ଠିକାଦାର ସଂସ୍ଥା କବ୍‌ଜାରେ ସରକାରୀ ଜମି: ଭିଟାମାଟି ଛାଡିବେ ୧୦ଗଁ। ର ବାସିନ୍ଦା

ଖଇରା, ୨୧।୭(ଡି.ଏନ.ଏ.)-ଦିଲ୍ଲୀର ଏକ ଠିକାଦାର ସଂସ୍ଥା ଦ୍ୱାରା ସରକାରୀ ତଥା ଚାଷୀଙ୍କ ଜମି ଜବରଦଖଲ ହୋଇଚାଲିଛି। ଏସବୁ ରାଜସ୍ବ ବିଭାଗର ଅଧିକାରୀମାନେ ଜାଣି ମଧ୍ୟ ନୀରବଦ୍ରଷ୍ଟା ପାଲଟିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିକାର ଲାଗି ଖଇରା ବ୍ଲକ କଇଥଗଡିଆ ପଞ୍ଚାୟତ ଅଧୀନ ଦାମୋଦରପୁର, କଇଥଗଡିଆ ଗ୍ରାମର ବହୁ ଚାଷୀ ଓ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ, ରାଜସ୍ବ ସଚିବ, ବାରିପଦା ଓ ବାଲେଶ୍ୱର ଡିଏଫ୍‌ଓ, ଖଣି ଓ ଜଙ୍ଗଲବିବାଗ ସଚିବ, ଜିଲାପାଳ, ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ସଚିବ, ଗ୍ରୀନ ଟ୍ରିବ୍ୟୁନାଲଙ୍କଠାରେ ଲିଖିତ ଭାବେ ଜଣାଇଛନ୍ତି। କୌଣସି ପଦକ୍ଷେପ ନିଆ ନ ଗଲେ ଗ୍ରାମବାସୀ ଭିଟାମାଟି ଛାଡିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
ରାଣିତାଲରୁ ବାଲେଶ୍ୱର ଜାତୀୟ ରାଜପଥ ନିର୍ମାଣ ପାଇଁ ଚୁକ୍ତବଦ୍ଧ ଏହି ଠିକାଦାରୀ ସଂସ୍ଥା ଶାରୀଶୁଆ ପାହାଡ ଉପରେ ଲୋଲୁପ ଦୃଷ୍ଟି ପକାଇଛି। ବିଭିନ୍ନ ଖଣି ମାଲିକଙ୍କ ନିକଟରୁ ପଥର ଉଠାଇ ଷ୍ଟୋନକ୍ରଶର ବସାଇ ଦାମୋଦରପୁର ଗ୍ରାମରୁ ଶାରୀଶୂଆ ପାହାଡ ରାସ୍ତାର କପିଳଝୁରୀ ବନ୍ଧନଟୀ ପାର୍ଶ୍ୱରେ ଗୋଚର ଓ ଅନାବାଦୀ ଜମିକୁ ଜବରଦଖଲ କରି ସାରି କାର୍ଯ୍ୟ ଆରମ୍ଭ କରି ସାରିଲେଣି। ଏଥିରେ ଶହ ଶହ ଏକର ଚାଷ ଜମି ନଷ୍ଟ ହେଉଛି। ଖଣି ମାଲିକମାନେ ପଥର ଯୋଗାଇବାକୁ ରାତିଦିନ ୱାଗନ ବ୍ଲାଷ୍ଟିଂ କରୁଥିବାରୁ ଏହି ଗ୍ରାମ ସହିତ ତତ୍‌ସଂଲଗ୍ନ ଗୁଆପାଳ, କଦଳୀଗଡିଆ, ଗଗୁଆ ସମେତ ୧୦ଖଣ୍ଡ ଗ୍ରାମର ଘରଗୁଡିକରେ ଫାଟ ସୃଷ୍ଟି ହେଲାଣି। ଏବେ ଏହି ଗ୍ରାମର ବାସିନ୍ଦା ଗାଁ ଛାଡିବାକୁ ପ୍ରସ୍ତୁତ ହେଲେଣି। ଉକ୍ତ କ୍ରଶରକୁ ଦୈନିକ ବହୁ ସଂଖ୍ୟାର ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାଗୁଡିକ ଫାଟି ଆଁ କଲାଣି। କୌଣସି ଗ୍ରାମର ଜମି ଠିକାଦାରୀ କମ୍ପାନୀକୁ ଦେବା ପୂର୍ବରୁ ଗ୍ରାମସଭା କରିବାର ନିୟମ ଥିଲେ ହେଁ ଏଠାରେ ଏହାକୁ ଉଲ୍ଲଂଘନ କରାଯାଇଥିବା ନେଇ କୁମୁଦିନୀ ସ, ଗଣେଶ ମହାପାତ୍ର, ବିଜୟ ବାରିକ, ଲକ୍ଷ୍ମୀଧର ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। ୨୦୧୮ ଜୁନ୍‌ ୧୯ତାରିଖରେ ଖଣି ପାଦଦେଶରେ ବେଆଇନ ଭାବେ ଚାଲୁଥିବା କ୍ରଶର ଓ ପାହାଡରେ ଚାଲୁଥିବା ଖଣିଗୁଡିକର ଯାଞ୍ଚ ପାଇଁ କଟକର ଭିଜିଲାନ୍ସ ଟିମ୍‌ ଏସପି ରାଧାକ୍ରିଷ୍ଣଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଏଥିରେ ରାଜସ୍ବ, ଜଙ୍ଗଲ, ବିଦ୍ୟୁତ, ଶ୍ରମ ବିଭାଗର ଅଧିକାରୀମାନେ ସାମିଲ ଥିଲେ। ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଏଭଳି ଚଢାଉ କେବଳ ଲୋକଦେଖାଣିଆ ଥିଲା ବୋଲି ବିଶ୍ୱନାଥ ମହାପାତ୍ରଙ୍କ ସମେତ ଅନ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରେ ଏଭଳି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।


All Right Reserved By Dharitri.Com

ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର

ଝୁମ୍ପୁରା, ୨୦।୪(ଡି.ଏନ.ଏ.): ଝୁମ୍ପୁରା ବଜାର ତଥା ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ତହସିଲ ଆଦିକୁ ଯାତାୟାତ ପାଇଁ ଥିବା ୨ ମୁଖ୍ୟ ରାସ୍ତା ଉପରେ କାନପୁର...

ମିଶନ ‘ବିୟୁଟି ସିଟି’କୁ ସ୍ବାଗତ: ସହରକୁ ଜବରଦଖଲ ମୁକ୍ତ ଦାବି

ବାଲେଶ୍ୱର ଅଫିସ,୨୬।୭-ବାଲେଶ୍ୱର ସହର ରାସ୍ତା ତଥା ନୟନଯୋରୀକୁ ଜବରଦଖଲ କରି ବହୁ ବ୍ୟକ୍ତିବିଶେଷ, ବ୍ୟବସାୟୀମାନେ ସଙ୍କୁଚିତ କରିବା ଦ୍ୱାରା ସର୍ବସାଧାରଣ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏହାକୁ...

କାର୍‌ରେ ଲାଗିଲା ନିଆଁ

ସଜନାଗଡ଼, ୨୮।୧୨(ଡି.ଏନ.ଏ.)- ଯାଜପୁର ଟାଉନ ଅଞ୍ଚଳରୁ ରତିରଞ୍ଜନ ପଣ୍ଡା ପରିବାର ସହ ଶନିବାର ଏକ କାର୍‌(ନଂ. ଓଆର୦୨ଏଏମ୍‌-୬୦୦୦)ରେ ନୀଳଗିରି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ପଞ୍ଚଲିଙ୍ଗେଶ୍ୱର ଶୈବପୀଠ...

ପୋଲିସ ହେପାଜତ୍‌ରୁ ଅଭିଯୁକ୍ତଙ୍କୁ ଛଡାଇନେଲେ

ସଜନାଗଡ, ୩୦।୧୦(ଡି.ଏନ.ଏ.)-ଏକ ଠକେଇ ମାମଲାରେ ଅଭିଯୁକ୍ତ ଥିବା ଜଣେ ଯୁବକଙ୍କୁ ବାଲେଶ୍ୱର ଜିଲା ନୀଳଗିରି ଥାନା ପୋଲିସ ମଙ୍ଗଳବାର ଗିରଫ କରି ନେଉଥିବା ବେଳେ ଶ୍ୟାମସୁନ୍ଦରପୁର...

ସାପକାମୁଡ଼ାରେ ନାବାଳକଙ୍କ ଜୀବନଗଲା

ବାହାନଗା,୨୬।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତର ଦୋଳପୁର ଗ୍ରାମରେ ଗୁରୁବାର ସକାଳେ ଏକ ବିଷାକ୍ତ ସାପ କାମୁଡ଼ିଦେବାରୁ ଜଣେ ନାବାଳକଙ୍କ ଜୀବନ ଯାଇଛି।...

ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବିଫଳ: ତଦନ୍ତ ଆରମ୍ଭ କଲା ସାଇଣ୍ଟିଫିକ୍‌ ଟିମ୍‌

ରୂପ୍‌ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିହା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଝରକା ଗ୍ରୀଲ୍‌ ଭାଙ୍ଗି ରବିବାର ରାତିରେ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିଥିବା ଜଣାପଡ଼ିଛି। ସୋମବାର ଏହି...

ଭୋଗରାଇରେ ବିରଳ ପ୍ରଜାତିର ମାଛ

ଭୋଗରାଇ, ୧୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁସୁଟି ଗ୍ରାମ ନିକଟସ୍ଥ ଧାନ କ୍ଷେତରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ଦେଢ଼ଫୁଟ୍‌ ଲମ୍ବର...

‘ଧାନର ଏନ୍ତୁଡ଼ି ଶାଳ ଓଡ଼ିଶାର ମାଟି’

ବାଲେଶ୍ୱର ଅଫିସ,୫।୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ ସ୍ଥିତ ନୂତନ ପରିସରରେ ସ୍ନାତକୋତ୍ତର ପରିଷଦ ତରଫରୁ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ, ପନିପରିବାର ଉପାଦେୟତା ଏବଂ ଏହାର ସଂରକ୍ଷଣ...

Leave a comment

Your email address will not be published. Required fields are marked *