ମାଷ୍ଟରକ୍ୟାଣ୍ଟିନ ଛକରେ ଆତଙ୍କ: ଅଟୋରୁ ମିଳିଲା ୪ ବୋମା ଓ ବନ୍ଧୁକ, ଜଣେ ଗିରଫ

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଚାଲିଛି ବିଧାନସଭା ଅଧିବେଶନ। ମାଷ୍ଟରକ୍ୟାଣ୍ଟିନ ଛକରୁ ପିଏମ୍‌ଜି ଛକ ଯାଏ ପୋଲିସ ଛାଉଣୀ। ଏପରିକି ପିଏମ୍‌ଜିରେ ପ୍ରତିଦିନ ଏକାଧିକ ସଂଗଠନ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ସେମାନଙ୍କୁ ମଧ୍ୟ ପୋଲିସ ଜଗିଛନ୍ତି। ଏତେ ସୁରକ୍ଷା ମଧ୍ୟରେ ମାଷ୍ଟରକ୍ୟାଣ୍ଟିନ ଛକରେ ଶନିବାର ଅପରାହ୍ନରେ ଆତଙ୍କ ଖେଳିଯାଇଥିଲା। କାରଣ କଂଗ୍ରେସ ଭବନ ନିକଟରୁ ଏକ ନମ୍ବର ବିହୀନ ଅଟୋରୁ ୪ଟି ବୋମା, ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏଥିସହ କ୍ରିଷ୍ଣା ରାଓ ନାମକ ଜଣେ ଯୁବକକୁ କ୍ୟାପିଟାଲ ଥାନା ପୋଲିସ ଅଟକ ରଖିଛି। ଯୁବକ ଜଣକ ଅଟୋରେ ବୋମାକୁ କୁଆଡ଼େ ନେଉଥିଲେ। ପିଏମ୍‌ଜି ଛକରେ କିଛି ଅଘଟଣା ଘଟାଇଥାନ୍ତେ କି। ଏନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପୋଲିସ ଉକ୍ତ ଯୁବକକୁ ପଚରାଉଚରା କରୁଛି। ଏହାସହ ଜବତ ଅଟୋଟି କାହାର ତାହାର ମଧ୍ୟ ପୋଲିସ ଖୋଳତାଡ କରୁଛି।

ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ସମୟରେ ମାଷ୍ଟରକ୍ୟାଣ୍ଟିନ ଛକର ଗ୍ରୀନ୍‌ ଚିଲି ନିକଟରେ ଏକ ନମ୍ବର ବିହୀନ ଅଟୋରେ ବୋମା ଓ ବନ୍ଧୁକ ଥିବା ନେଇ କେହି ଜଣେ ପୋଲିସକୁ ଫୋନରେ କହିଥିଲା। ତୁରନ୍ତ ଏକ ପୋଲିସ ଟିମ୍‌ ସେଠାରେ ପହଞ୍ଚି ଅଟୋକୁ ଖୋଜିବାରେ ଲାଗିଥିଲେ। ଶେଷରେ ଅଟୋକୁ ପାଇବା ପରେ ସେଥିରୁ ବୋମା ଓ ବନ୍ଧୁକ ଜବତ କରାଯାଇଥିଲା। ଏହାସହ ଅଟୋ ନିକଟରେ ଥିବା କ୍ରିଷ୍ଣାଙ୍କୁୁ ପୋଲିସ କାବୁ କରି ନେଇଥିଲା। ସେ ଏସବୁ ବୋମା ଆଣିଥିବା ସ୍ବୀକାର କରିଥିବା କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି। କ୍ରିଷ୍ଣାଙ୍କ ନାମରେ ଏକାଧିକ ମାମଲା ରହିଥିବା ପୋଲିସ ଅନୁମାନ କରି ଖୋଳତାଡ କରୁଛି। ଅନ୍ୟପଟେ ଫୋନ୍‌ ଖବର ଦେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି। ତଦନ୍ତରେ ବାଧା ସୃଷ୍ଟିହେବା ଆଶଙ୍କା ଥିବାରୁ କ୍ରିଷ୍ଣା ଓ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ଥାନା ଅଧିକାରୀ ଚକ୍ରବର୍ତ୍ତୀ ମନା କରିଥିଲେ। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲା।


All Right Reserved By

ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଉଥିବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ଓଡ଼ିଶା ପୋଲିସ ସଫଳ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି। ଏହି କାର୍ଯ୍ୟକ୍ରମକୁ...

ଚୋରା ବନ୍ଧୁକ ରଖିବା ମାମଲା: ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ,୨୦।୪: ଚୋରା ବନ୍ଧୁକ ରଖି ପୋଲିସ ହାତରେ ଗିରଫ ହୋଇଥିବା ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କ...

ନୂଆ ମୋଟର ଆଇନ ଲାଗୁ ପରେ ମଦ ବ୍ୟବସାୟ ମାନ୍ଦା: କମିଛି ୨୫% ବ୍ୟବସାୟ, ଚିନ୍ତାରେ ମାଲିକ

ଭୁବନେଶ୍ୱର, ୭ା୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ଏହାର ପ୍ରଭାବ ମଦ ବ୍ୟବସାୟ ଉପରେ ପଡ଼ିଛି। କାରଣ...

ଖୋର୍ଦ୍ଧାର ୩ ବିଧାନସଭାରେ ବିଜେଡି ଆଗୁଆ

ଖୋର୍ଦ୍ଧା ଅଫିସ, ୨୩।୫: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦ହଜାରରୁ ଊର୍ଦ୍ଧ୍ୱ ଭୋଟରେ...

ପ୍ରଥମ ଦିନରେ ଗାଡ଼ି ଯାଞ୍ଚ କଡ଼ାକଡ଼ି : ୧୦ ଗୁଣା ଜରିମାନା ଗଣିଲେ ଉଲ୍ଲଂଘନକାରୀ

ଭୁବନେଶ୍ୱର,୨ା୯(ବ୍ୟୁରୋ) : ସାରା ଦେଶରେ ନୂଆ ମୋଟର ଆଇନ ରବିବାରଠାରୁ ଲାଗୁ ହୋଇଛି। ଏହି ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧୦ ଗୁଣା ଜରିମାନା...

ଗ୍ରାମସଭାରେ ପୋଖରୀ ମାଛ ଧରା ଚାନ୍ଦାକୁ ନେଇ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତର ଗୋହିରାପଶି ଗ୍ରାମରେ ମଙ୍ଗଳବାର ରାତି ୯ଟା ସମୟରେ ଗ୍ରାମସଭା ଚାଲିଥିବା ବେଳେ ଅଘଟଣ ଘଟିଛି। ପୋଖରୀ...

ଜୁନ୍‌ ୨୫ରୁ ବିଧାନସଭା, ୨୮ରେ ବଜେଟ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ଏ ନେଇ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ...

ଆର୍‌. ପି. ଶର୍ମା ଲୋକାୟୁକ୍ତ ସଦସ୍ୟ

ଭୁବନେଶ୍ୱର,୬।୮(ବ୍ୟୁରୋ): ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *