Posted inଜାତୀୟ

ଭାଜପା ୨ କୋଟି ଟଙ୍କାରେ ଟିଏମସି ବିଧାୟକଙ୍କୁ କିଣିବାକୁ ଚାହୁଁଛି: ମମତା

କୋଲକାତା, ୨୧।୭: ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ୨୦୧୯ ଲୋକ ସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି, ଭାଜପା ୨ କୋଟି ଟଙ୍କା ଦେଇ ତୃଣମୂଳ କଂଗ୍ରେସ(ଟିଏମସି) ବିଧାୟକଙ୍କୁ କିଣିବାକୁ ଚାହୁଁଛି। ଇଭିଏମ ଜାଲିଆତି ଏବଂ ନିର୍ବାଚନ ଆୟୋଗଙ୍କୁ ହାତରେ ରଖି ଗତ ନିର୍ବାଚନ ଭାଜପା ଜିତିଛି ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ନିର୍ବାଚନ ବାଲାଟ ପେପରରେ କରିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁଲାଇ ୨୧ ତାରିଖରେ ଟିଏମସି ପକ୍ଷରୁ ଶହୀଦ ଦିବସ ପାଳନ କରାଯାଏ। ୧୯୯୩ ମସିହାର ଏହିଦିନରେ ପୋଲିସ ଗୁଳିରେ କଂଗ୍ରେସର ୧୩ ଯୁବ ନେତାଙ୍କ ମୃତ୍ୟୁ ହୋଇଥିଲା। ଏହି ସ୍ମୃତି ରେ ଟିଏମସି ପକ୍ଷରୁ ଶହୀଦ ଦିବସ ପାଳନ କରାଯାଏ।


All Right Reserved By Dharitri.Com

ମୋଦିଙ୍କୁ ଭେଟିବା ପୂର୍ବରୁ ଯଶୋଦାବେନଙ୍କୁ ଭେଟିଲେ ମମତା

କୋଲକାତା,୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ। ହେଲେ ସେ ମୋଦିଙ୍କୁ ଭେଟିବା ପୂର୍ବରୁ ତାଙ୍କ ପତ୍ନୀ...

୩୫ ଲକ୍ଷ ଶ୍ରମିକଙ୍କୁ ୧ହଜାର ଲେଖାଏଁ ସହାୟତା ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୨୧।୩: କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

ଟଙ୍କାଏରେ ମିଳୁଛି ପେଟପୁରା ଭୋଜନ: ଆଗକୁ ମିଳିବ ମଧ୍ୟାହ୍ନ ଭୋଜନରେ ମିଠା ଓ ସକାଳ ଜଳଖିଆ

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀର ନୋଏଡାସ୍ଥିତ ସେକ୍ଟର-୫୫ରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଟଙ୍କାଏରେ ଲୋକଙ୍କୁ ପେଟପୁରା ଭୋଜନ ମିଳୁଛି। ଅଗଷ୍ଟ ୨୩ରୁ ଏହି ଯୋଜନା ଆରମ୍ଭ ହୋଇଛି।...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେବ ଅଧିକ ସଶକ୍ତ: ମୋଦି

ନୂଆଦିଲ୍ଲୀ,୨୫।୫: ଏଣିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି। ମୋଦି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

ଲକ୍‌ଡାଉନ୍‌ ପରେ ବି ଚାଲି ଚାଲି ଘରକୁ ଫେରିବାକୁ ଚାହୁଁଛନ୍ତି ଲୋକେ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣକୁ ରୋକିବାକୁ ସାରା ବିଶ୍ୱ ଏକ ପ୍ରକାର ଲକ୍‌ ଡାଉନ୍‌ ହୋଇଯାଇଛି। ଭାରତ ଏବେ ଏହି ଲକ୍‌ଡାଉନ୍‌ ମାଧ୍ୟମରେ କରୋନା ସହ ଲଢି...

୨୪ ଘଣ୍ଟାରେ ୯୦୯ ନୂଆ ରୋଗୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କଲା

ନୂଆଦିଲ୍ଲୀ,୧୨।୪: ସରି ସରି ଆସୁଛି ଲକ୍‌ଡାଉନ ଅବଧି। ହେଲେ ଦେଶରେ ଥମୁନାହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ...

ମୁଣ୍ଡ ନୁଆଁଇଲେ ମମତା

ନୂଆଦିଲ୍ଲୀ,୧୬ା୬(ପି.ଟି.): ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଛି। ଏହାକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ...

ଥମୁନି ଦାଦନ ଦୁଃଖ: ସଡ଼କ ଦୁର୍ଘଟଣାରେ ୨୪ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଔରୟା,୧୬।୫: ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଲକ୍‌ଡାଉନ ୩.୦ର ଅବଧି ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଏପଟେ...

Leave a comment

Your email address will not be published. Required fields are marked *