ରେଳ ଯାତ୍ରୀ ବୀମା: ୨ ବର୍ଷରେ ୪୬ କୋଟି ପ୍ରିମିୟମ ସଂଗ୍ରହ

ନୂଆଦିଲ୍ଲୀ,୨୨ା୭: ରେଲଓ୍ବେ ଯାତ୍ରୀ ବୀମା ଯୋଜନା ଅଧୀନରେ ଗତ ଦୁଇବର୍ଷରେ ଘରୋଇ ବୀମା କମ୍ପାନୀ ପ୍ରାୟ ୪୬ କୋଟି ଟଙ୍କାର ପ୍ରିମିୟମ ଅର୍ଜନ କରିଛନ୍ତି। ଏହି ଅବଧିରେ ସେମାନେ ୭ କୋଟି ବୀମା ଦାବି ସମାଧାନ କରିଛନ୍ତି ବୋଲି ଆର୍‌ଟିଆଇ ସୂଚନାରୁ ଜଣାପଡିଛି। ରେଲଓ୍ବେ ମନ୍ତ୍ରଣାଳୟ ଅଧୀନରେ ଥିବା ଆଇଆର୍‌ସିଟିସି ବିକଳ୍ପ ଯାତ୍ରୀ ବୀମା ଯୋଜନା ଲାଗି ଶ୍ରୀରାମ୍‌ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ, ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ ଏବଂ ରୟାଲ ସୁନ୍ଦରମ୍‌ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ସହ ଚୁକ୍ତି ସ୍ବାକ୍ଷର କରିଛି। ୨୦୧୬ ସେପ୍ଟେମ୍ବରରେ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା। ଆରମ୍ଭରେ ଏହାର ପ୍ରିମିୟମ ପ୍ରତି ଯାତ୍ରୀ ୦.୯୨ ଟଙ୍କା ଥିଲା। ରେଲଓ୍ବେ ୨୦୧୮ ଅଗଷ୍ଟ ୩୧ ତାରିଖ ଯାଏ ନିଜେ ବୀମା ପ୍ରିମିୟମ ବହନ କରୁଥିଲା। ଏହାପରେ ଯାତ୍ରୀଙ୍କ ଠାରୁ ପ୍ରିମିୟମ ଅସୁଲ କରାଯାଉଛି। ଏହି ସମୟରେ ପ୍ରିମିୟମକୁ ୦.୪୯ ଟଙ୍କା ପ୍ରତି ଯାତ୍ରୀକୁ ହ୍ରାସ କରାଯାଇଥିଲା। ଆଇଆର୍‌ସିଟିସି ଓ୍ବେବସାଇଟରୁ ଟିକେଟ ବୁକ୍‌ କରିବା ବେଳେ କନ୍‌ଫର୍ମ ଅଥବା ଆର୍‌ଏସି ଟିକେଟ କ୍ଷେତ୍ରରେ ବୀମା ସୁବିଧା ଯୋଗାଇ ଦିଆଯାଉଛି।


All Right Reserved By Dharitri.Com

ବଢ଼ିଲା କ୍ଲୋରୋକ୍ୱିନ୍‌ ଚାହିଦା: ଇପ୍କାର ଶେୟାରରେ ୧୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମିତଙ୍କ ପାଇଁ ମ୍ୟାଲେରିଆ ଔଷଧ କ୍ଲୋରୋକ୍ୱିନ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଇଣ୍ଡିଆନ୍‌ ମେଡ଼ିକାଲ୍‌ କାଉନସିଲ୍‌ ରିସର୍ଚ୍ଚ ପକ୍ଷରୁ ଘୋଷଣା କରାଯାଇଛି। ଏହାପରେ...

ନୂଆ ସରକାରଙ୍କୁ ପାନଗାରିଆଙ୍କ ପରାମର୍ଶ;ବିତ୍ତୀୟ ଶୃଙ୍ଖଳା ଉପରେ ଧ୍ୟାନ ଦେବା ଜରୁରୀ

ନୂଆଦିଲ୍ଲୀ,୨୨-୫: ଦେଶର ବିତ୍ତୀୟ ଶୃଙ୍ଖଳା ଦୃଢୀକରଣ ଦିଗରେ ପ୍ରତିବଦ୍ଧତା ଦେଖାଇବା ସହ ଏହା ଉପରେ ଧ୍ୟାନଦେବା ଜରୁରୀ । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା...

ଆର୍‌ବିଆଇ ଗଭର୍ନରଙ୍କୁ ସମନ କରିବ ସଂସଦୀୟ କମିଟି

ନୂଆଦିଲ୍ଲୀ,୧୧-୧୦: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଅର୍ଥ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀଙ୍କୁ ସଂସଦୀୟ କମିଟି ସମନ କରିବ। ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କରେ...

ଅଭିବୃଦ୍ଧି ଅନୁମାନ କମାଇଲା ଡିବିଏସ୍‌

ନୂଆଦିଲ୍ଲୀ, ୩।୯ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଅନୁମାନକୁ ବ୍ୟାଙ୍କିଂ ସେବା ପ୍ରଦାନକାରୀ ଡିବିଏସ୍‌ ହ୍ରାସ କରିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତର...

ଚାଇନିଜ ଆପ୍‌ ଓ୍ବିଚାର୍ଟକୁ ଟକ୍କର ଦେବାକୁ ପ୍ରସ୍ତୁତି; ଏକାଠି ହେବେ ରିଲାଏନ୍ସ, ଫେସବୁକ

ନୂଆଦିଲ୍ଲୀ,୧୭।୪ : ଚାଇନାର ସୁପର ଆପ୍ଲିକେଶନ ଓ୍ବିଚାର୍ଟକୁ ଟକ୍କରଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଭଳି ନୂଆ ମଲ୍ଟିପରପସ ଆପ୍‌ ପ୍ରସ୍ତୁତି କରିବା ଲାଗି ଏବେ ମୁକେଶ...

ଅନ୍‌ଲାଇନ୍‌ରେ ଟ୍ରେନ୍‌ ଟିକଟ ବିକ୍ରି ଆରମ୍ଭ: ଅଢ଼େଇ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ବୁକିଂ

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏପରିସ୍ଥଳେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଜୁନ୍‌...

ଅର୍ଥ ସଙ୍କଟରେ ଏୟାର ଇଣ୍ଡିଆ:ବିଡର ନ ମିଳିଲେ ୬ ମାସରେ ବନ୍ଦ ହୋଇଯିବ

ନୂଆଦିଲ୍ଲୀ,୩୧-୧୨: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀକୁ ଯଦି ବିଡର ନ ମିଳନ୍ତି ତେବେ ଆଗାମୀ ୬ ମାସ ମଧ୍ୟରେ ଏହା ବନ୍ଦ ହେବାର ଆଶଙ୍କା...

ଶ୍ରୀଧର ପାତ୍ର ହେବେ ନାଲ୍‌କୋର ନୂଆ ସିଏମ୍‌ଡି

ଭୁବନେଶ୍ୱର, ୧୫-୮(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)ର ନୂଆ ସିଏମ୍‌ଡି ଭାବେ ଶ୍ରୀଧର ପାତ୍ରଙ୍କ ନାମ ଚୟନ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗର ରାଷ୍ଟ୍ରାୟତ୍ତ...

Leave a comment

Your email address will not be published. Required fields are marked *