ଓଡ଼ିଶାର ପାଲା ସଂସ୍କୃତି

ନୃସିଂହ ଚରଣ ମହାପାତ୍ର

ଆମ ଉତ୍କଳ ପ୍ରଦେଶର ଯେତେପ୍ରକାର ସଂସ୍କୃତି ରହିଛି ତନ୍ମଧ୍ୟରୁ ପାଲା ଅନ୍ୟତମ। ମୋଗଲ ଶାସନ ଅମଳରୁ ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା ଚଳିଆସୁଛି। ସତ୍ୟନାରାୟଣ+ପୀର= ସତ୍ୟପୀର ନାମରେ ଏହି ପାଲା ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ବୟକୁ ବୁଝାଉଛି। ବର୍ତ୍ତମାନ ମଧ୍ୟ ଓଡ଼ିଶାର ଘରେ ଘରେ ସତ୍ୟପୀର ପୂଜା ଅନୁଷ୍ଠିତ ହେଉଛି। ଏହା ବିଭିନ୍ନ କାହାଣୀକୁ ଆଧାର କରି ଗତିଶୀଳ ହୋଇଥାଏ।
କେତେକଙ୍କ ମତରେ ପାଲା ଦଣ୍ଡନାଚର ପରବର୍ତ୍ତୀ ସଂସ୍କରଣ। ଦଣ୍ଡନାଚରେ ବିଭିନ୍ନ ପୌରାଣିକ ଆଖ୍ୟାନକୁ ଆଧାରକରି ବିଭିନ୍ନ ସଙ୍ଗୀତ ଗାନପୂର୍ବକ ଦର୍ଶକମାନଙ୍କର ମନୋରଞ୍ଜନ କରାଯାଇଥାଏ। କ୍ରମଶଃ ତାହା ନୂତନ ରୂପ ଧାରଣ କରି ଏକ ସାଂସ୍କୃତିକ ଚେତନାର ବାର୍ତ୍ତାବହ ରୂପେ ପ୍ରତିଷ୍ଠା ଲାଭ କରିଛି।
ପାଲା ସାଧାରଣତଃ ଦୁଇ ପ୍ରକାର- ବୈଠକୀ ପାଲା ଓ ଠିଆ ପାଲା। ବୈଠକୀ ପାଲାରେ ସତ୍ୟନାରାୟଣ ପାଲା, ସତ୍ୟପୀର ପାଲା, ପଞ୍ଚାନନ ମେଳା ଆଦି ଅନ୍ତର୍ଭୁକ୍ତ, ଯେଉଁଥିରେ ବ୍ରାହ୍ମଣ ମନ୍ତ୍ର ପାଠକରି ସେହି ପାଲାକୁ ଆଧାର କରି ରଚିତ ଆଖ୍ୟାୟିକା ସମ୍ବନ୍ଧରେ ଗାନ କରି ଭକ୍ତବୃନ୍ଦଙ୍କୁ ବୁଝାଇଥାନ୍ତି। ଠିଆପାଲାରେ ୫/୬ ଜଣ କଳାକାରଙ୍କୁ ନେଇ ଏକ ଦଳ ଗଠିତ। ଏଥିରେ ମୁଖ୍ୟ ଥାଆନ୍ତି ଗାୟକ, ଯେ କି ଓଡ଼ିଶାର ପ୍ରାଚୀନ ସାହିତ୍ୟରେ ଥିବା ବିଭିନ୍ନ ରାଗ ଓ ରାଗିଣୀରେ ସଙ୍ଗୀତ ଗାନ କରି ତା’ର ଅର୍ଥକୁ ସରଳୀକରଣ କରି ଶ୍ରୋତାମାନଙ୍କୁ ବୁଝାଇଥାନ୍ତି। ଏହି ପାଲାରେ ସଂସ୍କୃତ ସାହିତ୍ୟରୁ ବିଭିନ୍ନ ଉଦାହରଣ ଦେଇ ତନ୍ନ ତନ୍ନ କରି ବୁଝାଇବା ଗାୟକଙ୍କର ବୈଶିଷ୍ଟ୍ୟ। ଗାୟକଙ୍କୁ ବାଦ ଦେଲେ ଜଣେ ବାଦକ ଓ ଜଣେ ଶ୍ରୀପାଳିଆ ଓ ଅନ୍ୟ ୨ ବା ୩ ଜଣ ପାଳିଆ ଥାଆନ୍ତି।
ଗାୟକଙ୍କର ସୁମଧୁର ସ୍ବରକୁ ମୃଦଙ୍ଗରେ ତାଳ ଦିଅନ୍ତି ବାୟକ, ଶ୍ରୀପାଳିଆ ଗାୟକଙ୍କର ସ୍ବରକୁ ଶେଷାଂଶରେ ଗାନ କରି ଅନ୍ୟ ପାଳିଆ ଭାଇଙ୍କର ସହାୟତା ନିଅନ୍ତି। ସବୁ ପାଳିଆଙ୍କ ହାତରେ ଝାଞ୍ଜ ଥାଏ। ସମୟ ସମୟରେ ଦାସକାଠିଆରେ ବ୍ୟବହୃତ ଦାସକାଠି ମଧ୍ୟ ବ୍ୟବହୃତ ହୁଏ। ଗାୟକ ଚାମର ସହ ଗିନିରେ ମଙ୍ଗଳାଚରଣ କରିଥାନ୍ତି।
ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ପାଲା ଓ ଦାସକାଠିଆ ଉତ୍ସବ ଅନୁଷ୍ଠିତ ହୋଇଥାଏ। କଟକସ୍ଥ ବାଦାମବାଡିରେ ଏକ ପାଲାମଣ୍ଡପ ରହିଛି। ସେଠାରେ ଗାୟକମାନେ ସେମାନଙ୍କ କଳାର ନୈପୁଣ୍ୟ ପ୍ରଦର୍ଶନ କରିଥାନ୍ତି।
ସର୍ବପ୍ରଥମେ ମଞ୍ଚକୁ ବାୟକ ଓ ଅନ୍ୟ ପାଳିଆମାନେ ପ୍ରବେଶ କରନ୍ତି। ମୃଦଙ୍ଗ ବାଦକ ବିଭିନ୍ନ ତାଳରେ ବାଦନ କରିବା ସଙ୍ଗେସଙ୍ଗେ ବୋଲ ଉଚ୍ଚାରଣ କରୁଥାଏ। ଅନ୍ୟ ପାଳିଆମାନେ ଝାଞ୍ଜ ଦ୍ୱାରା ବାଦ୍ୟ ସହିତ ତାଳମେଳ ରଖନ୍ତି। ତତ୍ପରେ ଶ୍ରୀପାଳିଆ ଗୋଟିଏ ବନ୍ଦନା ଗାନ କରି ସରଳ ଭାଷାରେ ବୁଝାଇ ଥାଆନ୍ତି। ବନ୍ଦନା ସରିବା ପରେ ଗାୟକ ମଞ୍ଚରେ ପ୍ରବେଶ କରନ୍ତି। ଚାମର ଓ ଗିନି ସାହାଯ୍ୟରେ ସେ ମଙ୍ଗଳାଚରଣ ଆବୃତ୍ତି କରନ୍ତି। ମଙ୍ଗଳାଚରଣରେ ସର୍ବପ୍ରଥମେ ‘ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା, ଭିନ୍ନାଭିନ୍ନଂ ନ କର୍ତ୍ତବ୍ୟଂ ପଞ୍ଚଦେବୋ ନମୋଽସ୍ତୁ ତେ’ ଏହି ଶ୍ଳୋକ ପାଠକରି କିମ୍ବା ଅନ୍ୟ ସଂସ୍କୃତ ମଙ୍ଗଳାଚରଣ ପାଠକରି ବୁଝାଇଥାନ୍ତି। ପାଲାରେ ସାଧାରଣତଃ କୌଣସି ଏକ ପୌରାଣିକ ବିଷୟବସ୍ତୁକୁ ଆଧାର କରି ସଙ୍ଗୀତ ଗାନ କରାଯାଇଥାଏ। ବିଷୟ ପ୍ରସଙ୍ଗରେ ସନ୍ଧ୍ୟା ବର୍ଣ୍ଣନା, ପ୍ରଭାତ ବର୍ଣ୍ଣନା, ରାଜ୍ୟ ବର୍ଣ୍ଣନା, ନାରୀର ଅଙ୍ଗସୌଷ୍ଠବ ବର୍ଣ୍ଣନା ଇତ୍ୟାଦି ବିଭିନ୍ନ ପ୍ରାଚୀନ କବିଙ୍କ ଲେଖାରୁ ସୁମଧୁର ସ୍ବରରେ ଗାୟକ ଗାନ କରିଥାନ୍ତି ଓ ସରଳ ସାବଲୀଳ ଭାଷାରେ ବୁଝାଇଥାନ୍ତି। ବିଶେଷକରି କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ, ଭକ୍ତକବି ଦୀନକୃଷ୍ଣ ଦାସ, କବିସୂର୍ଯ୍ୟ ବଳଦେବ ରଥ, ଅଭିମନ୍ୟୁ ସାମନ୍ତସିଂହାର, ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ରଚିତ କାବ୍ୟରୁ ସେ ବିଭିନ୍ନ ଉଦାହରଣ ଦେଇଥାନ୍ତି। ସଂସ୍କୃତ ଗ୍ରନ୍ଥ ଯଥା ମେଘଦୂତମ୍‌, କୁମାରସମ୍ଭବମ୍‌, ନୈଷଧୀୟ ଚରିତମ୍‌, ଶିଶୁପାଳବଧମ୍‌, କୀରାତାର୍ଜୁନୀୟମ୍‌ ଇତ୍ୟାଦିରୁ ଉଦାହରଣମାନ ପ୍ରଦାନ କରିଥାନ୍ତି। ପରମ୍ପରା ଅନୁସାରେ ଚଉପଦୀ, ଓଡ଼ିଶୀ, ଦକ୍ଷିଣୀ ଇତ୍ୟାଦି ତାଳ ଓ ବିଭିନ୍ନ ରାଗକୁ ଆଧାର କରି ସଙ୍ଗୀତ ପରିବେଷଣ କରିଥାନ୍ତି। ପାଲା ଦଳରେ ସୁନ୍ଦର ସୁନ୍ଦର କଣ୍ଠଶିଳ୍ପୀ ମଧ୍ୟ ଥାଆନ୍ତି। ସେମାନେ ସୁମଧୁର କଣ୍ଠସ୍ବରରେ ସଂଗୀତ ଗାନ କରି ଶ୍ରୋତା ଓ ଦର୍ଶକଙ୍କୁ ମୁଗ୍ଧ କରିଥାନ୍ତି। ପ୍ରସଙ୍ଗକ୍ରମେ ପାଳିଆମାନେ ମଧ୍ୟ ଓଢ଼ଣି ମୁଣ୍ଡରେ ପକାଇ ସୁନ୍ଦର ଆଧୁନିକ ନୃତ୍ୟ ପରିବେଷଣ କରିଥାନ୍ତି। ପାଳିଆମାନଙ୍କ ମଧ୍ୟରୁ ଜଣେ ହାସ୍ୟରସିକ ଥାଆନ୍ତି। କାରଣ ବିଭିନ୍ନ ମନୋବୃତ୍ତିର ଲୋକେ ସମାଜରେ ଥାଆନ୍ତି। କିଏ ବିଷୟବସ୍ତୁ ପ୍ରତି ଗୁରୁତ୍ୱ ଆରୋପ କରନ୍ତି, କେହି କେହି ହାସ୍ୟରସ ଶୁଣିବା ପାଇଁ ଆଗ୍ରହୀ ଥାଆନ୍ତି ଓ କେତେକ ସଙ୍ଗୀତ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ସମାଜର ରୁଚିକୁ ଦୃଷ୍ଟିରେ ରଖି ମଣ୍ଡପରେ ଆଧୁନିକ ନୃତ୍ୟ, ଓଡ଼ିଶୀ ନୃତ୍ୟ, ହାସ୍ୟରସ ଉଦ୍ରେକକାରୀ ଗଳ୍ପ ପରିବେଷଣ କରାଯାଇଥାଏ। ସର୍ବଶେଷରେ ଗାୟକ ‘ଦୀନଜନ ଶରଣରକ୍ଷଣ ମହାବାହୁ, ଆନନ୍ଦ ସାଗରେ ହରିବୋଲ ହୁଳହୁଳି ଦିଅ ଜଗତର ଦୁଃଖ ଯାଉ ହେ…’ ଇତ୍ୟାଦି ପଦ ଉଚାରଣ କରି ପବିତ୍ର ଚାମରକୁ ସମସ୍ତ ପାଳିଆଙ୍କ ଝାଞ୍ଜ ଓ ମୃଦଙ୍ଗରେ ସ୍ପର୍ଶଦେଇ ପାଲାର ପରିସମାପ୍ତି କରନ୍ତି।
ପାଲା ଗାୟକଙ୍କ ସାଧନାକୁ ପ୍ରଶଂସା ନ କରି ରହିହେବ ନାହିଁ। କେତେ କାବ୍ୟକବିତା ସେମାନଙ୍କ ମୁହଁରେ ରହିଛି। ପ୍ରସିଦ୍ଧ ଗାୟକବୃନ୍ଦ ଯେଉଁମାନେ ଇହଧାମରେ ନାହାନ୍ତି, ସେମାନଙ୍କର ସାହିତ୍ୟ ସାଧନା ନୂତନ ପିଢିର ଗାୟକମାନଙ୍କୁ ପ୍ରେରଣା ଦେଉଥିବ, ଏହା ସ୍ବୀକାର୍ଯ୍ୟ। ସେମାନଙ୍କ ମଧ୍ୟରୁ ସ୍ବର୍ଗତ ହରି ନାଥ, ନରି ନାଥ, କପିଳ ନାଥ, ଘନଶ୍ୟାମ ନାୟକ, କରୁଣାସିନ୍ଧୁ ନାୟକ, ପରମାନନ୍ଦ ବାରିକ ପ୍ରମୁଖ ପ୍ରଧାନ। ପ୍ରାତଃସ୍ମରଣୀୟ ବର୍ତ୍ତମାନର ଗାୟକମାନେ ମଧ୍ୟ ସୁନ୍ଦର ବ୍ୟାଖ୍ୟା ଓ ଅଭିନୟ ଶୈଳୀରେ ପାଲାର ଉପସ୍ଥାପନା କରୁଛନ୍ତି। ଆଜିକାଲିର ପ୍ରବଚକ କିମ୍ବା ବକ୍ତା ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ପ୍ରସ୍ତୁତ ହୋଇ ସଭାରେ ଭାଷଣ ପ୍ରଦାନ କରନ୍ତି। କିନ୍ତୁ ଜଣେ ଗାୟକ ରାତିରେ ୪ ଘଣ୍ଟା ପାଲା ଗାଇବା ସାଙ୍ଗକୁ ବିଭିନ୍ନ ରଚନାରୁ କବିତା ଉଦ୍ଧାର କରି ସ୍ବର, ଲୟ, ତାଳକୁ ଲକ୍ଷ୍ୟକରି ଉପସ୍ଥାପନ କରିବା କମ୍‌ କଷ୍ଟକର ବ୍ୟାପାର ନୁହେଁ। ଗାୟକ ବନ୍ଧୁମାନେ ଯଥାର୍ଥରେ ମା’ ସରସ୍ବତୀଙ୍କର ବରପୁତ୍ର। ମା’ଙ୍କ ଆଶୀର୍ବାଦରୁ ସେମାନେ ଅଗାଧ ସାହିତ୍ୟ ସମୁଦ୍ରକୁ ସାମାନ୍ୟ କାଠଡଙ୍ଗାରେ ପାରି ହୋଇ ପାରୁଛନ୍ତି।
ସର୍ବଶେଷରେ ଏତିକି କୁହାଯାଇପାରେ ଯେ, ଓଡ଼ିଆ, ପ୍ରାଚୀନ ସାହିତ୍ୟ ଓ ସଂସ୍କୃତ ସାହିତ୍ୟକୁ ଯଦି କେହି ବଞ୍ଚାଇ ରଖିବାକୁ ଚେଷ୍ଟା କରିଥାଏ ସେ ହେଉଛି ଗାୟକ ସମାଜ। ତେଣୁ ସମସ୍ତ ଗାୟକ ବନ୍ଧୁଙ୍କୁ ସେମାନଙ୍କର ନିରଳସ ସାହିତ୍ୟ ସାଧନା ପାଇଁ ଅଭିନନ୍ଦନ।
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଦିବ୍ୟଭୂମି, କୋହ୍ଲ, ଭଦ୍ରକ, ମୋ-୯୨୩୮୫୬୮୮୮୩


