ଆବହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କ ଉପରେ ଗତ ୧୩ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ଜିଲା ପୋଲିସ ୪ ଜଣଙ୍କୁ ସୋମବାର ଗିରଫ କରିଛି। ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଓ ବାବୁ ଓରଫ ଭବାନୀଶଙ୍କର ସାହୁଙ୍କର ଏହି ଗୁଳିମାଡ଼ରେ ହାତ ରହିଛି । ମୁଖ୍ୟ ଅଭିଯୁକ୍ତ ସେକ୍‌ ମହତାବ ଓ ସେକ୍‌ କୁଦରତ ଧରା ପଡି ନ ଥିବା ବେଳେ କୌଣସି ମାରଣାସ୍ତ୍ର ଜବତ ହୋଇପାରିନାହିଁ। ଗିରଫ ହୋଇଥିବା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ଆଲୋକ କୁମାର ମଲ୍ଲିକ (୨୨), ଚାରିଗଁାର କାଳିଆ ଓରଫ ତ୍ରିଲୋଚନ ମଲ୍ଲିକ (୨୧), ଟାଉନ ଥାନା ଅନ୍ତର୍ଗତ ବଡହାଟ କୁରେସୀ ମହଲାର ସେକ୍‌ ସାକିର (୨୮) ଓ ସଦର ଥାନା ଅନ୍ତର୍ଗତ ନେମ୍ବରା ଗ୍ରାମର ଶଙ୍କର ସେଠୀ (୨୯)ଙ୍କ ନିକଟରୁ ୪ଟି ମୋବାଇଲ, ଗୋଟିଏ ଗ୍ଲାମର ମୋଟର ସାଇକେଲ ଓ ଗୋଟିଏ ଏଫ୍‌ଜେଡ୍‌ ମୋଟର ସାଇକେଲ ଜବତ ହୋଇଛି । ଏହି ୪ ଜଣଙ୍କୁ ସଦର ଥାନା କେସ ନଂ (୧୮୯/ ୧୯)ର ଧାରା ୩୪୧, ୩୦୭, ୧୨୦ (ଖ), ୩୪ ଓ ଆର୍ମସ ଆକ୍ଟର ୨୫ ଓ ୨୭ରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ଜଡିତ ଟାଉନ ଥାନା ଅଧୀନ ଜଇପୁରା ଗ୍ରାମର ସେକ୍‌ ମହତାବ (୨୩), ସେକ୍‌ କୁଦରତ, ସେକ୍‌ ସନି, ତାଜ, ଜାନ ଓରଫ ସେକ୍‌ ସର୍ଫରାଜ (୨୫), ପଟ୍ଟାମୁଣ୍ଡାଇ ଥାନା ଜରିଆ ଗ୍ରାମର ଟୁକୁନା ଓରଫ ମିର୍ଜା ଗାଲିବ ବେଗ (୨୫) ଓ ଜାଜପୁର ଜିଲା ବରି ଥାନା ସେରପୁର ଗ୍ରାମର ରାଜା ମଲ୍ଲିକ (୨୨) ଫେରାର ଅଛନ୍ତି । ବାବୁଲିଙ୍କୁ ଜୀବନରୁ ମାରି ଦେବା ପାଇଁ ଗ୍ୟାଙ୍ଗଷ୍ଟର ଟିଟୋ ଓ ବାବୁ ସାହୁ ଏହି ଯୋଜନା କରିଥିଲେ ବୋଲି ଏସପି ନୀତିଶେଖର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ବାବୁଲିଙ୍କୁ ଜୀବନରୁ ମାରିଦେବା ପାଇଁ ମୋଟ ୫ ଲକ୍ଷ ଟଙ୍କା ମୂଲଚାଲ ହୋଇଥିବା ବେଳେ ସେକ୍‌ ସାକିର ଓ ସେକ୍‌ ସର୍ଫରାଜଙ୍କୁ ୧ ଲକ୍ଷ ଟଙ୍କା ଓ ୩ଟି ପିସ୍ତଲ ଯୋଗାଇ ଦିଆଯାଇଥିଲା । ଗିରଫ ହୋଇଥିବା ଆଲୋକଙ୍କ ନାମରେ ଜିଲାର ଟାଉନ ଥାନା, ସଦର ଥାନା, ପଟ୍ଟାମୁଣ୍ଡାଇ ଥାନା, ବାଲୋଶ୍ୱର ଜିଲାର ସିମୁଳିଆ ଥାନା, ଜାଯପୁର ଜିଲାର ବରି ରାମଚନ୍ଦ୍ରପୁର ଥାନାରେ ଏହା ପୂର୍ବରୁ ମାମଲା ଅଛି। ସେହିପରି ଶଙ୍କରଙ୍କ ନାମରେ କେନ୍ଦ୍ରପଡା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଓ କାଳିଆଙ୍କ ନାମରେ ବରୀ ରାମଚନ୍ଦ୍ରପୁର ଥାନାରେ ମାମଲା ଅଛ। ପୂର୍ବ ମାମଲାରେ ଦାଦାବଟି ଆଦାୟ, ଲୁଟ ଆଦି ମାମଲା ଦରଜ ହୋଇଛି। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋ ଓ ବାବୁ ସାହୁଙ୍କୁ ଜିଲା ପୋଲିସରେ ରିମାଣ୍ଡରେ ନିଆଯିବ। ଏଥିସହିତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଘଟଣାର ଅଧିକ ଛାନଭିନ ଚାଲିଛି ବୋଲି ଏସ୍‌ପି ନୀତିଶେଖର ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପୋଲିସର ଏହି ତଦନ୍ତରେ ସତ୍ୟତା ନ ଥିବା ନେଇ ଆଲୋଚନା ହେଉଛି। ଗ୍ୟାଙ୍ଗଷ୍ଟର ଟିଟୋ ସହିତ ବାବୁ ସାହୁଙ୍କୁ ଯୋଡିବା, ଅପରାଧୀ ଭାବେ ଚିହ୍ନଟ ହୋଇଥିବା କେତେକ ଯୁବକ ଅପରାଧ ଦୁନିଆ ସହ ଜଡ଼ିତ ନ ଥିବା ସହରରେ ଚର୍ଚ୍ଚା ହେଉଛି ।


All Right Reserved By

କପିଳାସ ପୀଠରେ ଶ୍ରାବଣ ଜଳଲାଗି ପ୍ରସ୍ତୁତି: ପ୍ଲାଷ୍ଟିକ, ପଲିଥିନ ସମ୍ପୂର୍ଣ୍ଣ ବାରଣ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଜିଲାର ଅନ୍ୟ ୧୨ ପ୍ରମୁଖ ଶିବାଳୟରେ ଶ୍ରାବଣ ଜଳଲାଗି ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି।...

ମାଲେସିଆ ଜାହାଜରୁ ତେଲ କଢ଼ାଯିବ: ମନ୍ତ୍ରୀ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଚିଲିକା ନିକଟରେ ଲାଗିଥିବା ମାଲେସିଆ ମାଲବାହୀ ଜାହାଜରୁ ତେଲ କଢାଯିବ। ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି।...

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୨୮ରୁ ବର୍ଷା ପରିମାଣ ବଢ଼ିବ

ଭୁବନେଶ୍ୱର, ୨୫।୮(ବ୍ୟୁରୋ)/ ତାଳଚେର ଅଫିସ: ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଛି। ଏହା...

୪୫, ୦୨୭ ଭୋଟରେ ଅନୁଭବ ଆଗରେ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧,୫୩,୦୦୧ ଭୋଟ ପାଇଥିବା ବେଳେ ଭାଜପା...

ଦାରୁଠେଙ୍ଗ ଡମ୍ପିୟାର୍ଡ ପାଇଁ ନନ୍ଦନକାନନର ଜୀବ ମରୁଛନ୍ତି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠସ୍ଥିତ ଡାରୁଠେଙ୍ଗ ଗ୍ରାମଠାରେ ସମଗ୍ର ଭୁବନେଶ୍ୱର ମହାନଗର ନିଗମର ଅଳିଆ ଓ ଆର୍ବଜନା ପାହାଡ଼ ପରି ଗଦା କରିଦିଆଯାଉଛି। ଏଥିପାଇଁ ସେହି ପାଖାପାଖି...

ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ : ତିତ୍‌ଲି ନାମରେ ଦେଢ଼ କୋଟି ଆତ୍ମସାତ୍‌

ଯାଜପୁର ଅଫିସ,୧୯ା୮: ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ଏସ୍‌ଆରସି (ସ୍ପେଶିଆଲ ରିଲିଫ କମିଶନର) ପାଣ୍ଠିରୁ ତିତ୍‌ଲି ନାମରେ ଆବଣ୍ଟିତ...

୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ...

ଓଡ଼ିଶା ଅଭିମୁଖେ ଜଗା-କାଳିଆ: ପହଞ୍ଚିବା ପରେ ଏସ୍‌ସିବି ଯିବେ

ଭୁବନେଶ୍ୱର, ୬।୯(ବ୍ୟୁରୋ): ଶୁକ୍ରବାର ଦିଲ୍ଲୀ ଏମ୍‌ସ ଛାଡ଼ିଛନ୍ତି ଜଗା -କାଳିଆ। ଡାକ୍ତରଙ୍କ ପ୍ରେସ୍‌ମିଟ୍‌ ପରେ ସେମାନେ ଏମ୍‌ସରୁ ବାହାରିଛନ୍ତି। ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସେମାନଙ୍କୁ ଏମ୍‌ସରୁ ରେଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *