Posted inଫୁରସତ

ଧୈର୍ଯ୍ୟ ହିଁ ସଫଳତା : ଗଣିତଜ୍ଞ ଆନନ୍ଦ କୁମାର

ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଆପଣଙ୍କୁ ଚାକିରି ମିଳିଥିଲା। ଗରିବ ପିଲାଙ୍କ ପାଇଁ କାହିଁକି ସରକାରୀ ଚାକିରି ତ୍ୟାଗ କଲେ?
କେବେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ପୋଷ୍ଟ ଅଫିସ୍‌ ଯାଉ। ତାଙ୍କ ଦେହାନ୍ତ ପରେ ମୋତେ ଯେତେବେଳେ ନିଯୁକ୍ତି ମିଳିଥିଲା ସେତେବେଳେ ବାପାଙ୍କ କଥା ମନେ ପଡିଥିଲା। ମୋର ବି ଆଉ ଇଚ୍ଛା ନ ଥିଲା ଯେ, ଡାକଘରେ କାମ କରିବି।
ଉଚ୍ଚଶିକ୍ଷା ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଇ ନ ପାରିବା ଘଟଣାକୁ ନେଇ କେବେ ମନରେ ଦୁଃଖ ଆସିିନି ?
ପ୍ରଥମେ ବହୁତ ଦୁଃଖ ଲାଗୁଥିଲା। ହେଲେ ମୋର ସ୍ବପ୍ନକୁ ନେଇ ଧୀରେ ଧୀରେ କାର୍ଯ୍ୟକ୍ରମ ଆଗକୁ ବଢ଼ୁଥିଲା। ଯେତେବେଳେ ସେହି ଆର୍ଥତ୍କ ଅନଗ୍ରସର ପିଲାମାନେ ବହୁତ ଉପରକୁ ଗଲେ ତାହା ମୋତେ ସବୁ ଦୁଃଖ ଭୁଲାଇଦେଲା। କେମ୍ବ୍ରିଜ ନ ଯିବା ଠିକ୍‌ ଥିଲା ମୁଁ ଭାବେ। ହେଲେ କିଛିଦିନ ତଳେ ଆମେ ଦୁଇଭାଇ କେମ୍ବ୍ରିଜକୁ ବକ୍ତୃତା ଦେବା ପାଇଁ ଯାଇଥିଲୁ। ବହୁତ ଖୁସି ଲାଗିଲା ଯେ, ଯେଉଁଠି ମୁଁ ପଢ଼ି ପାରି ନ ଥିଲି ସେଠି ଦୁଇ ଭାଇଙ୍କୁ ସମ୍ମାନ ମିଳିଲା।
ଆପଣଙ୍କ ଭାଇ ଓ ବନ୍ଧୁ ଉପରେ ବାରମ୍ବାର ଆକ୍ରମଣ ହୋଇଛି। ସେ ସମ୍ପର୍କରେ କ’ଣ କହିବେ?
ବର୍ଷ ହେବ ମୋ ଉପରେ ଆକ୍ରମଣ ହେଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମୋ ଭାଇ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଯଦି ସମାଜରେ କିଛି ପରିବର୍ତ୍ତନ କରିବାକୁ ଚାହିଁବ ଓ କିଛି ଭଲ କାମ କରିବାକୁ ଚାହିଁବ, ତେବେ ଶତ୍ରୁ ନିଶ୍ଚିତ ଘେରିବେ। ଆପଣଙ୍କୁ ବଦନାମ ମଧ୍ୟ କରିବେ। କିନ୍ତୁ ଏହି ସମୟରେ କାମ କରିବାର ଜିଦ୍‌ ରହିଲେ ନିଶ୍ଚୟ ଆଗେଇପାରିବ। ବିହାର ସରକାରଙ୍କୁ ଧନ୍ୟବାଦ ଦେବି ଯେ, ଯେବେଠାରୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ହୋଇଛି, ସେବେଠାରୁ ଆମ ସୁରକ୍ଷା ପାଇଁ ୪ଜଣ କମାଣ୍ଡୋ ଯୋଗାଇ ଦେଇଛନ୍ତି।
‘ସୁପର-୩୦’ କାର୍ଯ୍ୟକ୍ରମରୁ ‘ସୁପର-୩୦’ ଫିଲ୍ମ ଯାତ୍ରା କିପରି ଥିଲା ?
ବହୁତ ସଂଘର୍ଷମୟ ଥିଲା। କିନ୍ତୁ କେବେ ହାର ମାନି ନ ଥିଲି। ଯେତେବେଳେ ‘ସୁପର-୩୦’ର ପିଲାମାନେ ବହୁତ ଉପରକୁ ଗଲେ, ବଡ଼ ବଡ଼ ଦେଶରେ ଭଲ ଭଲ ପଦବୀରେ ଅବସ୍ଥାପିତ ହେଲେ, ବହୁତ ଚର୍ଚ୍ଚା ହେଲା। ଏସବୁ ଦେଖି ଲୋକଙ୍କର ଚିନ୍ତାଧାରା ବଦଳିଥିଲା। ମୋ ଶିକ୍ଷାନୁଷ୍ଠାନ ‘ସୁପର-୩୦’ ଉପରେ ଫିଲ୍ମ ହେବା ଜରୁରୀ ବୋଲି କହିଲେ। ୨୦୧୪ରୁ ଏହି ଫିଲ୍ମ ଉପରେ କାମ ଆରମ୍ଭ ହୋଇଥିଲା।
‘ସୁପର-୩୦’ ଫିଲ୍ମ ରିଲିଜ୍‌ ପୂର୍ବରୁ ବହୁ ବିବାଦ ଦେଖାଦେଇଥିଲା?
ଫିଲ୍ମ ରିଲିଜ ହେଲେ ଭଲ ଚାଲିବନି କୁହାଯାଉଥିଲା। ରିଲିଜ ପରେ ବର୍ତ୍ତମାନ ସବୁଠି ଏହି ଫିଲ୍ମ ଭଲ ଭାବେ ଚାଲିଛି। କଷ୍ଟ କଲେ ସଫଳତା ମିଳିବ ବୋଲି ପିଲାମାନେ ଏହି ଫିଲ୍ମ ଦେଖି ଚିନ୍ତା କରିପାରୁଛନ୍ତି। ତେଣୁ ମୋ ମତରେ ଫିଲ୍ମଟି ବାର୍ତ୍ତା ଦେବାରେ ସଫଳ ହୋଇଛି।
ଗୋଟେ ଛୋଟ ପରିବାରରୁ ଆସିଥିବା ଆନନ୍ଦ କୁମାର ଏବେ ସାରା ବିଶ୍ୱରେ ଲୋକପ୍ରିୟ ଗଣିତଜ୍ଞ। ଏହା ଏବେ ଆନନ୍ଦ କୁମାରଙ୍କ ଭିତରେ ଅହଂଭାବ ସୃଷ୍ଟି କରିଛି କି?
ସେଇଟା କହିବା କଷ୍ଟକର ହେବ। ଆଗରୁ କେମିତି ଥିଲି ଓ ଏବେ ମୋ ଭିତରରେ ପରିବର୍ତ୍ତନ ଆସିଛି କି ନାହିଁ, ତାହା ଅନ୍ୟମାନେ କହିବେ। ସମୟ ମଧ୍ୟ କହିବ ମୁଁ ବଦଳିଛି କି ନାହିଁ।
ଆଇଆଇଟି, ଜେଇଇ ପାଇଁ କୋଚିଂ ନେବା ଜରୁରୀ ବୋଲି ଭାବୁଛନ୍ତି କି ?
ଆଦୌ ନୁହେଁ। ଯଦି ପରିଶ୍ରମ କରିପାରୁଛ ଏବଂ ଯେକୌଣସି ଶିକ୍ଷାର ଗଭୀରତାକୁ ବୁଝିପାରୁଛ ତେବେ କୋଚିଂର ଆବଶ୍ୟକତା ନାହିଁ।
‘ସୁପର-୩୦’ କାର୍ଯ୍ୟକ୍ରମରେ ୩୦ ପିଲା ରହିବେ ନା ଆଗକୁ ଆଉ ବଢ଼ାଇବା ପାଇଁ ଯୋଜନା କରିଛନ୍ତି ?
ଆଗକୁ ଗୋଟେ ବଡ଼ ପ୍ରୋଜେକ୍ଟ କରିବାର ଯୋଜନା ଅଛି। କେବଳ ପାଟନାରେ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ କରିବା ପାଇଁ ଚେଷ୍ଟା କରିବି।
ଓଡ଼ିଶାରେ କିଛି କରିବାର ଯୋଜନା ଅଛି କି ?
ଓଡ଼ିଶାରେ ମଧ୍ୟ ‘ସୁପର-୩୦’ର ଏକ ବ୍ରାଞ୍ଚ ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆସନ୍ତା ବର୍ଷଠାରୁ ଓଡିଶାରେ ‘ସୁପର-୩୦’ର ପ୍ରବେଶିକା ପରୀକ୍ଷା କରାଯାଇ ଛାତ୍ରୀଛାତ୍ରଙ୍କୁ ଚୟନ କରାଯିବ। ସେମାନେ କିଭଳି ଚ୍ୟାଲେଞ୍ଜକୁ ସାମ୍ନା କରି ସଫଳତା ହାସଲ କରିବେ ତାହାର ଟ୍ରେନିଂ ଦିଆଯିବ।
ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର କ’ଣ ଦେବେ ?
ଧୈର୍ଯ୍ୟ ରଖିବା ଜରୁରୀ। ସକାରାତ୍ମକ ମନୋଭାବ ସହ ନିଷ୍ଠାପର କାମ କରିବା ଉଚିତ। ଯେତେ କଠିନରୁ କଠିନ ପରିସ୍ଥିତି ଆସିବ, ତାକୁ ଧୈର୍ଯ୍ୟର ସହ ସାମ୍ନା କରିବେ। ଧୈର୍ଯ୍ୟର ସହ ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ହାସଲ କରିପାରିବେ।
– ସାକ୍ଷାତ: ଅସମାପିକା ସାହୁ
ଫଟୋ-ବିକାଶ ନାୟକ


All Right Reserved By Dharitri.Com

ଭକ୍ତର ଅନୁଭୂତି: ଭକ୍ତି ଭାବରେ ବନ୍ଧା କାଳିଆସାଆନ୍ତ, ଭାବକୁ ନିକଟ ସେ ଯେ ଅଭାବକୁ ଦୂର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଭକ୍ତର ଭକ୍ତିଭାବରେ ବନ୍ଧା କାଳିଆସାଆନ୍ତ ହିଁ ଭକ୍ତର ଭଗବାନ । ତାଙ୍କ ପାଖରେ ନଥାଏ ଜାତିଧର୍ମର ଭେଦଭାବ। ସେ...

ଭାଇରାଲ ହେଉଛି ୯୩ ବର୍ଷୀୟା ମହିଳାଙ୍କ ଫଟୋଶୁଟ୍‌

ବୟସ ବଢିଲେ ଧୀରେ ଧୀରେ ଶରୀର ଅବସ ହୋଇଯାଇଥାଏ। ଲୋକେ ଆଉ କାମଧନ୍ଦା କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ବିଶେଷ ଭାବେ ଏମାନେ ଅନ୍ୟ...

ବ୍ୟକ୍ତିତ୍ୱ: ବଲିଉଡ୍‌ର ବିଖ୍ୟାତ ଗାୟିକା ହେମଲତା

ଓଡ଼ିଆ ଫିଲ୍ମ ‘ଅଭିଳାଷ’ର ଗୋଟିଏ ଅତି ଲୋକପ୍ରିୟ ଗୀତ ହେଉଛି ‘ଚଗଲା ପବନ ଚଗଲା – ଚଗଲି ମନ ମୋ ଚଗଲି’। ତେବେ ହୁଏତ ଖୁବ୍‌...

ବ୍ୟକ୍ତିତ୍ୱ: ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର ସୟଦ ରାଜା

ସୟଦ ହାଇଦର ରାଜା। ସଂକ୍ଷେପରେ ସେ ଏସ୍‌.ଏଚ୍‌. ରାଜା ଭାବେ ପରିଚିତ। ସେ ଜଣେ ବିଶ୍ୱ ପ୍ରସିଦ୍ଧ ଭାରତୀୟ ଚିତ୍ରକର। ତାଙ୍କ ଜୀବନକାଳ ମଧ୍ୟରେ ସେ...

ଛୁଟି ପାଇଁ ପୋଲିସ କରୁଛି ସତ୍ୟପାଠ

ସମସ୍ତିପୁର: ‘ମୁଁ ….. ଛଟ୍‌ ମା’ଙ୍କୁ ସାକ୍ଷୀ ରଖି ଶପଥ ନେଉଛି, ମୁଁ ଦୀର୍ଘ….ବର୍ଷ ହେଲା ଛଟ୍‌ ପୂଜା କରିଆସୁଛି। ଏହି ବର୍ଷ ମଧ୍ୟ ବ୍ରତ...

ଅଳିଆଗଦାରେ ଫିଙ୍ଗି ଦେଇଥିଲେ ଲଟେରି ଟିକେଟ୍‌, ପରେ ହେଲେ କୋଟିପତି

କୁହାଯାଏ, ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଇଥାଏ ତା’ର ଠିକଣା ନ ଥାଏ। ଫଳରେ କୋଟିପତି ଗରିବ ହୋଇଯାଉଥିବା ବେଳେ ଗରିବଟିଏ ରାତାରାତି କୋଟିପତି...

ଜନ୍ମ ତାରିଖରୁ ଜାଣନ୍ତୁ ଶୁଭାଶୁଭ

ଜ୍ୟୋତିଷାଚାର୍ଯ୍ୟ ମନିଷ ଶର୍ମାଙ୍କ ଗଣନାରେ ଜନ୍ମ ତାରିଖ ଅନୁଯାୟୀ ଅଗଷ୍ଟ ୧୨ରୁ ୧୮ ତାରିଖ ମଧ୍ୟରେ ଦିନ କେମିତି କଟିବ ତାହା ଜାଣନ୍ତୁ। *୧,୧୦,୧୯ ଓ...

ତହସିଲଦାର ମାଗିଲେ ୨୫ହଜାର ଟଙ୍କା ଲାଞ୍ଚ : ନିଜ ମଇଁଷିକୁ କାର୍‌ରେ ବାନ୍ଧିଲେ ଚାଷୀ

ଭୋପାଲ: ପ୍ରତିଦିନ ଦେଶର କୋଣାନୁକୋଣରୁ ଭ୍ରଷ୍ଟାଚାରର ଅଭିଯୋଗ ସାମ୍ନାକୁ ଆସୁଛି। ଏହି କ୍ରମରେ ମଧ୍ୟପ୍ରଦେଶର ବିଦିଶାସ୍ଥିତ ସିରୋଜ ଅଞ୍ଚଳରୁ ଚକିତ କରିଦେବା ଭଳି ଏକ ଖବର...

Leave a comment

Your email address will not be published. Required fields are marked *