ସ୍ନାୟୁରୋଗରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ୧୫ ମିନିଟ୍‌ କରନ୍ତୁ ଏହି ଆସନ…

ସିଂହାସନ ଆସନର ନାମ ଅନୁସାରେ ଏହାକୁ ସେଭଳି କରିବାକୁ ମଧ୍ୟ ପଡିଥାଏ। ଏହି ଆସନରେ ସିଂହ ଭଳି ବସିବାକୁ ପଡିଥାଏ। ସିଂହାସନ କରିବା ଦ୍ୱାରା ଆଖି,ମୁହଁ ଓ ବେକର ବ୍ୟାୟାମ ହୋଇଥାଏ। ଏହାଦ୍ୱାରା ଶରୀର ଭିତରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଯିବା ସହ ରକ୍ତ ସଞ୍ଚାଳନ ଭଲଭାବେ ହୋଇଥାଏ। ପ୍ରତିଦିନ ସକାଳୁ ଅବା ସପ୍ତାହରେ ୨-୩ ଥର ୧୫ ମିନିଟ୍‌ ଏହି ଆସନ କରିବା ଫଳରେ ସ୍ନାୟୁରୋଗ ଦୂର ହୋଇଥାଏ। ଏହି ଆସନ କଲେ ମାନସିକ ଚାପ ହ୍ରାସ ପାଇଥାଏ। ସିଂହାସନ କରିବା ଲାଗି ପ୍ରଥମେ ଦୁଇ ଗୋଡକୁ ଆଣ୍ଠୁପାଖରୁ ଅଧାଭାଙ୍ଗି ଏକାଠି କରାଯାଇଥାଏ। ଏହାଉପରେ ବସିବାକୁ ହୋଇଥାଏ। ଡାହାଣ ହାତକୁ ଡାହାଣ ଆଣ୍ଠୁ ଓ ବାମ ହାତକୁ ବାମ ଆଣ୍ଠୁରେ ରଖି ପାଟିବାଟେ ଧୀରେ ଧୀରେ ନିଶ୍ୱାସ ଛାଡିବାକୁ ହୋଇଥାଏ। ଏହାପରେ ପାଟି ଖୋଲି ଜିଭ ବାହାରକୁ କରି ବାରମ୍ବାର ନିଶ୍ୱାସ ପ୍ରଶ୍ୱାସ ନେବାକୁ ହୋଇଥାଏ। ଥରକେ ଏଭଳି ୫-୬ ଥର କଲେ ସୁଫଳ ମିଳେ। ଏହି ସମୟରେ ମେରୁଦଣ୍ଡକୁ ସିଧା ରଖିବା ଆବଶ୍ୟକ। ଏହି ଆସନ ଦ୍ୱାରା ମେରୁଦଣ୍ଡ ହାଡ ମଧ୍ୟ ମଜବୁତ ହୋଇଥାଏ।


All Right Reserved By Dharitri.Com

ଖସି ଯାଇଥିବା ଖଞ୍ଜାକୁ ଠିକ୍‌ କରେ ଅଦା

ଆଜିକାଲି ଅଣ୍ଟା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଯଦି ଅଣ୍ଟା ଭିତରେ ଅବା ମେରୁଦଣ୍ଡର ଶେଷ ଭାଗରେ ଥିବା ହାଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ...

ରକ୍ତହୀନତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି…

ଗୁଡରେ ଅନେକ ଉପକାରୀ ପୋଷକ ତତ୍ତ୍ୱ ରହିଛି। ଏହା ରକ୍ତ ପରିଷ୍କାର କରିବା ସହିତ ଶରୀରରେ ମେଟାବୋଲିଜିମ୍‌ ପ୍ରକିୟାକୁ ନିୟନ୍ତ୍ରଣ କରିଥାଏ। କ୍ଷୀରରେ ଗୁଡ ମିଶାଇ...

ଥାଇରଏଡ୍‌ ସମସ୍ୟାରୁ ଦୂରେଇ ରଖେ ଏସବୁ ଯୋଗାସନ…

ନୂଆଦିଲ୍ଲୀ: କେତେକ କାରଣରୁ କିଛି ଲୋକଙ୍କଠାରେ ଥାଇରଏଡ୍‌ ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟାରେ ଗଳାରେ ଥିବା ଥାଇରଏଡ୍‌ ଗ୍ଲାଣ୍ଡ୍‌କୁ ସ୍ବାଭାବିକ ଭାବେ କାର୍ଯ୍ୟ କରାଇବା ଲାଗି...

ପ୍ରତିଦିନ ପିଅନ୍ତୁ ପାଳଙ୍ଗ ପତ୍ର ଜୁସ୍‌, ମିଳିବ ଏସବୁ ଫାଇଦା

ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଳଙ୍ଗ ଶାଗରେ ଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ, ମ୍ୟାଗ୍ନେସିୟମ ପୋଟାସିୟମ, ଆଇରନ୍‌ ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ପାଳଙ୍ଗ ଶାଗର...

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା…

ଘରକୁ ସୁନ୍ଦର କରିବା ପାଇଁ ଲୋକେ ନିଜ ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଗଛମାନ ଲଗାଇଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ର ଅନୁସାରେ...

ମଧୁମେହର କାରଣ ଓ ନିରାକରଣ

ମଧୁମେହ, ପ୍ରମେହ ରୋଗମାନଙ୍କ ମଧ୍ୟରୁ ଗୋଟିଏ। ଏହା ମେଟାବୋଲିଜିମ୍‌ ସମ୍ବନ୍ଧୀୟ ବିକାର; ଯେଉଁଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ବସା, ଖଣିଜଲବଣ ଓ ପାଣି ଶରୀରରେ କୌଣସି ପ୍ରକାର...

ପ୍ରତିଦିନ ଖାଆନ୍ତୁ ୨ଟି ଭିଜା ଅଖରୋଟ

ଫାଇବର, ଭିଟାମିନ୍‌ ଓ ମିନେରାଲ୍ସରେ ଭରପୁର ଥିବା ଅଖରୋଟ କେବଳ ମସ୍ତିଷ୍କ ଓ ସ୍ମୃତି ଶକ୍ତି ପାଇଁ ଲାଭଦାୟକ ନୁହେଁ ବରଂ ସୁସ୍ଥ ଶରୀର ପାଇଁ...

ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି କି? ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ହୋଇଯିବେ ଉତ୍ତୀର୍ଣ୍ଣ

ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍‌ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।...

Leave a comment

Your email address will not be published. Required fields are marked *