Posted inଫୁରସତ

ମହିଳାଙ୍କୁ ସୁରକ୍ଷା ଯୋଗାଇବ ଏହି ରିଭଲ୍‌ଭର୍‌

ନୂଆଦିଲ୍ଲୀ : ସାତ ବର୍ଷ ପୂର୍ବରୁ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣା ସାରା ଦେଶରେ ଚହଳ ପକାଇଥିଲା। ଏହାପରେ କାନପୁରର ଅର୍ଡନାନ୍ସ ଫ୍ୟାକ୍ଟ୍ରି ମହିଳାଙ୍କ ଲାଗି ଏକ ଲାଇଟ୍‌ ଓ୍ବେଟ୍‌ ରିଭଲ୍‌ଭର ଡିଜାଇନ୍‌ କରିବାକୁ ଆଗେଇ ଆସିଥିଲା। ପାଞ୍ଚ ବର୍ଷ ପୂର୍ବେ ଏଭଳି ରିଭଲ୍‌ଭରକୁ ଲଞ୍ଚ କରି କମ୍ପାନୀ ଏହାର ନାମ ରଖିଥିଲା ନିର୍ଭୀକ । ଏବେ ସୁଦ୍ଧା ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ ୨,୫୦୦ଟି ରିଭଲ୍‌ଭର ବିିକ୍ରି ହୋଇଛି। ଏହାର ଓଜନ ୫୦୦ ଗ୍ରାମ୍‌ ଓ ଏହାକୁ ମହିଳାମାନେ ପର୍ସରେ ରଖିପାରିବେ । ଏହାକୁ କମ୍ପାନୀ ଲଞ୍ଚ କଲାବେଳେ ରିଭଲ୍‌ଭର୍‌ର ଦାମ୍‌ ଥିଲା ୧.୨୦ ଲକ୍ଷ , ଏବେ ଜିଏସ୍‌ଟି ସହ ଦାମ୍‌ ରହିଛି ୧.୪୦ ଲକ୍ଷ। ଏହା ସହଜରେ ୧୦ ମିଟର ଯାଏ ଲକ୍ଷ୍ୟଭେଦ କରିପାରିବ। କିନ୍ତୁ ଫ୍ୟାକ୍ଟ୍ରି ୧୫ ମିଟର ଯାଏ ଏହା ଲକ୍ଷ୍ୟ ଭେଦ କରିପାରିବ ବୋଲି ଦାବି କରେ। ନିର୍ଭୀକର ମେଣ୍ଟେନାନ୍ସ ଖର୍ଚ୍ଚ ବହୁତ କମ୍‌। ଏହା ଟିଟାନିୟମ ଆଲଏ ମେଟାଲ୍‌ରେ ତିଆରି ହୋଇଥିବାରୁ ଆଦୌ କଳଙ୍କି ଲାଗେନାହିଁ ।


All Right Reserved By Dharitri.Com

ଭାରତରେ ଅଛି ବିଶ୍ୱର ବୃହତ୍‌ ବରଗଛ

ଭାରତର କୋଲକାତାର ଆଚାର୍ଯ୍ୟ ଜଗଦୀଶ୍‌ ଚନ୍ଦ୍ର ବୋଷ ବଟାନିକାଲ୍‌ ଗାର୍ଡ଼େନରେ ଏକ ବିଶାଳକାୟ ବରଗଛ ରହିଛି। ଯାହାର ନାମ ଦ ଗ୍ରେଟ୍‌ ବାନୟନା ଟ୍ରି। ଏହି...

ଅବୁଝା ବିଲେଇର ମନ ମାନଚିତ୍ର

ଓଣ୍ଟାରିଓ: ଗୃହପାଳିତ ପ୍ରାଣୀ ବିଲେଇଙ୍କୁ କିଏ ବା ନ ଜାଣେ। କେଉଁ ଆବହମାନ କାଳରୁ ଏହି ପୋଷା ଜୀବ ମଣିଷ ସହିତ ରହିଆସିଛି। ହେଲେ ବିଲେଇର...

୮୪ ସେକେଣ୍ଡ୍‌ରେ ୪୯ଟି ଦେଶର ପତାକା ନାଁ କହି ବିଶ୍ୱ ରେକର୍ଡ ସୃଷ୍ଟି କଲେ ୪ ବର୍ଷର ଝିଅ

ତାମିଲନାଡୁର ଜଣେ ୪ ବର୍ଷର ଝିଅ ୮୪ ସେକେଣ୍ଡ୍‌ରେ ୪୯ଟି ଦେଶର ପତାକା ନାଁ କହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଚେନ୍ନାଇରେ ରହୁଥିବା ବଓ୍ବୋସିନୀ...

ବଧିରଙ୍କୁ କର୍ମନିଯୁକ୍ତି ଦେବା ଲାଗି ରେଷ୍ଟୁରାଣ୍ଟ ମାଲିକଙ୍କ ଅଭିନବ ପ୍ରୟାସ: କଥା କହି ନୁହେଁ ଗ୍ରାହକ ଦିଅନ୍ତି ଠାରରେ ଅର୍ଡର

ବିଶ୍ୱରେ ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ରହିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହୋଟେଲମାଲିକମାନେ ବିଶେଷକରି ଏହାର ନିର୍ମାଣଶୈଳୀ ଉପରେ ଗୁରୁତ୍ୱ ଦେଇଥାନ୍ତି। କିଛି ରେଷ୍ଟୁରାଣ୍ଟ ଜେଲ...

ହ୍ୟାରିପୋଟର୍‌ ଝାଡୁ

ହ୍ୟାରିପୋଟର୍‌ ଚଳଚ୍ଚିତ୍ର ଯେଉଁମାନେ ଦେଖିଛନ୍ତି ସେମାନେ ନିଶ୍ଚିତଭାବେ ଦେଖିଥିବେ ହ୍ୟାରିପୋଟର୍‌ ଏକ ଯାଦୁ ଝାଡୁ ଉପରେ ବସି କିଭଳି ଉଡି ବୁଲୁଥିଲେ। ଅନେକ ପାଶ୍ଚାତ୍ୟ କାହାଣୀରେ...

ଟେବୁଲ ଟେନିସ୍‌ ଡୋର୍‌

ଅନେକଙ୍କୁ ଟେବୁଲ ଟେନିସ୍‌ ଖେଳିବାକୁ ଭଲ ଲାଗେ। ହେଲେ ଘରେ ଏହାର ଟେବୁଲ ରଖିବାକୁ ଜାଗା ହେଉ ନ ଥିବାରୁ ମନ ମାରି ରହିବାକୁ ହୁଏ।...

ବ୍ରିଟେନ୍‌ରେ ବଢୁଛି ଏସିଡ୍‌ ଆଟାକ୍‌

ବ୍ରିଟେନ୍‌ରେ ଏସିଡ୍‌ ଆତଙ୍କ ବଢୁଛି ବୋଲି ଏକ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଯେଉଁ ପରିସଂଖ୍ୟାନ ନେଇଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ପ୍ରତି ସପ୍ତାହରେ...

ଭୟଙ୍କର ଜଙ୍ଗଲ, ଏଠାକୁ ଥରେ ଗଲେ ହୋଇଯିବେ ଅନ୍ତର୍ଦ୍ଧାନ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସ୍ଲେଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା...

Leave a comment

Your email address will not be published. Required fields are marked *