ହିଞ୍ଜିଳି ପୋଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟ ଠାବ: ୨ବସ୍ତା ଗଞ୍ଜେଇ ଜବତ, ୩ ଗିରଫ

ହିଞ୍ଜିଳିକାଟୁ,୨୨ା୭(ଡି.ଏନ୍‌.ଏ): କନ୍ଧମାଳଠାରୁ ରାଜଧାନୀ ନୂଆଦିଲୀ ପର୍ଯ୍ୟନ୍ତ ଲମ୍ବିଥିବା ଏକ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟକୁ ରବିବାର ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ଠାବ କରିବା ସହ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କାର ଡ୍ରାଇଭର ତଥା ନୂଆଦିଲୀସ୍ଥିତ ରାଣୀଖେଦା ଅଞ୍ଚଳର ଆଶିଷ କୁମାର, ବିହାର ବୈଶାଳୀ ଜିଲା ରଘୁଆପୁରର ନାନକ ରାଏ ଓ ମିର୍ଜାପୁର ଜିଲା କଟରା ଅଞ୍ଚଳର ସୁରଜ ମଣ୍ଡଳ। ସେମାନଙ୍କ ନିକଟରୁ ୨ ବସ୍ତା ଗଞ୍ଜେଇ, ଏକ ଦାମୀ କାର ଜବତ ହୋଇଛି। ଥାନା ଏସ୍‌ଆଇ ବିଶ୍ୱଜିତ ନାୟକଙ୍କ ଏତଲା କ୍ରମେ ହିଞ୍ଜିଳି ଥାନାରେ (୧୮୪/୧୯) ମାମଲା ରୁଜୁହୋଇଛି। ଅଭିଯୁକ୍ତମାନଙ୍କୁ ସୋମବାର ଛତ୍ରପୁର ସେକ୍ସନ କୋର୍ଟକୁ ଚାଲାଣ କରାଯାଇଛି। ହିଞ୍ଜିଳି ଥାନା ଇଲାକାରେ ବଡ଼ ଧରଣର ଗଞ୍ଜେଇ ଚୋରା ର଼୍ୟାକେଟର ପର୍ଦ୍ଧାଫାଶ ପୋଲିସ ପାଇଁ ବଡ଼ ସଫଳତା ବୋଲି ଖବରଦାତାଙ୍କୁ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି।


All Right Reserved By Dharitri.Com

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ : ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଲେ

ହିଞ୍ଜିଳିକାଟୁ,୧୦।୧୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଦିଲୀପ କୁମାର ମହାନ୍ତି ରବିବାର ହିିଞ୍ଜିଳି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀଙ୍କୁ ବହୁ...

ଅନିଶ୍ଚିତତାରେ ସିଟି ବସ୍‌ଷ୍ଟାଣ୍ଡ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୯ା୧୨-ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ମରାମତି ତଥା ପୁନଃନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗତ ୨୬ ତାରିଖରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)...

ଭବାନୀପାଟଣାରୁ ସେକ୍ସ ର଼୍ୟାକେଟ ଠାବ: ୪ ଦେହଜୀବୀ ଉଦ୍ଧାର, ୩ ଯୁବକ ଅଟକ

ଭବାନୀପାଟଣା, ୪।୧୨(ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ୍‌ ଥାନା ପୋଲିସ ସ୍ଥାନୀୟ ନକଟିଗୁଡାରେ ଥିବା ଏକ ଘର ଉପରେ ଚଢ଼ାଉ କରି ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ସେଠାରୁ...

ଜଳାଶୟରେ ବୁଡ଼ି ନାବାଳକ ମୃତ

ଛତ୍ରପୁର, ୧୯।୧୦: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଡୁଗୁଲ ଛକ ନିକଟ ଏକ ଅସ୍ଥାୟୀ ଜଳାଶୟରେ ବୁଡି ଶନିବାର ଜଣେ ନାବାଳକର ମୃତ୍ୟୁ ଘଟିଛି। ସେ...

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଗୋପାଳପୁର,୧୪ା୮: ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ମୃତକ ହେଲେ ଦାମୋଦର ନାହାକ (୨୪)। ଦାମୋଦର ଉକ୍ତ...

କୃଷି ସରଞ୍ଜାମ ମହଜୁଦ ସମ୍ପର୍କରେ ଯାଞ୍ଚ କଲେ ଜିଲାପାଳ

ଶେରଗଡ଼,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗସ୍ତରେ ଆସି ଶୁକ୍ରବାର ଜିଲାପାଳ ବ୍ଲକ କାର୍ଯ୍ୟ ସମୀକ୍ଷା କରିଥିଲେ। ଏଥିସହ କୃଷି ସରଞ୍ଜାମ ଯଥା ସାର, ବିହନ ଠିକଭାବେ...

ଭାଜପା ପ୍ରାର୍ଥୀଙ୍କ କାର୍‌କୁ ବୋମାମାଡ଼ : ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୨୨ା୪ (ବ୍ୟୁରୋ)- ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ପୁଣି ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ବୋମାମାଡ଼ କରିଛନ୍ତି। ତେବେ...

ଜୁଆର ମାଡ଼ରେ ୩୦ ପରିବାରର ଘର ନଷ୍ଟ

ଚିକିଟି,୧୭ା୮(ଡି.ଏନ.ଏ.)-ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତର ସମୁଦ୍ରତଟବର୍ତ୍ତୀ ରାମେୟାପାଟଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ୫ ଫୁଟର ସମୁଦ୍ର ଜୁଆର ମାଡିଯାଇ ୩୦ ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ...

Leave a comment

Your email address will not be published. Required fields are marked *