ଗଇଲୋ ଅଞ୍ଚଳରେ ନରହନ୍ତା ଦନ୍ତା

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ହାତୀକୁ ଶୁକ୍ରବାର ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ ଗଇଲୋ ଅଞ୍ଚଳରେ ଠାବ କରାଯାଇଛି। ଏହାକୁ ନେଇ ସାଧାରଣରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ତାଳଚେର ଅଞ୍ଚଳରେ ୫ଜଣଙ୍କ ଜୀବନ ନେବାପରେ ଟ୍ରାଙ୍କୁଲାଇଜ କରି ଉକ୍ତ ହାତୀର ଦାନ୍ତ କଟାଯାଇଥିଲା। ଏହାପରେ ହାତୀର ହିଂସ୍ର ଆଚରଣ କମିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତଥାପି ହାତୀଟି ଜନବସତିରେ ପଶି ବ୍ୟାପକ କ୍ଷତି କରୁଛି। ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ଦନ୍ତାହାତୀ ଓଡ଼ାପଡ଼ା ବ୍ଲକ ଗଇଲୋ ଅଞ୍ଚଳରେ ପଶିଥିଲା। ରାତିରେ ମେରାମଣ୍ଡଳୀ ଅଞ୍ଚଳରେ ଏକ ଘର ଭାଙ୍ଗିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଧନଜୀବନ ହାନି ଭୟରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀକୁ ତୁରନ୍ତ ଅନ୍ୟତ୍ର ଘଉଡ଼ାଇବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ରନାଥ ଦାସ କୁହନ୍ତି, ଦନ୍ତାହାତୀ ପରଜଙ୍ଗ ଅଞ୍ଚଳର ଡିହଡୋଳ, ଅନୁଗୋଳ ଜିଲା ସମେତ ଢେଙ୍କାନାଳ ସଦର ରେଞ୍ଜ ଅଧୀନ ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ଚଲାବୁଲା କରୁଛି। ବନ ବିଭାଗ କର୍ମଚାରୀ ହାତୀ ଗତିବିଧି ଉପରେ ନଜର ରଖିଛନ୍ତି।


All Right Reserved By

ଔଷଧ ଖାଇ ୧୮ ଛାତ୍ରୀଛାତ୍ର ଅସୁସ୍ଥ

କାମାକ୍ଷାନଗର, ୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ଅଧୀନ ଆଞ୍ଚଳିକ ହାଇସ୍କୁଲରେ ଶୁକ୍ରବାର କୃମିନାଶକ ବଟିକା ଖାଇ ୧୮ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ...

ସକାଳୁଆ କାର୍ଯ୍ୟାଳୟ, ଚୌକି ଖାଲି

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସରକାର ସକାଳୁଆ କରିଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ହିତାଧିକାରୀମାନେ ଯେପରି ତାତିରୁ...

ବିଦ୍ୟାଳୟରେ ମଦ୍ୟପାନ କଲେ ଶିକ୍ଷକ: ଭିଡ଼ିଓ ହେଲା ଭାଇରାଲ

ବଇଣ୍ଡା,୨୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ସର୍କଲ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷକ ଶନିବାର ବିଦ୍ୟାଳୟ ଶ୍ରେଣୀଗୃହ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ବିଡ଼ିଓ ରବିବାର...

କବି ରମେଶଙ୍କୁ ଶ୍ରେଷ୍ଠ ସାହିତ୍ୟ ସମ୍ମାନ

ବଇଣ୍ଡା,୧୫।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ କବି ରମେଶଚନ୍ଦ୍ର ମିଶ୍ରଙ୍କୁ ରବିବାର ଶ୍ରେଷ୍ଠ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। କେନ୍ଦୁଝର ଘଟଗାଁରେ ସଂଯୋଗୀ...

ବିଶ୍ରାମାଗାରରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା

ଢେଙ୍କାନାଳ ଅଫିସ,୨୦।୬ – ଢେଙ୍କାନାଳ ଜିଲା ଯୋରନ୍ଦା ନିକଟ ତେରମାଇଲ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରୁ ବୁଧବାର ସକାଳ ୫ଟା ୨୦ରେ ଅସହାୟ ଅବସ୍ଥାରେ ପଡ଼ିଥିବା ଏକ...

ପ୍ରହସନ ପାଲଟିଛି ବିଦ୍ୟୁତୀକରଣ ଯୋଜନା : ବର୍ଷେ ତଳୁ ବସିଛି ମିଟର, ସଂଯୋଗ ନାହ

ବଅଁରପାଳ,୧୯ା୫(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନା ଅନେକ ସ୍ଥାନରେ ପ୍ରହସନରେ ପରିଣତ ହୋଇଛି। ଫଳରେ ବହୁ ଗରିବ ଜନସାଧାରଣ ଏହାର...

ସ୍ବାସ୍ଥ୍ୟ ବିଭାଗକୁ ରୋଗୀ ସୁରକ୍ଷା ଚିନ୍ତା: ଝରକାରେ ତାରଜାଲି ଲଗାଇବାକୁ ଚିଠି

ଢେଙ୍କାନାଳ ଅଫିସ, ୧୯।୫- ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ଡେଇଁ ବର୍ଷକ ମଧ୍ୟରେ ୨ଜଣ ରୋଗୀ ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି...

ଆଇଆଇଏମ୍‌ସିରେ ଓଏସ୍‌ଓୟୁ ଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଆରମ୍ଭ

ଢେଙ୍କାନାଳ ଅଫିସ, ୩୦।୪ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ସାମ୍ବାଦିକତା ବିଭାଗ ଛାତ୍ରୀଛାତ୍ରଙ୍କୁ ନେଇ ସୋମବାରଠାରୁ ଆରମ୍ଭ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *