ନିର୍ମାଣ ଅଧା ରଖି ବିଲ୍‌ କରିନେଲେ ସ୍ବେଚ୍ଛାସେବୀ : କାମରେ ଲାଗୁନି ପାଇଖାନା

ନାଉଗାଁ,୨୧ା୭(ସ୍ବ.ପ୍ର.): ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପ୍ରତି ଘରେ ଘରେ ପାଇଖାନା ନିର୍ମାଣ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ନାଉଗାଁ ବ୍ଲକରେ ଏହି ଯୋଜନା ଦିଗହରା ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଏହି ବ୍ଲକ ତିରୁଣା ପଞ୍ଚାୟତ ଦହିପାଳ ଗ୍ରାମର ହରିଜନ ସାହିରେ ପାଇଖାନା ନିର୍ମାଣ ଦାୟିତ୍ୱ ସ୍ବେଚ୍ଛାସେବୀମାନଙ୍କୁ ପ୍ରଦାନ କରାଯାଇଥିଲା। ୧୬ ଏପ୍ରିଲ ୨୦୧୮ରେ ଏହି ସାହିରେ ୧୦ରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରାଯାଇ ବିଲ୍‌ କରାଯାଇଛି। ହେଲେ ସେଥିମଧ୍ୟରୁ ଗୋଟିଏ ବି ପାଇଖାନା ବ୍ୟବହାର ହୋଇପାରୁନି। ନିମ୍ନମାନର କାର୍ଯ୍ୟ ଯୋଗୁ ବ୍ୟବହାର ପୂର୍ବରୁ ସେସବୁ ପାଇଖାନା ଭାଙ୍ଗିରୁଜି ଗଲାଣି। ପାଇଖାନା ନିର୍ମାଣ କରିଥିବା ସ୍ବେଚ୍ଛାସେବୀ ଅର୍ଥ ଆମତ୍ସାତ କରିଥିବାବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ହିତାଧିକାରୀ। ଏହି ସାହିର ଟାଙ୍ଗୁରୀ ଭୋଇ, ପ୍ରଦୀପ ଭୋଇ, ଭରତ ଭୋଇ, ଚଗଲି ଭୋଇ, ରାଜ କିଶୋର ଭୋଇ, କାଳନ୍ଦୀ ଭୋଇ, ରମେଶ ଭୋଇ, ଟୁନି ଦେଇ, ବାବୁଲି ଭୋଇ, ପାର୍ବତୀ ବଓ୍ବୋ, ନେଳୀ ବଓ୍ବୋ ପ୍ରମୁଖଙ୍କ ପାଇଖାନା ନିର୍ମାଣ ଶେଷ ହୋଇ ବିଲ୍‌ କରାଯାଇଛି। କିନ୍ତୁ ଅଧିକାଂଶ ପାଇଖାନାରେ ପ୍ୟାନ୍‌ ବସିନାହିଁ କି ଟାଙ୍କି ନାହିଁ। ସେହିପରି କେତେଜଣଙ୍କ ପାଇଖାନା କବାଟ ମଧ୍ୟ ଅଳ୍ପଦିନରେ ଭାଙ୍ଗିଗଲାଣି। ନିୟମାନୁସାରେ ପାଇଖାନା ନିର୍ମାଣ ପରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ବିଲ୍‌ ପ୍ରଦାନ କରାଯିବା କଥା। ତେଣୁ ଏଠାକୁ କେଉଁ ପ୍ରଶାସନିକ ଅଧିକାରୀ ତଦନ୍ତ କରିବାକୁ ଯାଇ ବିଲ୍‌ ପ୍ରଦାନ କରିଛନ୍ତି, ତାହା ତଦନ୍ତ ସାପେକ୍ଷ ବୋଲି ହିତାଧିକାରୀମାନେ କହିଛନ୍ତି। ବର୍ତ୍ତମାନ ବର୍ଷାଦିନ ଆସିଯାଇଥିବାରୁ ଚାରିଆଡେ ପାଣି, କାଦୁଅ ହୋଇଯିବ। ତେଣୁ କେହି ବାହାରକୁ ଶୌଚ ହେବାକୁ ଯାଇପାରିବେ ନାହିଁ। ଏଭଳି ସ୍ଥିତିରେ ପାଇଖାନା ଜରୁରୀ ହୋଇପଡିଥିବା ବେଳେ ତାହା ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି। କେବଳ ଏଠାରେ ନୁହେଁ, ବ୍ଲକର ୧୬ ପଞ୍ଚାୟତରେ ସମାନ ସମସ୍ୟା ଦେଖାଦେଇଛି। ଅନେକ ପାଇଖାନା ଅଧାପନ୍ତରିଆ ହୋଇ ରହିଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରେ ସେ କହିଲେ ଯେ, ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସ୍ବେଚ୍ଛାସେବୀମାନେ ପାଇଖାନା ନିର୍ମାଣ କରିଥିଲେ। ସେ ବିଷୟରେ କ’ଣ ହୋଇଛି, ଅନୁଧ୍ୟାନ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


All Right Reserved By

ଜଳ ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ: ଆଣ୍ଠୁଏ ପାଣିରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର, ଶିକ୍ଷାବିତ୍‌

ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ସରକାରୀ ଏକାଡେମୀ(ଉଚ୍ଚ ବିଦ୍ୟାଳୟ) ଏବେ ଜଳ ଘେର ମଧ୍ୟରେ ରହିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟିହୋଇଛି। ସୂଚନାଯୋଗ୍ୟ,...

ଅଭିଯୁକ୍ତଙ୍କୁ ଗିରଫ କରିବାର ନାଁ ଧରୁନି ପୋଲିସ: ପୀଡିତାଙ୍କ ପରିବାରକୁ ହତ୍ୟା ଧମକ

ବିଞ୍ଝାରପୁର,୧୨।୧୦(ଡି.ଏନ.ଏ): ରାଜ୍ୟ ସରକାର ମୋ ସରକାର ଯୋଜନାର ସଫଳତା ପାଇଁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ବଳାତ୍କାର ଓ...

ଓ୍ବାଟର୍‌ ସ୍ପୋର୍ଟସର ବିକାଶ ପାଇଁ ପ୍ରୟାସ

ଭୁବନେଶ୍ୱର,୧୧।୭(ବ୍ୟୁରୋ) : ରାଜ୍ୟରେ ଓ୍ବାଟର୍‌ ସ୍ପୋର୍ଟସ ତଥା ଲିଜର୍‌ ଓ ରିକ୍ରିଏଶନ୍‌ ଟୁରିଜିମ୍‌ର ବ୍ୟାପକତା ପାଇଁ ପଦକ୍ଷେପ ନେଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ସ୍ପୋର୍ଟସ ଟୁରିଜିମ୍‌...

ଅଚିହ୍ନା ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା: ପଥର ତଳେ ମୃତଦେହ ଚାପି ଦେଇ ଦୁର୍ବୃତ୍ତ ଫେରାର

ପାଟକୁରା, ୨ା୬(ଡ଼ି.ଏନ.ଏ.)-କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପଞ୍ଚାୟତ ନିକଟ ପାଇକା ନଦୀର ପଥର ବୁରୁଜ ନିକଟରେ ଶୁକ୍ରବାର ରାତିରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ...

କେନ୍ଦ୍ର ଅବହେଳାରୁ ମହେନ୍ଦ୍ରଗିରି ବିକାଶ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୨୬ା୭- ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଭୁକ୍ତ ଗଜପତି ଜିଲାରେ ଥିବା ପୁରାଣ ପ୍ରସିଦ୍ଧ ଓ ଐତିହାସିକ ସ୍ଥଳି ମହେନ୍ଦ୍ରଗିରି ପର୍ବତର ବିକାଶ ପ୍ରତି...

ନିରାଡ଼ମ୍ବରରେ ପ୍ରତିଷ୍ଠା ଦିବସ ପାଳିବ ବିଡିଏ: ଉଦ୍‌ଘାଟନ ପାଇଁ କୌଣସି ପ୍ରକଳ୍ପ ନାହିଁ

ଭୁବନେଶ୍ୱର,୧ା୯(ବ୍ୟୁରୋ):ଲୋକଙ୍କ ଉନ୍ନତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ କରିବା ସହ ସବୁଜିମାକୁ ବଜାୟ ରଖିବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ। ଭୁବନେଶ୍ୱର ଉନ୍ନୟନ...

ଅଚଳ ମାଲେସିଆ ଜାହାଜରୁ ତେଲ ଲିକ୍‌ ଆଶଙ୍କା: ଚିଲିକାକୁ ବିପଦ

ଭୁବନେଶ୍ୱର,୧୫ା୮(ବ୍ୟୁରୋ): ମାଲେସିଆର ଏକ ପଣ୍ୟବାହୀ ଜାହାଜ ଅଚଳ ହୋଇପଡିବାରୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ମୁହାଣର ରାଜହଂସ ଓ ଖିରିସାହି ଗାଁ ନିକଟ...

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ: ନବୀନ ନିବାସ ନ ଆସି ଅନାଥ, ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟରେ ବହୁତ କ୍ଷତି ହୋଇଛି। ଏଣୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *