ଭାରତର ଚନ୍ଦ୍ର ଅଭିଯାନ

ଆକାର ପଟେଲ
ପଚାଶ ବର୍ଷ ତଳେ ୧୯୬୯ ମସିହା ଜୁଲାଇ ୨୪ ତାରିଖରେ ଆମେରିକାର ଆପୋଲୋ-୧୧ ମିଶନ ଚନ୍ଦ୍ରପୃଷ୍ଠରୁ ପ୍ରତ୍ୟାବର୍ତ୍ତନ କଲା। ତିନିଜଣ ମହାକାଶଚାରୀ ମାଇକେଲ କଲିନ୍ସ, ଏଡ୍‌ଓ୍ବିନ ଆଲ୍‌ଡ୍ରିନ ଓ ନୀଲ୍‌ ଆର୍ମଷ୍ଟ୍ରଙ୍ଗ ଫ୍ଲୋରିଡ଼ାରୁ ଚନ୍ଦ୍ରପୃଷ୍ଠକୁ ଯାଇ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆଠଦିନ ସମୟ ନେଇଥିଲେ। ଆସନ୍ତାକାଲି (ଜୁଲାଇ ୨୨ ତାରିଖରେ) ଭାରତ ତା’ର ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ପ୍ରେରଣ କରିବାକୁ ଯାଉଛି। ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଏହାକୁ ପ୍ରାୟ ୭ ସପ୍ତାହ ଲାଗିବ। ଆମେରିକା, ରୁଷିଆ ଓ ଚାଇନା ପରେ ଚନ୍ଦ୍ର ଅଭିଯାନରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର। ଅବଶ୍ୟ ଏଥିରେ ସାମର୍ଥ୍ୟ ଓ ଦକ୍ଷତା ବଡ଼ କଥା ନୁହେଁ, ବଡ଼କଥା ହେଉଛି ଏହାକୁ ପ୍ରାଥମିକତା ଦେବା। ଅନ୍ୟ କେତେକ ଦେଶ ଯଥା ଜର୍ମାନୀ, ଫ୍ରାନ୍ସ, ଜାପାନ ପ୍ରଭୃତିଙ୍କ ପାଖରେ ଚନ୍ଦ୍ର ଅଭିଯାନ ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ଅଛି, ମାତ୍ର ଉଚ୍ଚାଭିଳାଷ ନାହିଁ। କାରଣ ଏହାଦ୍ୱାରା ଟିକସଦାତାଙ୍କର ବିପୁଳ ଅର୍ଥ ବରବାଦ ହେବ ବୋଲି ସେମାନେ ମନେକରନ୍ତି। ଆଣବିକ ଅସ୍ତ୍ରଶସ୍ତ୍ରର ବିକାଶ କ୍ଷେତ୍ରରେ ମଧ୍ୟ ସେମାନେ ସେହି ଏକାପ୍ରକାର ପଥ ଆପଣାଇଛନ୍ତି।
ଚନ୍ଦ୍ର ଅଭିଯାନର ଗୋଟିଏ ଉଦ୍ଦେଶ୍ୟ ହେଉଛି, ଏହା ଆମକୁ ସମଗ୍ର ସୌର ଜଗତ କିପରି ସୃଷ୍ଟି ହୋଇଛି ତାହା ବୁଝିବାରେ ସହାୟକ ହେବ। ଚନ୍ଦ୍ର ହେଉଛି ୩.୫ ନିୟୁତ ବର୍ଷର ପୁରୁଣା ଏବଂ ଏଥିରେ ସୃଷ୍ଟି ହୋଇଥିବା ଗର୍ତ୍ତଗୁଡ଼ିକ ଲକ୍ଷ ଲକ୍ଷ ବର୍ଷ ଧରି ଅପରିବର୍ତ୍ତିତ ରହିଛି କାରଣ ଏହାର ବାୟୁମଣ୍ଡଳ ନାହିଁ ବା କୌଣସି ଆଭ୍ୟନ୍ତରୀଣ ଗତିବିଧି ନାହିଁ। ବାସ୍ତବରେ ଆପୋଲୋ ଅଭିଯାନ ପରେ ଜଣାଗଲା ଯେ, ପୃଥିବୀ ସହ କୌଣସି ବୃହତ୍‌ ମହାଜାଗତିକ ବସ୍ତୁ ମାଡ଼ ହୋଇ ଚନ୍ଦ୍ରର ସୃଷ୍ଟି ହୋଇଛି। ୧୯୬୯ ପରେ ଆମେରିକା ବି ମହାକାଶ ଗବେଷଣା ଉପରେ ବିଶେଷ ମନ ବଳାଇ ନାହିଁ। ଆର୍ମଷ୍ଟ୍ରଙ୍ଗ ଓ ଆଲ୍‌ଡ୍ରିନଙ୍କ ପରେ ଆଉ ୧୦ ଜଣ ଆମେରିକୀୟ ଚନ୍ଦ୍ରପୃଷ୍ଠରେ ପାଦ ଦେଇଛନ୍ତି, କିନ୍ତୁ ଆମେରିକାର ଶେଷ ଅଭିଯାନ ହୋଇଥିଲା ୧୯୭୨ରେ। ୧୯୮୦ ଦଶକରେ ରାଷ୍ଟ୍ରପତି ରୋନାଲ୍‌ଡ ରିଗାନଙ୍କ ସମୟରେ ଆମେରିକା ମହାକାଶ ଯାନ କାର୍ଯ୍ୟକ୍ରମର ବିକାଶ କରିଥିଲା। ଏହା ୨୦୧୧ ମସିହାରେ ଶେଷ ହେଲା। ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ କଳ୍ପନା ଚାଓ୍ବଲା ୨୦୦୩ରେ ମହାକାଶଯାନ କଲମ୍ବିଆରେ ପ୍ରତ୍ୟାବର୍ତ୍ତନ କରୁଥିବାବେଳେ ଏହା ବାୟୁମଣ୍ଡଳକୁ ପୁନଃପ୍ରବେଶ କରିବା ସମୟରେ ଭାଙ୍ଗିଯିବାରୁ ସେ ମୃତ୍ୟୁବରଣ କରିଥିଲେ। ଏହା ଥିଲା ମହାକାଶଯାନର ଦ୍ୱିତୀୟ ଦୁର୍ଘଟଣା ଏବଂ ପ୍ରଥମଟି ଘଟିଥିଲା ୧୯୮୦ରେ। ଏହି ଦୁଇ ଦୁର୍ଘଟଣାରେ ୧୪ ଜଣଙ୍କର ଜୀବନଦୀପ ନିର୍ବାପିତ ହୋଇଥିଲା। ଶୀତଳଯୁଦ୍ଧର ପରିସମାପ୍ତି ସହ ସୋଭିଏଟ୍‌ ୟୁନିୟନ ବିଖଣ୍ଡିତ ହୋଇଥିଲା ୩୦ ବର୍ଷ ତଳେ। କାରଣ ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକର ବିକାଶ କରିବାରେ ସେମାନଙ୍କର ବିପୁଳ ଅର୍ଥ ବ୍ୟୟିତ ହୋଇଥିଲା, ଯାହା ଦେଶର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ନିକଟରେ କହିଛନ୍ତି ଯେ ସେ ନାସାର ଉଚ୍ଚାଭିଳାଷକୁ ପୁଣି ଜାଗ୍ରତ କରିବେ ଏବଂ ଆମେରିକୀୟ ମହାକାଶଚାରୀମାନେ ୨୦୨୪ ସୁଦ୍ଧା ପୁଣି ଚନ୍ଦ୍ରକୁ ଯିବେ।
ତେବେ ମହାକାଶ ଉପରେ ଏକ ଘରୋଇ କମ୍ପାନୀ ସ୍ପେସ୍‌ଏକ୍ସ କାମ କରୁଛି, ଯାହା ଧନକୁବେର ଯନ୍ତ୍ରୀ ଏଲନ୍‌ ମସ୍କଙ୍କ ଦ୍ୱାରା ପରିଚାଳିତ। ସ୍ପେସ୍‌ଏକ୍ସ ଏପରି କାମ କରିପାରିବ, ଯାହା ନାସା ବି କରିପାରିବନି। ଆଉ ଏକ ଘରୋଇ ମହାକାଶ କମ୍ପାନୀ ବ୍ଲୁ ହରାଇଜନ୍‌ର ବି ଅନୁରୂପ ଦକ୍ଷତା ଅଛି, ଯାହା ଆମାଜନର ମାଲିକ ଜେଫ୍‌ ବେଜୋଙ୍କ ଦ୍ୱାରା ପରିଚାଳିତ। ମଙ୍ଗଳଗ୍ରହରେ ଏକ କଲୋନୀ ପ୍ରତିଷ୍ଠା କରିବା ପାଇଁ ସେ ଯୋଜନା କରି କାର୍ଯ୍ୟ କରିଆସୁଛନ୍ତି।
ଏବେ ଭାରତ ମହାକାଶ କାର୍ଯ୍ୟକ୍ରମ ଉପରେ ବିପୁଳ ଟଙ୍କା ଖର୍ଚ୍ଚ କରିବା ଉପରେ ଦୁଇ ପ୍ରକାର ମତପ୍ରକାଶ ପାଉଛି ଏବଂ ମୋ ମତରେ ଦୁଇଟା ଯାକ ବୈଧ। ପ୍ରଥମଟି ହେଉଛି ଭାରତ ପରି ଏକ ଗରିବ ଦେଶ କେବଳ ଜାତୀୟ ଗୌରବ ବୃଦ୍ଧି ପାଇଁ ନାଗରିକମାନଙ୍କର ବିଶେଷ କଲ୍ୟାଣ ସାଧନ କରୁ ନ ଥିବା କାର୍ଯ୍ୟକ୍ରମରେ ଏତେ ଟଙ୍କା ଖର୍ଚ୍ଚ କରିବା ଉଚିତ ନୁହେଁ। ଅନ୍ୟ ମତଟି ହେଉଛି ଏ ପ୍ରକାର କାର୍ଯ୍ୟକ୍ରମ ବୈଜ୍ଞାନିକ ମାନସିକତାର ବିକାଶରେ ସାହାଯ୍ୟ କରିବ। ଏହି କାରଣରୁ ଉକ୍ତ କାର୍ଯ୍ୟକ୍ରମକୁ ସବୁ ରାଜନୈତିକ ଦଳରୁ ସମର୍ଥନ ମିଳୁଛି। ଆସନ୍ତାକାଲିର ଚନ୍ଦ୍ର ଅଭିଯାନକୁ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୨୦୦୮ ମସିହାରେ ଅନୁମୋଦନ କରିଥିଲେ। ଏହା ଯଦି ସଫଳ ହୁଏ, ତେବେ ଉକ୍ତ ଚନ୍ଦ୍ରଯାନ-୨ ଏକବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ। ଜିଏସ୍‌ଏଲ୍‌ଭି-୩ ସାହାଯ୍ୟରେ ଏହା ଉତ୍‌କ୍ଷେପଣ କରାଯିବ। ୩.୮ ଟନ୍‌ ଓଜନବିଶିଷ୍ଟ ସାଟେଲାଇଟ୍‌ଟି ଚନ୍ଦ୍ରପୃଷ୍ଠରୁ ୧୦୦ କିମି ଉଚ୍ଚତାରେ ରହି ଏହାକୁ ପ୍ରଦକ୍ଷିଣ କରିବ। ଏହାର ଅର୍ବିଟର, ଲ୍ୟାଣ୍ଡର ଓ ରୋଭର ସବୁକିଛି ଆମ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ବିକଶିତ ହୋଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ନାମରେ ଲ୍ୟାଣ୍ଡରର ନାମ ବିକ୍ରମ ରଖାଯାଇଛି, ଯାହା ଅର୍ବିଟରରୁ ବିଚ୍ୟୁତ ହୋଇ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ପ୍ରଜ୍ଞାନ ନାମରେ ନାମିତ ଏକ ରୋବଟିକ୍‌ ରୋଭର ସେଠାରେ ୧୪ ଦିନ ରହି ଚନ୍ଦ୍ରପୃଷ୍ଠର ଖଣିଜ ଓ ରାସାୟନିକ ନମୁନା ସଂଗ୍ରହ କରିବ। ଯଦି ଚନ୍ଦ୍ରଯାନ-୨ ସଫଳ ହୁଏ, ତେବେ ଭାରତ ସାରା ପୃଥିବୀର ଗଣମାଧ୍ୟମରେ ଏକ ଭଲ କାମ ପାଇଁ ଚର୍ଚ୍ଚିତ ହେବ।
Email: aakar.patel@gmail.com


All Right Reserved By Dharitri.Com

ଜୀବନର ସାୟାହ୍ନରେ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ୨୦୧୯ ମସିହାରେ ରସାୟନ ବିଜ୍ଞାନରେ ଯେଉଁ ତିନିଜଣ ନୋବେଲ ବିଜୟୀ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଗୁଡ୍‌ଏନଫ୍‌, ଷ୍ଟାନ୍‌ଲେ ହ୍ବିଟ୍ଟିଙ୍ଗହମ୍‌...

କୃଷିର ସ୍ଥିତି ଚିନ୍ତାଜନକ

ନଟବର ଖୁଣ୍ଟିଆ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ କୃଷି ଗଣନା ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଛି। ୨୦୧୦-୧୧ରେ କୃଷି ଗଣନା ହୋଇଥିବା ବେଳେ...

ଦୂରଦର୍ଶନର କସରତ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଆଜକୁ ଅନେକ ବର୍ଷ ହେଲା, ବିଶେଷତଃ ଡିଜିଟାଲ ମିଡିଆର ଆଗମନ ପରେ ସରକାରୀ ପ୍ରସାରଣ ସଂସ୍ଥା ଦୂରଦର୍ଶନ କେବଳ ଅତୀତକୁ...

କେରଳରେ ଅର୍ଥସଂକଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଅର୍ଥନୈତିକ ସଂକଟ ଦେଇ ଗତି କରୁଥିବା ପିନାରାୟି ବିଜୟନ୍‌ଙ୍କ ନେତୃତ୍ୱାଧୀନ କେରଳ ସରକାରଙ୍କ ପାଇଁ ଆଉ ଗୋଟିଏ ସମସ୍ୟା ହେଉଛି...

ଆଜିର ଅର୍ଥନୀତି/ଅନୁବର୍ତ୍ତୀ ପଦକ୍ଷେପ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗତ ସପ୍ତାହରେ କର୍ପୋରେଟ୍‌ ଟିକସ ୨୨ ପ୍ରତିଶତକୁ ହ୍ରାସ କରିଛନ୍ତି, ଯାହା କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତି। ସରକାରଙ୍କ...

କଥାକଥାରେ

ସମ୍ବିଧାନର ଅନୁଚ୍ଛେଦ ୧୯ ଅନୁଯାୟୀ ଇଣ୍ଟରନେଟ୍‌ ସେବା ପାଇବା ନାଗରିକଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ୧୦ ଜାନୁୟାରୀରେ ସ୍ପଷ୍ଟ କରିଛନ୍ତି। ଅନୁଚ୍ଛେଦ ୩୭୦ରେ ଜମ୍ମୁ...

ସମ୍ପାଦକୀୟ/ଜଳବାୟୁ

ଆଜିର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ଏହାର ପରିଣତି ବିଷୟରେ ଅସଂଖ୍ୟ ଆଲୋଚନା ଓ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶ...

ଅର୍ଥନୈତିକ ଆହ୍ବାନ

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ଅର୍ଥନୀତିରେ ଏବେ ଉପୁଜିଥିବା ନୈରାଶ୍ୟଜନକ ସ୍ଥିତି ଆଡ଼କୁ ବାଟ କଢାଇ ନେଇଥିବା ଅର୍ଥନୀତିଜ୍ଞମାନଙ୍କ କଥା ଯଦି ସରକାର ଶୁଣିବା ଜାରି ରଖନ୍ତି...

Leave a comment

Your email address will not be published. Required fields are marked *