ସ୍ପାଇସଜେଟ୍‌ରେ ଯାତ୍ରା; ୩ ଘଣ୍ଟାର ରାସ୍ତାକୁ ଲାଗିଗଲା ୧୫ ଘଣ୍ଟା

ନୂଆଦିଲ୍ଲୀ,୧୨-୫: ବିମାନରେ ଯାତ୍ରା କରିବା ସମୟ ଅପେକ୍ଷାକୃତ କମ୍‌ ହୋଇଥାଏ। ତେବେ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ଭଡ଼ା ଗଣିବାକୁ ପଡେ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାତ୍ରା କିଛି ଲୋକଙ୍କ ପାଇଁ ଏକ ଅବିସ୍ମରଣୀୟ ହୋଇ ରହିଯିବ। କାରଣ ମାତ୍ର ୩ ଘଣ୍ଟାରେ ଏହି ରୁଟ୍‌ରେ ବିମାନ ଯାତ୍ରା କରିହୁଏ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ଏହି ରୁଟ୍‌ରେ ଯାତ୍ରା ପାଇଁ ଲାଗି ଯାଇଥିଲା ୧୫ ଘଣ୍ଟା।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶୁକ୍ରବାର ରାତିରେ ସ୍ପାଇସଜେଟ୍‌ର ଫ୍ଲାଇଟ୍‌ ଏସ୍‌ଜି-୮୭୨୦ ବେଙ୍ଗାଲୁରୁରୁ ସିଧାସଳଖ ଦିଲ୍ଲୀ ଲାଗି ଯାତ୍ରା କରିଥିଲା। ଦୁଇ ସହର ମଧ୍ୟରେ ଏହି ବିମାନ ନନ୍‌ ଷ୍ଟପ୍‌ ଅର୍ଥାତ୍‌ ବିନା ରହଣିରେ ଉଡ଼ିବାର ଥିଲା। ରାତି ୧୦ଟାରେ ନିର୍ଦ୍ଧାରିତ ସମୟରେ ଏହା ବେଙ୍ଗାଲୁରୁର ଉଡାଣ ଭରିବା ଥିଲା। କିନ୍ତୁ ଏହା ଦେଢ଼ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ୧୧.୩୦ଟାରେ ଉଡ଼ିବା ଆରମ୍ଭ କରିଥିଲା। ତେବେ କିଛି ସମୟ ଉଡ଼ିବା ପରେ ବିମାନରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ  ଉକ୍ତ ବିମାନଟି ନାଗପୁର ବିମାନ ବନ୍ଦରରେ ଅବତରଣ କରିଥିଲା। ଯାତ୍ରୀଙ୍କ କହିବାନୁଯାୟୀ ସ୍ପାଇସଜେଟ୍‌ର ବୋଇଂ ୭୩୭ ବିମାନରେ ସେମାନଙ୍କୁ ରାତି ସାରା ବସି ରହିବାକୁ ବାଧ୍ୟ କରାଯାଇଥିଲା। ସେମାନଙ୍କୁ ଏକ ବିକଳ୍ପ ବିମାନରେ ନେବା ପର୍ଯ୍ୟନ୍ତ ବିମାନ ମଧ୍ୟରେ ରହିବାକୁ ପଡ଼ିଥିଲା। ସେହି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ବେଙ୍ଗାଲୁରୁରୁ ଏସ୍‌ଜି-୮୭୨୦ ବିମାନଟି ଉଡ଼ିବାର ପ୍ରାୟ ୧ ଘଣ୍ଟା ପରେ ନାଗପୁର ବିମାନ ବନ୍ଦରରେ ଓହ୍ଲାଇଥିଲା। ସେମାନେ ୬ ଘଣ୍ଟା ପର୍ଯ୍ୟନ୍ତ ବିମାନରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ବାହାରକୁ ଆସିବା ଲାଗି ସେମାନଙ୍କୁ ଛଡ଼ା ଯାଇ ନ ଥିଲା। ଶନିବାର ସକାଳ ୧୦ଟାରେ ନୂଆ ବିମାନରେ ଦିଲ୍ଲୀ ଯାତ୍ରା କରିଥିଲେ। ସେ କହିଛନ୍ତି ଯେ, ଅତ୍ୟଧିକ ଉତ୍ତେଜନା କାରଣରୁ ତାଙ୍କର ଶରୀର ଅସୁସ୍ଥ ହୋଇଛି। ସେ ଏବେ ଡାକ୍ତରଙ୍କ ପରାମର୍ଶ ନେବାକୁ ବାଧ୍ୟ। ବିମାନଯାତ୍ରୀ ମାନେ ଅଧୈର୍ଯ୍ୟ ହୋଇ ଉତ୍ତେଜିତ ହୋଇ ଉଠି ଥିଲେ। ସେମାନେ ବିମାନରୁ ବାହାରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସ୍ପାଇସଜେଟ୍‌ ଆରମ୍ଭରୁ ସେମାନଙ୍କ ସହ ଅସହଯୋଗ କରିଆସୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଏୟାରଲାଇନ୍ସ ମୁଖପାତ୍ର ଏହି ଘଟଣା ନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ବେଙ୍ଗାଲୁରୁ-ଦିଲ୍ଲୀ ରୁଟ୍‌ରେ ଯାତ୍ରା କରୁଥିବା ବିମାନରେ ତ୍ରୁଟି ଦେଖାଦେବା ପରେ ନାଗପୁର ବିମାନବନ୍ଦରରେ ଏହାକୁ ଅବତରଣ କରାଯାଇଥିଲା। ସେଠାରେ ଯାତ୍ରୀଙ୍କର ଆରାମ ବ୍ୟବସ୍ଥା କରାଯାଇଥିଲା।  ଆଉ ଏକ ବିକଳ୍ପ ବିମାନ ପଠାଯାଇ ଯାତ୍ରୀଙ୍କୁ ଦିଲ୍ଲୀ ନିଆଯାଇଥିଲା। ନାଗପୁରରେ କମ୍ପାନୀର କର୍ମଚାରୀ ନ ଥିବାରୁ ବିକଳ୍ପ ବିମାନ ଯୋଗାଡ କରିବାରେ ଅସୁବିଧା ହୋଇଥିଲା। ଏହି କାରଣରୁ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ଯାତ୍ରୀଙ୍କ କହିବାନୁଯାୟୀ, ଏଭଳି ସ୍ଥିତିରେ ସେମାନଙ୍କୁ ବିମାନରୁ ଓହ୍ଲାଇବାକୁ ଦେବା ଉଚିତ। ଏହାଦ୍ୱାରା ଯାତ୍ରୀମାନେ ଆରାମରେ ସମୟ ବିତାଇପାରିବେ।


All Right Reserved By Dharitri.Com

ମ୍ୟୁଚୁଆଲ ଫଣ୍ଡ ବଜାର ବେହାଲ

ମୁମ୍ବାଇ,୨୫।୪: କୋଭିଡ୍‌-୧୯ ଯୋଗୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ବଜାର ଗଭୀର ଭାବେ କ୍ଷତିଗ୍ରସ୍ତ ହେଉଥିବା ନଜରକୁ ଆସିଛି। ଫଳରେ ଏହାର ପ୍ରଭାବ ନିବେଶକଙ୍କ ଉପରେ ସିଧାସଳଖ...

ଏମ୍‌ଏମ୍‌ଡିଆର୍‌ ଆକ୍ଟ , କୋଇଲା ଖଣି କ୍ଷେତ୍ର ନିୟମ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୯-୧: ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଣ୍ଟ ରେଗୁଲେସନ ଆକ୍ଟ(ଏମ୍‌ଏମ୍‌ଡିଆର୍‌) ଏବଂ କୋଲ୍‌ ମାଇନ୍ସ( ସ୍ପେଶିଆଲ ପ୍ରୋଭିଜନ) ନିୟମରେ ପରିବର୍ତ୍ତନକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ କରାଯାଇଛି।...

୧.୯%କୁ ଖସିବ ଅଭିବୃଦ୍ଧି: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧୫। ୪ : ୨୦୨୦-୨୧ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ହାର ୧.୯%କୁ ଖସିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ଏହାର ପୂର୍ବାନୁମାନେ କହିଛି।...

ବଜାରରେ ସୋନିଅର୍‌ ପ୍ଲାଏ ଉଡ୍‌

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ସୋନିଅର୍‌ ପ୍ଲାଏ ଉଡ୍‌ର କଟକଠାରେ ବଜାର ପ୍ରବେଶ ହୋଇଛି। ଗତ ୩୦ ବର୍ଷ ଧରି କମ୍ପାନୀ ଗ୍ରାହକଙ୍କୁ ଏହାର ପ୍ରଡକ୍ଟ ଯୋଗାଇ ଆସୁଛୁ।...

୬ଘଣ୍ଟା ଅଚଳ ରହିଲା ଏୟାର ଇଣ୍ଡିଆ ସର୍ଭର: ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୨୮-୪: ଏୟାର ଇଣ୍ଡିଆ ଫ୍ଲାଇଟ୍ସ ସର୍ଭର ଶନିବାର ୬ ଘଣ୍ଟା ଅଚଳ ହୋଇଯିବା ପରେ ୧୫୫ଟି ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ପ୍ରଭାବିତ ହୋଇଥିଲା। ଫଳରେ...

ଇଣ୍ଡିଗୋର ନିୟନ୍ତ୍ରଣ ପାଇଁ ଦୁଇ ପ୍ରମୋଟରଙ୍କ ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ,୧୭-୫: ଜେଟ୍‌ ଏୟାରଓ୍ବେଜ୍‌ ପରେ ବେସାମରିକ ବିମାନ ଚଳାଚଳ ସେକ୍ଟରର ଦୁର୍ଦ୍ଦିନ ବଢ଼ିବାରେ ଲାଗିଛି। ଦେଶର ସବୁଠାରୁ ସଫଳ ଏବଂ ଲାଭଜନକ ଏୟାରଲାଇନ୍ସ କୁହାଯାଉଥିବା ଇଣ୍ଡିଗୋର...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ମୁମ୍ବାଇ,୧୦-୧୦: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ବୁଧବାର ଏହାର ମାର୍ଜିନାଲ କଷ୍ଟ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ(ଏମ୍‌ସିଏଲ୍‌ଆର୍‌) ହାରକୁ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି।...

ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୧-୧୦: ସେପ୍ଟେମ୍ବରରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୨ ମାସର ସର୍ବୋଚ୍ଚ ସ୍ତରରେ ରହିଥିବା ଏକ ସର୍ଭେରୁ ଜଣାପଡିଛି। ମାତ୍ର ଏହା ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ପୁଣି...

Leave a comment

Your email address will not be published. Required fields are marked *