କଲ୍ୟାଣ ମଣ୍ଡପକୁ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର ଅଫିସ,୨୦।୭ : ଗଞ୍ଜାମ ଜିଲା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ସହର ଉପକଣ୍ଠ କନିସିସ୍ଥିତ ଏକ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଯାଇଛି। ଗାଡ଼ିରେ ବିଶ୍ୱବିଦ୍ୟାଳୟର ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ଶନିବାର ସ୍ଥାନାନ୍ତର କରାଯାଇଛି। ୨୦୧୫ ମସିହାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଥିଲା। କିନ୍ତୁ ଭିତ୍ତିଭୂମି ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଅସ୍ଥାୟୀ ଭାବେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟ ଚାଲିଲା। ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିିର୍ମାଣ ପାଇଁ ପାଲୁର ହିଲଠାରେ ୨୦ ଏକର ଜମି ଚିହ୍ନଟ ହୋଇଛି। କିନ୍ତୁ ପାଣି ଅଭାବ ଯୋଗୁଁ କ୍ୟାମ୍ପସ ନିର୍ମାଣ ହୋଇପାରିନି। ଅନ୍ୟପଟେ ୨୦୧୮ ମସିହାରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ବ୍ୟାଚ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଆସ୍ଥାୟୀ କ୍ୟାମ୍ପସରେ ଜାଗାର ଅଭାବ ଥିବା ଯୋଗୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଭଡ଼ା ଘର ଖୋଜାଯାଇଥିଲା। କନିସିଠାରେ ଥିବା ଜି ମାକ୍ସ କଲ୍ୟାଣ ମଣ୍ଡପକୁ ଚିହ୍ନଟ କରାଯାଇଥିଲା। ମାସିକ ୮ ଲକ୍ଷ ୨୫ ହଜାର ଟଙ୍କାରେ କଲ୍ୟାଣ ମଣ୍ଡପକୁ ଭଡ଼ାରେ ନିଆଯାଇଛି। ତେବେ ଘରୋଇ କଲ୍ୟାଣ ମଣ୍ଡପରେ ବିଶ୍ୱବିଦ୍ୟାଳୟ ଚଳାଇବାକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ତଥାପି ଶନିବାରଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।


All Right Reserved By Dharitri.Com

ଛତ୍ରପୁରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, ଭେଣ୍ଡିଂ ଜୋନ ଉଦ୍‌ଘାଟିତ

ଛତ୍ରପୁର,୧୩।୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଯାଇଛି। ଛତ୍ରପୁର ବିଧାୟକ...

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏମ୍‌କେସିଜି କନିଷ୍ଠ କିରାଣୀ

ବ୍ରହ୍ମପୁର ଅଫିସ,୧୭।୮: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ କିରାଣୀଙ୍କ ଘର ସହ ୫ଟି ସ୍ଥାନରେ ମଙ୍ଗଳବାର ସକାଳୁ...

ଲଗାଣ ବର୍ଷା: କାନ୍ଥ ପଡ଼ି ୪ ଆହତ

ପାଟପୁର,୫।୯(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ୍‌ ଟି.ଗୋବିନ୍ଦପୁର ପଞ୍ଚାୟତ ନବକୃଷ୍ଣପୁର ଗ୍ରାମରେ ଲଗାଣ ବର୍ଷାରେ ମଙ୍ଗଳବାର ରାତିରେ କାନ୍ଥ ପଡି ଗୋଟିଏ ପରିବାରର ୪ ଜଣ ଆହାତ ହୋଇଛନ୍ତି...

ଯୁବତୀଙ୍କୁ ଅସଦାଚରଣ, ବ୍ୟବସାୟୀ ଗିରଫ

ବ୍ରହ୍ମପୁର ଅଫିସ,୨୫ା୮-ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ବିଚ ରାସ୍ତାରେ ତାଙ୍କୁ ଅସଦାଚରଣ କରିବା ଅଭଯୋଗରେ ଟାଉନ ଥାନା ପୋଲିସ ଜଣେ...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୫ା୧୨-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର...

ମ୍ୟାଲେରିଆ ନିରାକରଣ ପାଇଁ ଆରମ୍ଭ ହେଲା ‘ଦମନ’

ବ୍ରହ୍ମପୁର ଅଫିସ୍‌,୧୧ା୫-ଗଞ୍ଜାମ ଜିଲାରେ ମ୍ୟାଲେରିଆକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଛି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଯାଇଛି...

ବ୍ରହ୍ମପୁର ଜେଲରେ ୭୬୩ କଏଦୀ , କାରାଗାରରେ ମା’ ସହ ଜଣେ ଶିଶୁ

ବ୍ରହ୍ମପୁର ଅଫିସ,୧୭ା୧୧- ବ୍ରିଟିଶ ଶାସନ ସମୟରେ ୧୮୬୩ ମସିହାରେ ସ୍ଥାପିତ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ୧୫୬ ବର୍ଷ ପୂରିଛି। ଏଠାରେ ୭୪୩ କଏଦୀ ରହିବା ବ୍ୟବସ୍ଥାଥିବାବେଳେ...

ଲୋକଙ୍କୁ ସଚେତନ କଲା ଆର୍‌ପିଏଫ୍‌

ଛତ୍ରପୁର,୨ା୧(ଡି.ଏନ୍‌.ଏ.)-ଛତ୍ରପୁର କୋର୍ଟ ହଲ୍ଟ ଷ୍ଟେଶନ ନିକଟ ରେଡ୍ଡୀ ଷ୍ଟ୍ରିଟ୍‌ରେ ଗୁରୁବାର ସ୍ଥାନୀୟ ଆରପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ଲୋକଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଛି । ଏଥିରେ...

Leave a comment

Your email address will not be published. Required fields are marked *