Posted inଖେଳ

କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ପାଇଁ ବିସିସିଆଇର ସର୍ତ୍ତ

ନୂଆଦିଲ୍ଲୀ,୨୧।୭(ପି.ଟି.): ଶେଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ନେଇ ରାଜି ହୋଇଛି। ଏଥିପାଇଁ ବିସିସିଆଇ ଅବଶ୍ୟ ନୂଆ ସର୍ତ୍ତ ରଖିଛି। ବୋର୍ଡର ଅନୁମତି ନେବା ପରେ ଯାଇ କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ କରାଯାଇପାରିବ ବୋଲି ବିସିସିଆଇ କହିଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୂର୍ବରୁ ବିସିସିଆଇକୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଅଧୀନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲା। ଏ ସଂକ୍ରାନ୍ତରେ ବିସିସିଆଇକୁ ରାଜି କରିବାର ଆଇସିସି ସଫଳ ହୋଇଛି। ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡ଼ା) ମାନ୍ୟତା ପ୍ରତ୍ୟାହାର କରିବାର ସମ୍ଭାବନା ଥିତ୍ବାରୁ ଆଇସିସି ଏଭଳି ପରାମର୍ଶ ଦେଇଥିଲା। ଫଳରେ ବିସିସିଆଇ ଏବେ କିଛି ସର୍ତ୍ତରେ ପରିବର୍ତ୍ତନ ଆଣି ନାଡ଼ାର ଅଧୀନକୁ ଆସିବାକୁ ରାଜି ହୋଇଛି।
ବିସିସିଆଇ ତା’ର ସମ୍ପୂର୍ଣ୍ଣ ଅଧିକାର ନାଡ଼ାକୁ ଦେବାକୁ ଚାହୁଁନାହିଁ। ବିସିସିଆଇର ଆଣ୍ଟି ଡୋପିଂ ମ୍ୟାନେଜରଙ୍କ ଉପସ୍ଥିତିରେ ଖେଳାଳିଙ୍କ ନମୁନା ନେବାକୁ ସର୍ତ୍ତ ରଖାଯାଇଛି। କେବଳ ସେତିକି ନୁହଁ କେଉଁ ମ୍ୟାଚ୍‌ ଅବସରରେ କ୍ରିକେଟଙ୍କ ନମୁନା ନିଆଯିବ ତାହା ମଧ୍ୟ ବିସିସିଆଇ ସ୍ଥିର କରିବ। ନିୟମ ଦୃଷ୍ଟିରୁ ଯାହା ବି କରାଯିବା କଥା ତାହା ଆରମ୍ଭରୁ ୬ ମାସ ମଧ୍ୟରେ ଟ୍ରାଏଲ ଭାବେ କରାଯିବାକୁ କୁହାଯାଇଛି। ଏ ନେଇ ଡ୍ରାଫ୍ଟରେ ପରିବର୍ତ୍ତନ ଆଣି ବିସିସିଆଇ ଏହାକୁ ନାଡ଼ା ଓ ବିସିସିଆଇ ଦ୍ୱାରା ଅନୁବନ୍ଧିତ ହୋଇଥିବା ଏକ ନମୁନା ସଂଗ୍ରହକାରୀ ଏଜେନ୍ସି ଆଇଟିଡିଏମ୍‌ ନିକଟକୁ ପଠାଇଛି।
ବୋର୍ଡ ଏ ନେଇ କ୍ରୀଡ଼ା ସଚିବଙ୍କ ସହ ଚୁକ୍ତିରେ ହସ୍ତାକ୍ଷର କରିବ ଓ ଏସଂକ୍ରାନ୍ତରେ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଘରୋଇ ସେସନରେ ଟ୍ରାଏଲ କରିବ। ନାଡ଼ା ତା’ର ନିୟମ ଅନୁସାରେ କାର୍ଯ୍ୟ କରିବ। ଫଳରେ ଘରୋଇ ସେସନ ପ୍ରାରମ୍ଭରେ କ୍ରିକେଟରଙ୍କ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ପୁଣି ଯଦି ବିସିସିଆଇ ଏହି କାର୍ଯ୍ୟରେ ବାଧା ଉପୁଯାଏ ତାହାଲେ ଓ୍ବାଡ଼ାକୁ ନାଡ଼ା ନକାରାତ୍ମକ ରିପୋର୍ଟ ଦେବାକୁ ବାଧ୍ୟ ହେବ ବୋଲି କୁହାଯାଇଛି। ଓ୍ବାଡ଼ା ଡେଡ୍‌ଲାଇନ୍‌ ଜାରି କରିଥିବାରୁ ବିସିସିଆଇକୁ ଆଇସିସି ସତର୍କ କରାଇଥିଲା। ଖୁବ୍‌ଶୀଘ୍ର ନାଡ଼ା ସହିତ ଥିବା ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲା ଓ ଏଥିରେ ବିସିସିଆଇକୁ ମନାଇବାରେ ଆଇସିସି ଅବଶ୍ୟ ସଫଳ ହୋଇଛି। ତେବେ ବିସିସିଆଇର ଏହି ସର୍ତ୍ତରେ ନାଡ଼ା ସମ୍ମତି ପ୍ରକାଶ କରୁଛି କି ନା ତାହା ଦେଖିବାକୁ ଏବେ ବାକି ରହିଲା।


All Right Reserved By Dharitri.Com

Posted inଖେଳ View All

ଡବ୍ଲ୍ୟୁଟିଏ ବ୍ରିସ୍‌ବେନ ଇଣ୍ଟରନ୍ୟାଶନାଲ ଟେନିସ ପ୍ରତିଯୋଗିତା: ଓସାକାଙ୍କ କଷ୍ଟସାଧ୍ୟ ବିଜୟ

ବ୍ରିସ୍‌ବେନ, ୭ା୧ (ଏଏଫ୍‌ପି)- ଡବ୍ଲ୍ୟୁଟିଏ ବ୍ରିସ୍‌ବେନ ଇଣ୍ଟରନ୍ୟାଶନାଲ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଜାପାନିଜ ଷ୍ଟାର ନାଓମି ଓସାକା ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ପୂର୍ବତନ...

ଧେର୍‌ସଙ୍କ ଷ୍ଟଣ୍ଟରେ ଦର୍ଶକ ଉତ୍ସାହିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ରେଡ୍‌ ବୁଲ୍‌ ଆଥଲେଟ୍‌ ଓ ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ ଡାନିଏଲ୍‌ ଧେର୍‌ସ ଗୁରୁବାର କିଟ୍‌ ପରିସରରେ ଚିତ୍ତାକର୍ଷକ ଷ୍ଟଣ୍ଟ୍‌ (ଦୁଃସାହସିକ ସାଇକେଲ...

ବିରାଟ କୋହଲି ପିନ୍ଧୁଥିବା ଘଣ୍ଟାର ଦାମ୍‌ କେତେ ଜାଣିଛନ୍ତି କି?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। କେବଳ କ୍ରିକେଟ୍‌ରେ, କୋହଲି ଅଭିନୟରେ...

ଜର୍ମାନୀ ଆଇରନ ମ୍ୟାନ ପ୍ରତିଯୋଗିତାରେ ସୌଭାଗ୍ୟ

କଟକ ଅଫିସ,୨୨।୭- ଆସନ୍ତା ୨୮ରୁ ଜର୍ମାନୀର ହାମବର୍ଗଠାରେ ଆଇରନ ମ୍ୟାନ ପ୍ରତିଯୋଗିତା ହେବ। ଏଥିରେ ଓଡ଼ିଶାରୁ ଭାଗ ନେବେ ସୌଭାଗ୍ୟ କୁମାର ରଥ । ରବିବାର...

ଫେରିଲେ ଧୋନୀ

ନୂଆଦିଲ୍ଲୀ,୧୭।୮- ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଜମ୍ମୁ-କଶ୍ମୀରରେ ୨ ସପ୍ତାହ ଧରି ଆର୍ମି ଯବାନଙ୍କ ସହ ଟ୍ରେନିଂ ଓ ଡ୍ୟୁଟି କରିବା ପରେ ନୂଆଦିଲ୍ଲୀ...

ଅରୁଣ ଜେଟ୍‌ଲିଙ୍କ ନାମରେ ନାମିତ ହେବ କୋଟ୍‌ଲା ଷ୍ଟାଡିୟମ

ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ସ୍ଥାନୀୟ ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମର ନାମ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ ନାମରେ ନାମିତ ହେବ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)...

ରିଭେରା ଇଷ୍ଟବେଙ୍ଗଲର ନୂଆ ମୁଖ୍ୟ କୋଚ୍‌

କୋଲକାତା, ୨୩ା୧ (ପି.ଟି.): ଇଷ୍ଟବେଙ୍ଗଲ ଗୁରୁବାର ମାରିଓ ରିଭେରାଙ୍କୁ ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ଙ୍କ ଆକସ୍ମିକ ଇସ୍ତଫା ପରେ ଏହି...

ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ

ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ଟେନିସ୍‌ ଶେଷ ହୋଇଛି। ଟୁର୍ନାମେଣ୍ଟର ଏହି ୧୩୯ତମ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ...

Leave a comment

Your email address will not be published. Required fields are marked *