ଗାଡ଼ିରେ ଫାଷ୍ଟଟାଗ ଲାଗି ନଥିଲେ;ଟୋଲ୍‌ରେ ଆଦାୟ ହେବ ଡବଲ ଜରିମାନା

ନୂଆଦିଲ୍ଲୀ,୨୧-୭: ଜାତୀୟ ରାଜପଥ ବ୍ୟବହାର କରୁଥିବା ଗାଡ଼ିଚାଳକଙ୍କ ଜରୁରୀ ଖବର। ଡିସେମ୍ବର ପହିଲା ପୂର୍ବରୁ ଗାଡ଼ିରେ ଫାଷ୍ଟଟାଗ୍‌ ଲଗାଇ ନେବା ଭଲ ହେବ। ନଚେତ୍‌ ଡିସେମ୍ବର ପହିଲାପରେ ଗାଡିରୁ ଦୁଇଗୁଣା ଜରିମାନା ଆଦାୟ କରାଯିବ। ଦେଶରେ ଇଲେକ୍ଟ୍ରୋନିକ ପେମେଣ୍ଟ ଓ ଇଲେକ୍ଟ୍ରୋନିକ ଟୋଲ୍‌ ଅସୁଲ କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଡିସେମ୍ବର ପହିଲାରୁ ଦେଶର ସମସ୍ତ ଜାତୀୟ ରାଜପଥର ଟୋଲ୍‌ ଲେନ୍‌ ଫାଷ୍ଟଟାଗ୍‌ଯୁକ୍ତ ହେବ। କେବଳ ଗୋଟିଏ ଲେନ୍‌କୁ ହାଇବ୍ରିଡ ଲେନ୍‌ ଭାବେ ବ୍ୟବହାର କରାଯିବ। ଏହି ହ୍ରାଇବ୍ରିଡ ଲେନ୍‌ରେ ଗାଡ଼ିଚାଳକ ନଗଦ ଅଥବା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଟୋଲ୍‌ ଟିକସ ଦେଇପାରିବେ। ଫାଷ୍ଟଟାଗ୍‌ ଲାଗି ନ ଥିବା ଗାଡ଼ି ଯଦି ଏହି ଲେନ୍‌ରେ ପ୍ରବେଶ କଲେ ତାଙ୍କଠାରୁ ଡବଲ ଜରିମାନା ଆଦାୟ କରାଯିବ। ସୂଚନାଥାଉ କି, ଗତ ୩/୪ ବର୍ଷ ହେବ କେନ୍ଦ୍ର ସରକାର ଫାଷ୍ଟଟାଗ୍‌୍‌କୁ ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା ଟୋଲ୍‌ ଗେଟ୍‌ରେ ଗାଡ଼ି ରହଣି ସମୟ ବହୁଳ ଭାବେ ହ୍ରାସ ପାଇଛି। ୨୦୧୮-୧୯ରେ ଜାତୀୟ ରାଜପଥରୁ ସରକାର ପ୍ରାୟ ୨୪ ହଜାର କୋଟି ଟଙ୍କା ଟୋଲ୍‌ ଆଦାୟ କରିଛନ୍ତି। କିନ୍ତୁ ଇ-ଟୋଲ୍‌ ଆଦାୟ ମାତ୍ର ୨୫%ରେ ସୀମିତ ରହିଥିଲା। ଇ-ଟୋଲ୍‌ ଆଦାୟ ହ୍ରାସ ପାଉଥିବାରୁ ସରକାର ଶେଷରେ ବାଧ୍ୟ ହୋଇ ଉକ୍ତ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇସାରିଛି। ସୂଚନାଥାଉ କି, ଫାଷ୍ଟଟାଗ୍‌ ଏଭଳି ଏକ ଡିଭାଇସ୍‌ ଯାହାକୁ ଗାଡ଼ିର ସାମ୍ନା କାଚରେ ଲଗାଇବାକୁ ପଡିଥାଏ। ଆର୍‌ଏଫ୍‌ଆଇଡି ଟେକ୍ନୋଲୋଜି ଆଧାରିତ ଫାଷ୍ଟଟାଗ୍‌୍‌ ଲାଗିଥିବା ଗାଡ଼ି ଟୋଲ୍‌ ଦେଇ ଯାଉଥିବା ବେଳେ ରେଡିଓ ଫ୍ରିକ୍ୱୋଏନ୍ସି ଜରିଆରେ ଫାଷ୍ଟଟାଗ୍‌ ସ୍କାନ୍‌ ହୋଇଯାଇଥାଏ ଏବଂ ଟୋଲ୍‌ରେ ପେମେଣ୍ଟ ଅଟୋମେଟିକ ହୋଇଯାଏ। ଏଥିଯୋଗୁ ଟୋଲ୍‌ଗେଟରେ ଅଧିକ ସମୟ ରହିବାକୁ ପଡେ ନାହିଁ। ଏହି ଫାଷ୍ଟଟାଗ୍‌କୁ ବ୍ୟାଙ୍କ, ଇ-କମର୍ସ ପୋର୍ଟାଲ ଅଥବା ନିକଟସ୍ଥା ପେଟ୍ରୋଲ ପମ୍ପରୁ କିଣି ହେବ। ଫାଷ୍ଟଟାଗ୍‌କୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ କରିହେବ।


All Right Reserved By Dharitri.Com

୫ ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ବୁଝିବିଚାରି ରଣନୀତି ଆପଣାଇବାକୁ ହେବ: ମନମୋହନ

ଜୟପୁର,୮-୯: ମୋଦି ସରକାର ୨୦୨୪-୨୫ ସୁଦ୍ଧା ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଉପରେ...

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

ମୁମ୍ବାଇ,୨୩-୪: ଜେଟ୍‌ ଏୟାରଓ୍ବେଜକୁ ଅଧିଗ୍ରହଣ କରି ଏହି ଏୟାରଲାଇନ କର୍ମଚାରୀଙ୍କୁ ବଞ୍ଚାଇବାକୁ ଶିବସେନା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଦଳର ମୁଖପତ୍ର ‘ସାମ୍‌ନା’ର...

ନିବେଶକଙ୍କ ସମ୍ପତ୍ତିରେ ୨.୫ ଲକ୍ଷ କୋଟି ବୃଦ୍ଧି

ମୁମ୍ବାଇ,୧୦-୧: ଦେଶର ପୁଞ୍ଜିବଜାରର ସ୍ଥିତି ଉନ୍ନତ ହେବାରୁ ନିବେଶକଙ୍କ ସମ୍ପତ୍ତିରେ ଗୁରୁବାର ୨.୫ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ୟୁଏସ୍‌-ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା...

ରାଜସ୍ଥାନ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ

ନୂଆଦିଲ୍ଲୀ,୨୧।୪: ଲକ୍‌ଡାଉନ ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ଲାଗି ରାଜସ୍ଥାନ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଛି। ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ରାଜସ୍ଥାନ...

ଷ୍ଟାର୍ଟଅପ୍‌ଗୁଡିକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୬-୭: ଦେଶ ମଧ୍ୟରେ ଷ୍ଟାର୍ଟଅପଗୁଡିକୁ ସରକାର ପ୍ରୋତ୍ସାହିତ କରିବେ ବୋଲି ବଜେଟରେ ଘୋଷଣା କରିଛନ୍ତି। ଏଥି ଲାଗି ବିଭିନ୍ନ ପ୍ରୋତ୍ସାହନ ଯୋଜନା ଗ୍ରହଣ କରାଯିବାର କାର୍ଯ୍ୟକ୍ରମ...

ଜୁନ ୧୩ରେ ଜଲାନ କମିଟିର ବୈଠକ

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ କେତେ ବଳକା ଅର୍ଥ ରହିବା ଉଚିତ୍‌ ସେ ସମ୍ପର୍କରେ ତର୍ଜମା ପାଇଁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ...

ହାଇକୋର୍ଟରେ ଚୋକସିଙ୍କ ସତ୍ୟପାଠ;ଫେରାର ହୋଇନି, ଟ୍ରିଟ୍‌ମେଣ୍ଟ ପାଇଁ ବିଦେଶ ଯାଇଛି

ନୂଆଦିଲ୍ଲୀ,୧୮-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ସୋମବାର ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।...

ବିମାନଠୁ ଅଧା ହେବ ତେଜସ୍‌ ଭଡା

ନୂଆଦିଲ୍ଲୀ,୨୮-୮: ରେଲଓ୍ବେର ସହାୟକ କମ୍ପାନୀ ଆଇଆର୍‌ସିଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ଦୁଇଟି ତେଜସ୍‌ ଏକ୍ସପ୍ରେସ ଟ୍ରେନର ଭଡ଼ା ସେହି ମାର୍ଗରେ ଚାଲୁଥିବା ସମସ୍ତ ବିମାନ...

Leave a comment

Your email address will not be published. Required fields are marked *