Posted inଫୁରସତ

ପର୍ଯ୍ୟଟନରେ ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି ହେଉଛି ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଛୋଟ ଗାଁ। ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁରେ ବୌଦ୍ଧମଠ ସମେତ ଆହୁରି ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ତ ଶାନ୍ତବାତାବରଣ ଭିତରେ କିଛି ସମୟ କଟାଇବା ପାଇଁ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମେ ଏଠାରେ…


ଜମ୍ମୁ ଓ କଶ୍ମୀରର ଲେହ ଜିଲା ଅନ୍ତର୍ଗତ ଏକ ଛୋଟ ଗାଁ ହେଉଛି ଅଲ୍‌ଛି। ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା। ତା’ସାଙ୍ଗକୁ ଏଠାରେ ରହିଛି ପ୍ରସିଦ୍ଧ ଅଲ୍‌ଛି ମଠ, ଯାହା ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଦର୍ଶନୀୟସ୍ଥାନ।

କେବେ ଯିବେ
କୁହାଯାଏ ଅଲ୍‌ଛିରେ କୁଆଡେ ଖୁବ୍‌ ଥଣ୍ଡା ହୋଇଥାଏ। ହେଲେ ଖରାଦିନେ ସାଧାରଣ ଗରମ ହୁଏ। ସେହିପରି ବର୍ଷା ବି ଏଠାରେ ମଧ୍ୟମ ଧରଣର ହୋଇଥାଏ। ତେଣୁ ପର୍ଯ୍ୟଟକ ନିଜ ସୁବିଧା ଅନୁଯାୟୀ ଯେତେବେଳେ ଚାହିଁବେ ସେତେବେଳେ ଏଠାକୁ ବୁଲିବାକୁ ଯାଇପାରିବେ। ତେବେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଅଲ୍‌ଛିକୁ ବୁଲିଯିବା ପାଇଁ ମେ’ରୁ ସେପ୍ଟେମ୍ବର ହେଉଛି ସବୁଠୁ ଭଲ ସମୟ।

କେମିତି ଯିବେ
ଲେହଠାରୁ ପ୍ରାୟ ୭୦ କି.ମି. ଦୂରରେ ଅଲ୍‌ଛି ଅବସ୍ଥିତ। ଲେହସ୍ଥିତ ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର, ଯାହା ଦେଶର ବହୁ ପ୍ରମୁଖ ସହର ଯେମିତିକି ପୁଣେ, ଦିଲ୍ଲୀ, ଶ୍ରୀନଗର ସହିତ ସଂଯୋଗ କରିଥାଏ। ସେହିପରି ପଠାନକୋଟ୍‌ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ଏବଂ ଚଣ୍ଡିଗଡ଼ ଷ୍ଟେଶନ ହେଉଛି ଏହାର ଦୁଇ ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବହୁ ପ୍ରମୁଖ ସ୍ଥାନରୁ ଏଠାକୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ଯା’ଆସ କରିଥାଏ।

କ’ଣ ଦେଖିବେ
ଅଲ୍‌ଛି ଗୋଟିଏ ଛୋଟ ଗାଁ ହୋଇଥିଲେ ବି ଏଠାରେ ଦେଖିବା ପାଇଁ ଅନେକ ପର୍ଯ୍ୟଟନସ୍ଥଳୀମାନ ରହିଛି। ଖାସ୍‌ କରି ଏଠାରେ ଥିବା ଅଲ୍‌ଛି ମଠ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏହା ହେଉଛି ଏକ ପୁରୁଣା ବୌଦ୍ଧମଠ। ଉକ୍ତ ମଠର ବାସ୍ତୁକଳା ବେଶ୍‌ ଆକର୍ଷଣୀୟ। ତା’ଛଡ଼ା ଏହି ମଠର କାନ୍ଥଗୁଡ଼ିକରେ ଗୌତମ ବୁଦ୍ଧଙ୍କର ଅନେକ ସୁନ୍ଦର ସୁନ୍ଦର ପେଣ୍ଟିଂ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେହିପରି ଏହି ଗାଁ ଭିତରେ ଅନେକ ଛୋଟ ଛୋଟ ମନ୍ଦିର ବି ରହିଛି। ଅନ୍ୟପକ୍ଷେ ସିନ୍ଧୁ ନଦୀର ଆକର୍ଷଣୀୟ ଦୃଶ୍ୟ ମଧ୍ୟ ହେଉଛି ଏଠାକାର ଅନ୍ୟତମ ଆକର୍ଷଣ। ତା’ଛଡ଼ା ଅଲ୍‌ଛିର ନିକଟବର୍ତ୍ତୀ ଅଞ୍ଚଳରେ ବି ଅନେକ ଛୋଟ ଛୋଟ ମଠ ଏବଂ ଶାନ୍ତିସ୍ତୂପ ଦେଖିବାର ସୁଯୋଗ ପର୍ଯ୍ୟଟକଙ୍କୁ ଏକ ନିଆରା ଆନନ୍ଦ ଦେଇଥାଏ।

ଫଟୋଗ୍ରାଫିର ମଜା ନେବେ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅଲ୍‌ଛିରେ ଫଟୋଗ୍ରାଫି ପାଇଁ ଭଲ ସ୍ଥାନମାନ ମଧ୍ୟ ରହିଛି। ଖାସ୍‌ କରି ସିନ୍ଧୁ ନଦୀର ତଟଦେଶ ତଥା ଅଲ୍‌ଛି ମଠ ନିକଟରେ ଫଟୋ ଉଠାଇବା ପାଇଁ ଅନେକେ ପସନ୍ଦ କରୁଥିବା ଦେଖିବାକୁ ମିଳିଥାଏ।


All Right Reserved By Dharitri.Com

ଏସବୁ କମ୍ପାନୀରେ ଅଫିସରେ ଚଷମା ପିନ୍ଧିବା ମନା…

କମ୍ପ୍ୟୁଟରରେ କାମ କଲାବେଳେ କେତେକ ଆଖିକୁ ଚାପମୁକ୍ତ ରଖିବା ପାଇଁ ଚଷମାର ବ୍ୟବହାର କରିଥାନ୍ତି। ମାତ୍ର ଜାପାନର କିଛି ରିଟେଲ୍‌ କମ୍ପାନୀ ଏହାର କର୍ମଚାରୀଙ୍କୁ ଅଫିସରେ...

ଏମ୍‌ବିବିଏସ୍‌ ପାଇଛି ବୋଲି ପାନଦୋକାନୀ ଖବର ଦେଇଥିଲେ

କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଡ. ମାନସ ପୁହାଣ ଜଣେ ପ୍ରତିଷ୍ଠିତ ଚର୍ମରୋଗ ବିଶେଷଜ୍ଞ। ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅନ୍ତର୍ଗତ ବାଘମରା ଗାଁରେ...

ଏଠାରେ ୬୯ ଦିନ ବୁଡ଼ନ୍ତିନି ସୂର୍ଯ୍ୟ : ଶୀତଋତୁରେ ୯୦ ଦିନ ହୁଏ ଅନ୍ଧାର

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବର୍ଷରେ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତିନି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ଏମିତି ଦୃଶ୍ୟ ଦେଖିବାକୁ ମିଳେ...

ବିଶ୍ୱ ଖାଦ୍ୟ ଦିବସ:ପୃଥିବୀରେ ୮୦ କୋଟି ଭୋକିଲା

ଜେନେଭା: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର...

ଗର୍ଲଫ୍ରେଣ୍ଡ ଖୋଜି ଦେଲେ ମିଳିବ ୧୮ ଲକ୍ଷ ପୁରସ୍କାର

ଓ୍ବାଶିଂଟନ,୨୦।୨: ଆମେରିକାର ଜଣେ ବ୍ୟବସାୟୀ ତାଙ୍କ ପାଇଁ ଗର୍ଲ ଫ୍ରେଣ୍ଡ ଖୋଜି ଦେଲେ ୧୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ୪୭ ବର୍ଷ ବୟସ୍କ...

ଦିନେ ରାହୁଲ ଗାନ୍ଧୀଙ୍କ ସହ ଆଫେୟାରକୁ ନେଇ ଥିଲେ ଚର୍ଚ୍ଚାରେ, ଏବେ ଏହି ବ୍ୟକ୍ତିଙ୍କୁ କଲେ ବିବାହ

ଲକ୍ଷ୍ନୌ,୨୪।୧୧: ଉତ୍ତରପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂ ଖୁବ ଶ୍ରୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନଭେମ୍ବର ୨୧ରେ ଦିଲ୍ଲୀରେ ତାଙ୍କ ବିବାହ ଅନୁଷ୍ଠିତ...

ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…

ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା।...

ପରୀକ୍ଷାଗାରରେ ତିଆରି ହେବ ସାପ ବିଷ

ଭବିଷ୍ୟତରେ ସାପ ବିଷରୁ ତିଆରି ହେବାକୁ ଥିବା ଆଣ୍ଟି ଭେନମର ପ୍ରସ୍ତୁତିରେ ବଡ ସଫଳତା ମିଳିପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ପରୀକ୍ଷାଗାରରେ ପ୍ରକୃତ ସାପର...

Leave a comment

Your email address will not be published. Required fields are marked *