ଅନୁଗୋଳରେ ଲଜ୍ଜା: ଶୋଇଥିବା ବେଳେ ଉଠାଇନେଇ ୮ ବର୍ଷର ନାବାଳିକାଙ୍କୁ ବଳାତ୍କାର, ମୃତ ଭାବି ଅଳିଆ ଗଦାରେ ଫିଙ୍ଗିଲେ

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜନୈକ ୮ ବର୍ଷର ନାବାଳିକାଙ୍କୁ ଶନିବାର ରାତିରେ ବଳାତ୍କାର ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତ ତାଙ୍କୁ ମୃତ ଭାବି ଅଳିଆ ଗଦାରେ ଫିଙ୍ଗି ଚାଲି ଯାଇଥିଲେ। ରବିବାର ସକାଳେ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଆଇଜି ନରସିଂହ ବଳ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ, କିଛି ଯାଯାବର ପରିବାର ଅନୁଗୋଳ ସହରକୁ କାମ କରିବା ଲାଗି ଆସି ରହୁଛନ୍ତି। ଶନିବାର ରାତିରେ ବର୍ଷା ହେଉଥିବାରୁ ନାବାଳିକାଙ୍କ ସହ ତାଙ୍କ ପରିବାର ଏକ ଦୋକାନ ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ମାରପିଟ୍‌ କରିବା ସହ ବଳାତ୍କାର କରିଥିଲେ। ପରେ ସେ ମୃତ ହୋଇଯାଇଥିବା ସନ୍ଦେହ କରି ଏକ ଅଳିଆ ଗଦାରେ ନାବାଳିକାଙ୍କୁ ଫିଙ୍ଗି ଫେରାର ହୋଇଯାଇଥିଲେ। ସକାଳେ ପରିବାରଲୋକେ ଝିଅକୁ ଖୋଜାଖୋଜି କରିବା ପରେ ଅଳିଆ ଗଦାରେ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରୁଛି।


All Right Reserved By Dharitri.Com

ଶ୍ୱଶୁରଘରୁ ବାଇକ୍‌ ଚୋରି ମାମଲାରେ ଜ୍ୱାଇଁ ଗଲେ ଜେଲ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ଖାଇବା ପରେ ବିଲ୍‌ ପଇଠ ନ କରି ଫେରାର ହୋଇଯାଉଥିଲେ। ଶହୀଦନଗର ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ହୋଟେଲ କର୍ମଚାରୀମାନେ...

ଚିଙ୍ଗୁଡି ମାଫିଆଙ୍କ କବଳରେ ଶତାଧିକ ଏକର ସରକାରୀ ଜମି

ବାଲିଆପାଳ, ୨୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅନ୍ତର୍ଗତ ଜମ୍ଭୀରାଇ, ପଞ୍ଚୁପାଲି ଓ ବୋଳଂ ଆଦି ପଞ୍ଚାୟତର ଶହ ଶହ ଏକର ସରକାରୀ ଗୋଚର ଚାରଣ ଜମି,...

ଫୋରେନ୍‌ସିକ ପରୀକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାଟି ଖୋଳି ବାହାର କରାଗଲା ମହିଳାଙ୍କ କଙ୍କାଳ

ଚାନ୍ଦବାଲି,୨୦।୮ (ଡି.ଏନ.ଏ.) – ମୃତ୍ୟୁର ୫ ବର୍ଷ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମହିଳାଙ୍କ ମୃତଦେହର ଫୋରେନ୍‌ସିକ ପରୀକ୍ଷା ପାଇଁ ଶ୍ମଶାନରୁ ମାଟି ଖୋଳି ଅସ୍ଥି,...

ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପରଲୋକ

ଏରସମା, ୨୭ା୨ (ସ୍ବ.ପ୍ର.): ଏରସମା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ବିଜୟ ନାୟକ (୭୧)ଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ...

ଆଶଙ୍କାରେ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ: ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହେବ ନୂଆ ଶିଳ୍ପ ନୀତି-୨୦୨୦

ଭୁବନେଶ୍ୱର,୧୩ା୫(ବ୍ୟୁରୋ)-କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶକୁ ୩ ଟି ପର୍ଯ୍ୟାୟରେ ମେ ୧୭ ଯାଏ ଲକଡାଉନ କରାଯାଇଛି। ଏହି ସମୟରେ କଳକାରଖାନା, ବାଣିଜ୍ୟ ବ୍ୟବସାୟ ସବୁ...

ବୁଧବାର ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୬ା୮: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଶ୍ରଦ୍ଧାଳୁ...

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ...

ଏବେ ମଧ୍ୟପ୍ରଦେଶ ଫେରିବନି ‘ସୁନ୍ଦରୀ’

ଭୁବନେଶ୍ୱର,୫।୨(ବ୍ୟୁରୋ): ସାତକୋଶିଆରୁ ବାଘୁଣୀ ‘ସୁନ୍ଦରୀ’ କାହ୍ନା ଅଭୟାରଣ୍ୟ ଫେରିଯିବା ନେଇ ବିଭିନ୍ନ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଏହା ବିଳମ୍ବ ହୋଇପାରେ। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ...

Leave a comment

Your email address will not be published. Required fields are marked *