All Right Reserved By

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ବି ଗିରିପଥ ଅତିକ୍ରମ କରିପାରେ। ଗଭୀର ଅଧ୍ୟବସାୟ ଓ ଆତ୍ମବିଶ୍ୱାସ ବଳରେ କୌଣସି ବ୍ୟକ୍ତି ନିଶ୍ଚୟ ସଫଳ ହୋଇପାରନ୍ତି। ଉତ୍ତରପ୍ରଦେଶ...

ଏଜେଣ୍ଟଙ୍କ ଦୁଃଖ

ରୁଦ୍ର ପ୍ରସନ୍ନ ରଥ ଗତ କିଛି ବର୍ଷ ହେଲା ଦେଶର ପୂର୍ବାଞ୍ଚଳର ରାଜନୀତିକୁ ଚିଟ୍‌ ଫଣ୍ଡ ବେଶ୍‌ ସରଗରମ କରି ରଖିଛି। ଖାସ୍‌ କରି ଓଡ଼ିଶା...

ବେଦଭାଷ୍ୟ ଓ ଶ୍ରୀଅରବିନ୍ଦ

ଜନ୍ମେଜୟ ଦ୍ୱିବେଦୀ ପୃଥିବୀପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଜନ୍ମର ତାତ୍ପର୍ଯ୍ୟ ସମ୍ପର୍କରେ ଶ୍ରୀମାଙ୍କର ବକ୍ତବ୍ୟ ଯଥେଷ୍ଟ ପରିମାଣରେ ତାଙ୍କୁ ନେଇ ଅନେକ ଭୁଲ ବୁଝାମଣା ଦୂର କରିବା ସଙ୍ଗେ...

କ୍ଷମତା ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମତଦାନର କେଇ ସପ୍ତାହ ପରେ ଏବଂ ରାଜ୍ୟରେ ସରକାର ପରିବର୍ତ୍ତନର ବ୍ୟାପକ ସମ୍ଭାବନା ଦେଖାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌....

ଏଇ ଭାରତରେ

ଉତ୍ତରପ୍ରଦେଶ ମିର୍ଜାପୁରର ଅହୋରାହ ଥାନା ଅନ୍ତର୍ଗତ ବରାହୀ ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ଏହାକୁ ୩୫୦ ବର୍ଷର ପୁରୁଣା ମେଳା ବୋଲି କୁହାଯାଏ।...

ଏ ଯୁଗର ନୂଆ ଯୁଦ୍ଧାସ୍ତ୍ର

ସହଦେବ ସାହୁ ଖବର ବା ଇନ୍‌ଫର୍ମେଶନକୁ ଯୁଦ୍ଧର ଅସ୍ତ୍ର ରୂପେ ବ୍ୟବହାର କରାଗଲାଣି ଏବଂ ଏମିତି ବ୍ୟବହାର ହେଲାଣି ଯେ ଲୋକଙ୍କ ମତ ବଦଳାଯାଇ ପାରୁଛି।...

ବିବାଦୀୟ ଟୁଇଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦାୟିତ୍ୱହୀନ ଭାବେ ଟୁଇଟ୍‌ କରି ଏବେ ମହାରାଷ୍ଟ୍ର ଆଇଏଏସ୍‌ ଅଫିସର ନିଧି ଚୌଧରୀଙ୍କ କ୍ୟାରିୟର ବିପଦରେ ପଡ଼ିଛି। ଏହି କାରଣରୁ...

ଭାରତୀୟତା ଓ ଓଡ଼ିଶା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ମୁଁ  ରୁର୍କୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟର ଏକ ଘଟଣା। ଆମ ଇଞ୍ଜିନିୟରିଂ ବିଭାଗର ସ୍ନାତକୋତ୍ତର ଶ୍ରେଣୀରେ ସିଟ୍‌ ଥାଏ ୧୫ଟି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *