Posted inଖେଳ

ମିକ୍ସଡ ଡବଲ୍ସରୁ ଭାରତକୁ ୩ୟ ସ୍ବର୍ଣ୍ଣ

କଟକ ଅଫିସ,୨୨।୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣରେ ଭାରତ ମିକ୍ସଡ ଡବଲ୍ସ ଇଭେଣ୍ଟରୁ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛି । ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ପ୍ରତିଯୋଗିତାର ମିକ୍ସଡ ଡବଲରେ ଜ.ି ସାଥିୟାଁ ଓ ଅର୍ଚ୍ଚନା କାମଥଙ୍କ ଯୋଡ଼ି ରବିବାର ଚାମ୍ପିୟନ ହୋଇଛନ୍ତି । ପୂର୍ବରୁ ଦଳଗତ ଇଭେଣ୍ଟରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲା ।
ସିଙ୍ଗାପୁରର ପେଙ୍ଗ ୟୁ ଏନ କୋଏନ ଓ ଗୋଇ ରୁଇ ଜୁଆନଙ୍କୁ ଫାଇନାଲ ମୁକାବିଲାରେ ସାଥିୟାଁ-ଅର୍ଚ୍ଚନା ୧୧-୧, ୧୧-୭ ଓ ୧୧-୪ ଗେମରେ ସିଧାସଳଖ ପରାସ୍ତ କରି ଏହି ସଫଳତା ପାଇଛନ୍ତି । ପୂର୍ବରୁ ସେମିଫାଇନାଲରେ ସାଥିୟାଁ-ଅର୍ଚ୍ଚନା ଭାରତର ଅନ୍ୟଏକ ଯୋଡ଼ି ହରମିତ ଦେଶାଇ-ଆହିକା ମୁଖାର୍ଜୀଙ୍କୁ ୧୧-୨, ୧୧-୨, ୧୧-୯ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଶରଥ କମଲ-ଶ୍ରୀଜା ଆକୁଲାଙ୍କ ଯୋଡ଼ି ସେମିଫାଇନାଲରୁ ବାଦ ପଡ଼ିଥିଲା। ଫଳରେ ସେମିଫାଇନାଲରେ ପରାଜିତ ଦୁଇ ଯୋଡ଼ିଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ପୁରୁଷ ଡବଲ୍ସରେ ଭାରତର ଦୁଇ ଯୋଡ଼ି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଦୁଇ ଯୋଡ଼ି ହେଲେ ଶରଥ କମଲ-ଜି ସାଥିୟାଁ ଓ ଆଣ୍ଟୋନୀ ଅମଲରାଜ-ମାନଭ ଠାକର । ସୋମବାର ଖେଳାଯିବାକୁ ଥିବା ଫାଇନାଲରେ ଶରଥ-ସାଥିୟାଁ ସିଙ୍ଗାପୁରକୁ ଓ ଆଣ୍ଟୋନୀ-ମାନଭ ଇଂଲଣ୍ଡ ପ୍ରତିଦ୍ୱନ୍ଦୀଙ୍କୁ ଭେଟିବେ। ମହିଳା ଡବଲ୍ସରେ ପୂଜା ସହସ୍ରବୁଦ୍ଧି-କ୍ରୀତିକା ସିଂ ରୟ, ଶ୍ରୀଜା ଆକୁଲା-ମୌସୁମୀ ପଲ, ସୁତୀର୍ଥ ମୁଖାର୍ଜ-ଆହିକା ମୁଖାର୍ଜୀ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଟପସିଡେଡ ଖେଳାଳି ମାଧୁରିକା ପାଟେକର-ଅର୍ଚ୍ଚନା କାମଥ ସିଙ୍ଗାପୁର ପ୍ରତିଦ୍ୱନ୍ଦୀଙ୍କଠାରୁ ହାରି ସେମି ଦୌଡ଼ରୁ ବାଦ ପଡ଼ିଛନ୍ତି । ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗିଲ୍ସ କ୍ବାର୍ଟରଫାଇନାଲରେ ଜି ସାଥିୟାଁ ୧୧-୭, ୧୧-୮, ୧୧-୮, ୧୧-୬ରେ ନାଇଜେରିଆର ବୋଡେ ଆବିଦୁନଙ୍କୁ, ହରମିତ ଦେଶାଇ ୧୧-୪, ୧୧-୮, ୬-୧୧, ୧୧-୭, ୧୧-୮ ଗେମରେ ସୁସ୍ମିତ ଶ୍ରୀରାମଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଇଭେଣ୍ଟର କ୍ବାର୍ଟର ଫାଇନାଲରେ ଶରଥ କମଲ ସିଙ୍ଗାପୁରର ପାଙ୍ଗ ୟୁ ଏନ କୋଏନଙ୍କଠାରୁ ପରାସ୍ତ ହୋଇ ନିରାଶ କରିଛନ୍ତି। ମହିଳା ସିଙ୍ଗିଲ୍ସ ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ପତିଆରା ଦେଖିବାକୁ ମିଳିଛି । ଏହି ବିଭାଗର କ୍ବାର୍ଟର ଫାଇନାଲରେ ଆହିକା ମୁଖାର୍ଜୀ, ଶ୍ରୀଜା ଆକୁଲା, ମାଧୁରିକା ପାଟେକର ବିଜୟୀ ହୋଇ ସେମିରେ ପ୍ରବେଶ କରିଛନ୍ତି । ଅର୍ଚ୍ଚନା କାମଥ ଇଂଲଣ୍ଡର ପ୍ରତିଦ୍ୱନ୍ଦୀଙ୍କଠାରୁ ପରାସ୍ତ ହୋଇଛନ୍ତି ।


All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଉପରେ ମନ୍ତବ୍ୟ ଦେଇ ସଚିନ ସମାଲୋଚିତ

ନୂଆଦିଲ୍ଲୀ,୨୫।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଅନ୍‌ଲାଇନ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧିମା ବ୍ୟାଟିଂ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ

ବର୍ମିଂହାମ,୧୧।୭(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ଗୁରୁବାର ବର୍ମିଂହାମର...

ବୃହତ୍‌ ବିଜୟ ସହ ଇଂଲଣ୍ଡର ଅଭିଯାନ

ଲଣ୍ଡନ, ୩୧।୫(ପି.ଟି.)- ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ବୃହତ୍‌ ବିଜୟ ସହ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଅଭିଯାନ ଆରମ୍ଭ କରିଛି। ଇଅନ ମୋର୍ଗାନଙ୍କ...

କେପିଏଲ ମ୍ୟାଚ୍‌ ଫିକ୍ସି: ବେଙ୍ଗାଲୁରୁ ପୋଲିସକୁ ସହାୟତା କରିବ ଆଇସିସି

ବାଙ୍ଗଲୋର,୦୧।୧୨- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ବେଟିଂ ଓ ମ୍ୟାଚ୍‌ ଫିକ୍ସିଂ ସ୍କାଣ୍ଡାଲର ତଦନ୍ତ କରୁଥିବା ବେଙ୍ଗାଲୁରୁ ପୋଲିସକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସମସ୍ତ...

ରୋମାଣ୍ଟିକ ଷ୍ଟାଇଲରେ ବିବାହ ବାର୍ଷିକ ଶୁଭେଚ୍ଛା ଜଣାଇଲେ ଯୁବି

ଚଣ୍ଡିଗଡ଼,୦୧।୧୨- ପୂର୍ବତନ କ୍ରିକେଟର ଯୁବରାଜ ସିଂ ଓ ହେଜଲ କିଚ ଶନିବାର ତୃତୀୟ ବିବାହ ବାର୍ଷିକ ପାଳନ କରିଛନ୍ତି। ଉଭୟ ରୋମାଣ୍ଟିକ ଷ୍ଟାଇଲରେ ପରସ୍ପରକୁ ଶୁଭେଚ୍ଛା...

ପୁରୁଷଙ୍କ ସମକକ୍ଷ ପାଉଣା ଦାବି ଉଚିତ୍‌ ନୁହଁ: ମାନ୍ଧନା

ମୁମ୍ବାଇ,୨୩।୧(ପି.ଟି.)- ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ଦିଆଯିବା ଉପରେ ମତ ରଖିଛନ୍ତି ତାରକା ମହିଳା କ୍ରିକେଟର ସ୍ମୃତି ମାନ୍ଧନା। ପୁରୁଷ ଓ ମହିଳା...

କୋହଲିଙ୍କ ଜୀବନରେ ଆଜି ସବୁଠୁ ଖାସ୍‌ ଦିନ, ଜାଣନ୍ତୁ କାହିଁକି

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରକେ, କିଛି...

ପ୍ରଶିକ୍ଷାର୍ଥୀଙ୍କୁ ସସ୍ମିତା, ବିଜୟଲକ୍ଷ୍ମୀଙ୍କ ଟିପ୍ସ

ଭୁବନେଶ୍ୱର, ୧୮।୫(କ୍ରୀଡ଼ା ପ୍ରତିନିଧି)-ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିରରେ ଶୁକ୍ରବାର ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ସସ୍ମିତା...

Leave a comment

Your email address will not be published. Required fields are marked *