ଚାକିରି ନାଁରେ ଠକେଇ: ୟୁଏଇରେ ଫସିଛନ୍ତି ୯ ଭାରତୀୟ

ଦୁବାଇ,୨୨ା୭(ପି.ଟି.): ସୋସିଆଲ୍‌ ମିଡିଆରେ ଜାଲ୍‌ ନିଯୁକ୍ତି ଅଫର ପାଇ ୯ ଭାରତୀୟ ୟୁଏଇରେ ଫସିଛନ୍ତି। ଏମାନେ କେରଳରୁ ଯାଇ ଅଲ୍‌ ଆଇନ୍‌ ଓ ଅଜମାନ୍‌ରେ ଅଟକି ରହିଛନ୍ତି। ସେମାନେ ହ୍ବାଟ୍ସଆପ୍‌ ଜରିଆରେ ଶାଫିକ୍‌ ନାମକ ଜଣେ ଏଜେଣ୍ଟ ସଂସ୍ପର୍ଶରେ ଆସିଥିଲେ। ସେମାନେ ଭ୍ରମଣ ଭିଜା ପାଇଁ ତାଙ୍କୁ ୭୦ ହଜାର ଟଙ୍କା ଦେଇଥିଲେ। ଜାଲ୍‌ ବିଜ୍ଞାପନ ଦ୍ୱାରା ଭାରତୀୟମାନଙ୍କୁ ୟୁଏଇରେ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଯାଉଥିବାରୁ ଏଥିପ୍ରତି ସତର୍କ ରହିବାକୁ ଦୁବାଇରେ ଥିବା ଭାରତର କନ୍‌ସୁଲେଟ୍‌ ଜେନେରାଲ ପରାମର୍ଶ ଦେବା ପରେ ଏହି ଘଟଣା ପଦାକୁ ଆସିଛି। କେରଳ ମାଲାପୁରମ୍‌ ଜିଲାର ଫଜିଲ୍‌ ନାମକ ଯୁବକ କହିଛନ୍ତି, ସେ ହ୍ବାଟ୍ସଆପ୍‌ରେ ନିଯୁକ୍ତି ଅଫର ପାଇଥିଲେ। ୧୫ ଦିନ ମଧ୍ୟରେ ତାଙ୍କୁ ନିଯୁକ୍ତି ମିଳିବ ବୋଲି ଉକ୍ତ ବାର୍ତ୍ତାରେ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ ସେ ସତ ଭାବି ଫସିଗଲେ। ତାଙ୍କୁ ଅଲ୍‌ ଆଇନ୍‌ର ସୁପରମାର୍କେଟରେ ନିଯୁକ୍ତି ମିଳିଥିବା ଜଣେ ଏଜେଣ୍ଟ କହିବା ସହ ମାସକୁ ୨୨,୪୯୬ ଟଙ୍କା ବେତନ, ମାଗଣା ରହିବା ଓ ଖାଇବା ସୁବିଧା ମିଳିବ ବୋଲି ଜଣାଇଥିଲେ। ଫଜିଲ ୟୁଏଇ ଆସିବା ଲାଗି ତାଙ୍କ ମାଆଙ୍କ ସୁନା ଗହଣା ବନ୍ଧକ ରଖି ଟଙ୍କା ଯୋଗାଡ କରିଥିଲେ। ଏବେ ତାଙ୍କ ପାଖରେ ଚାକିରି ନାହିଁ କିମ୍ବା ଘରକୁ ଫେରିବା ଲାଗି ଟଙ୍କା ନାହିଁ ବୋଲି ସେ କହିିଛନ୍ତି।


All Right Reserved By Dharitri.Com

ଟାଇମ୍ସ୍‌ ଗ୍ଲୋବାଲ୍‌ ର଼୍ୟାଙ୍କିଂ: ଶ୍ରେଷ୍ଠ ୫ ଶହରେ ଜେଏନ୍‌ୟୁ-ଡିୟୁ

ଲଣ୍ଡନ,୩।୧୦: ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକର ଟାଇମ୍ସ୍‌ ଗ୍ଲୋବାଲ୍‌ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏଥିରେ ଶ୍ରେଷ୍ଠ ୫ଶହ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ଜେଏନ୍‌ୟୁ ଏବଂ...

କରତାରପୁର କରିଡର ଉଦ୍‌ଘାଟନ ପାଇଁ ପହଞ୍ଚିଲେ ମୋଦି

ଇସ୍‌ଲାମାବାଦ,୯।୧୧: ଶିଖ ସମ୍ପ୍ରଦାୟର ବହୁବର୍ଷ ଧରି ଥିବା ସ୍ବପ୍ନ ଏବେ ପୁରଣ ହୋଇଛି। ପାକିିସ୍ତାନର ନାରୋଓ୍ବାଲ ଜିଲା କରତାରପୁରଠାରେ ଅବସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯିବାପାଇଁ...

ବୋରିସ୍‌ଙ୍କ କ୍ୟାବିନେଟ୍‌ରେ ୩ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ,୨୬।୭(ପି.ଟି.):ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦ୍ୱାରା ବୋରିସ୍‌ ବ୍ରିଟେନ୍‌ର...

ସହିଷ୍ଣୁତାରେ ବିଶ୍ୱଶାନ୍ତି ସମ୍ଭବ

ଜାତିସଂଘ: ଆନ୍ତର୍ଜାତିକ ସହିଷ୍ଣୁତା ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ପାଳନ କରାଯାଉଛି। ବିଶ୍ୱରେ ଅସହିଷ୍ଣୁତାର କାୟାବିସ୍ତାର କରିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଜାତିସଂଘ...

ଇରାନ ଖସାଇଛି ୟୁକ୍ରେନ ବିମାନ

ନ୍ୟୁୟର୍କ,୧୧ା୧: ଇରାନରେ ୟୁକ୍ରେନର ବିମାନ ଦୁର୍ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ମିଶାଇଲ ମାଡ଼ରେ ଏହା ଖସିପଡ଼ିଥିବା ଦାବି...

ତାଲିବାନ୍‌ ସହିତ ହେବନି ଗୁପ୍ତ ବୈଠକ, ଶାନ୍ତି ଆଲୋଚନା ରଦ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୯: ତାଲିବାନ୍‌ ସହିତ ଗୁପ୍ତ ବୈଠକ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରିଛନ୍ତିି। ଏହା ସହିତ ଶାନ୍ତି ଆଲୋଚନାକୁ ମଧ୍ୟ ରଦ୍ଦ କରାଯାଇଛି...

ଫ୍ୟାଟମ୍ୟାନ୍‌ ଅଗଷ୍ଟ ୯ରେ ନାଗାସାକୀରେ ରଚିଥିଲା ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ/ଟୋକିଓ, ୮।୮: ଜାପାନର ନାଗାସାକୀ ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ମାସ ୯ ତାରିଖ ପୂର୍ବାହ୍ନ...

ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌...

Leave a comment

Your email address will not be published. Required fields are marked *