ପ୍ରଥମ ସୋମବାରରେ କାଉଡ଼ିଆଙ୍କ ଜଳଲାଗି

ଆରଡ଼ି,୨୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ହଜାର ହଜାର କାଉଡ଼ିଆ ଶ୍ରାବଣ ମାସର ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳଲାଗି କରିଛନ୍ତି। ରବିବାର ରାତି ୧୧ଟାରୁ ଏହି ଜଳଲାଗି ଆରମ୍ଭ ହୋଇଥିଲା। କାଉଡ଼ିଆମାନେ ଲମ୍ବା ଲାଇନରେ ଆସି ଜଳ ଲାଗିବା ସହ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ସେମାନଙ୍କ ମାନସିକ ପୂରଣ କରିଛନ୍ତି । ରବିବାର ସନ୍ଧ୍ୟାରୁ ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ, ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପୀଠରେ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ଓ ସୂଚାରୁ ରୂପେ ଜଳ ଲାଗି କାର୍ଯ୍ୟ ଚାଲିଥିବା ଏହି ୨ ପୋଲିସ ଅଧିକାରୀ କହିଛନ୍ତି। ପୀଠରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ କାଉଡ଼ିଆମାନେ ରବିବାର ରାତି ଓ ସୋମବାର ସକାଳୁ ନାହିଁ ନ ଥିବା ଅସୁବିଧା ଭୋଗ କରିଥିବା କହିଛନ୍ତି। ପ୍ରଥମ ସୋମବାରରେ ବହୁ ସଂଖ୍ୟକ ମହିଳା କାଉଡ଼ିଆ ଜଳଲାଗି କରିଥିବା ଦେଖିବାକୁ ମିଳିଛି।


All Right Reserved By Dharitri.Com

ପାନୀୟ ଜଳ ପାଇଁ ଯିବାକୁ ପଡ଼ୁଛି ୧ କି.ମି.

ଚମ୍ପୁଆ, ୧୫ା୫(ଡି.ଏନ.ଏ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତ ମଝିସାହି ବାସିନ୍ଦାଙ୍କ ପାଇଁ ବଇରୀ ସାଜିଛି ଗାଁ ନଳକୂପ। ପାନୀୟ ଜଳ ପାଇଁ ପ୍ରାୟ ୧...

ଫାର୍ମ ହାଉସ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ,ଶହେରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ

ସଜନାଗଡ଼, ୨୧।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସ୍‌ରେ ନିଆଁ ଲାଗି ଶହେରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ ହୋଇଥିବାର ଦେଖିବାକୁ ମିଳିଛି।...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପୂରିଲା ୪ ମାସ : ସରକାରୀ ମାନ୍ୟତା ପାଇନି ମୟୂରଭଞ୍ଜ ଆୟୁର୍ବେଦିକ କଲେଜ

ବାରିପଦା ଅଫିସ,୩୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁୟାରୀ ୩୦ ତାରିଖରେ ବାରିପଦା ଗସ୍ତରେ ଆସିଥିଲେ। ସେହି ସମୟରେ ବାରିପଦା ତକତପୁରସ୍ଥିତ ମୟୂରଭଞ୍ଜ ଆୟୁର୍ବେଦିକ କଲେଜକୁ...

ଦଳର ସଂଗଠନକୁ ଦୃଢ଼ କରିବା ଲାଗି ଗୁରୁତ୍ୱ; ସହମତି ଭିତ୍ତିରେ ନିଆଯିବ କାର୍ଯ୍ୟପନ୍ଥା

ବାଲେଶ୍ୱର ଅଫିସ, ୪।୧୧- ବାଲେଶ୍ୱର ଆଇଟିଆଇ ସ୍ଥିତ ଏକ ଘରୋଇ ହୋଟେଲ୍‌ ସମ୍ମିଳନୀ କକ୍ଷରେ ରବିବାର ଜିଲା ଭାଜପା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ନେଇ ଏକ...

ରାଇଜିନ୍‌ ଟେକ୍‌ ସଫ୍ଟୱେୟାର କମ୍ପାନୀରୁ ୮ ଲକ୍ଷ ଠକେଇ: ନୀଳଗିରିରେ ପହଞ୍ଚିଲେ କମ୍ପାନୀ ଅଧିକାରୀ

ସଜନାଗଡ଼, ୨୯।୯(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଞ୍ଚଳର ୫ଜଣ ଯୁବକ ଦିଲ୍ଲୀର ଏକ ସଫ୍ଟୱେୟାର କମ୍ପାନୀରୁ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡପ କରି ପଳାଇ ଆସିଥିବା ଶୁଣିବାକୁ ମିଳିଛି।...

ଓଭରବ୍ରିଜ ତଳେ ପରିବା ବିକ୍ରି; ରାସ୍ତା ଜାମ, ଲୋକେ ହଇରାଣ

ଢେଙ୍କିକୋଟ,୨୨।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଲାଇଫ ଲାଇନ୍‌ ଜାତୀୟ ରାଜପଥ ୨୦ ନଂ ପାଣି କୋଇଲିଠାରୁ ରାଜାମୁଣ୍ଡାକୁ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଛି। ଯାହାକି ଏହାର...

ରାସ୍ତାକଡ଼ରେ ଡିମିରି ଫଳର ପସରା

କେନ୍ଦୁଝର,୨୮।୫(ସ୍ବ.ପ୍ର.)-ବନବାସୀ ବର୍ଷ ତମାମ ଜଙ୍ଗଲ ଉପରେ ନିର୍ଭର କରି ବିଭିନ୍ନ ପ୍ରକାରର ଫଳମୂଳ ଓ କୋଳି ଆଦି ସଂଗ୍ରହ କରିଥାନ୍ତି। ଖରାଦିନେ ଗଛରେ ଡିମିରି ଫଳ...

ଶିଶୁଙ୍କ ଜଳଖିଆରେ ପୋକ ଘଟଣା: ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ରୂପ୍‌ସା, ୧୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି। ଗତ ୭ତାରିଖରେ ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବା ଘଟଣାରେ...

Leave a comment

Your email address will not be published. Required fields are marked *