କୋଷ୍ଠକାଠିନ୍ୟ, ଗ୍ୟାସ ସମସ୍ୟାରୁ ମୁକ୍ତି ଲାଗି ଆପଣାନ୍ତୁ କିଛି ଘରୋଇ ଉପଚାର

ବର୍ତ୍ତମାନର ଜୀବନଶୈଳୀ ଓ କର୍ମବ୍ୟସ୍ତତା ପାଇଁ ଅଧିକାଂଶ ଲୋକ ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୋଇପାରି ନ ଥାନ୍ତି। ଫଳରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ ଓ ଗ୍ୟାସ ମୁଖ୍ୟ ସମସ୍ୟା। ତେବେ ଏହି ସମସ୍ୟା ଛୋଟ ଲାଗୁଥିଲେ ମଧ୍ୟ ଏହାର ଯନ୍ତ୍ରଣା ଅଧିକ କଷ୍ଟକର ହୋଇଥାଏ। ଗ୍ୟାସ ଲାଗି ହେଉଥିବା ପେଟ ଦରଜ ଓ ମୁଣ୍ଡବିନ୍ଧା ଏକ ଚିନ୍ତାର ବିଷୟ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଗରମପାଣି, ହେଙ୍ଗୁ, ଜୁଆଣି ଓ ବିଟ୍‌ ଲୁଣରେ ଘରୋଇ ଚିକିତ୍ସା କରିଥାନ୍ତି। ଘରୋଇ ଚିକିତ୍ସା ପରେ ତାହା କିଛି ସମୟ ପାଇଁ ଭଲ ହୋଇଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ହୋଇଥାଏ। ତେବେ ସବୁଦିନ ପାଇଁ ଏଥିରୁ ମୁକ୍ତି ପାଇବାକୁ ଏହିସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ।

ବାହାର ଖାଦ୍ୟ ଓ ଜଙ୍କ୍‌ ଫୁଡ୍‌ଠାରୁ ଦୂରେଇ ରୁହନ୍ତୁ:

ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଯଦି କାର୍ଯ୍ୟବ୍ୟସ୍ତତା ପାଇଁ ବାହାରେ ଖାଇବାକୁ ବାଧ୍ୟ ହେଉଛନ୍ତି,ତେବେ ରାଗ, ତେଲ, ମସଲାଠାରୁ ଦୂରେଇ ରୁହନ୍ତୁ।

ଔଷଧ

ଅନେକ ସମୟରେ ଅଧିକ ଆଣ୍ଟିବାଓଟିକ ଔଷଧ ସେବନ କରୁଥିବା ଲୋକଙ୍କଠାରେ ମଧ୍ୟ ଗ୍ୟାସ ସମସ୍ୟା ଦେଖାଯାଇଥାଏ। ଟିକେ ଟିକେ ସମସ୍ୟାରେ ଆମେ ଅନେକ ପେନକିଲର ଖାଇଦେଇଥାଉ। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ।

ଖାଦ୍ୟକୁ ଚୋବାଇ ଖାଆନ୍ତୁ

କର୍ମବ୍ୟସ୍ତତା ପାଇଁ ଅଧିକାଂଶ ଲୋକ ଖାଦ୍ୟକୁ ତରତରରେ ଗିଳି ଦେଇଥାନ୍ତି। ଯାହା ପାଚନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଖାଦ୍ୟକୁ ଚୋବାଇ ଖାଇବା ଉଚିତ।

ଖାଇ ସାରିବା ପରେ ଚାଲନ୍ତୁ

ସାଧାରଣତଃ ଖାଇ ସାରିବା ପରେ ଆମେ ବସି ଯାଇଥାଉ। ମତ୍ର ଖାଇ ସାରିବା ପରେ ଚାଲିବା ଉଚିିତ


All Right Reserved By Dharitri.Com

ଜଳବାୟୁ ପରିବର୍ତ୍ତନ ବନାମ ବିବର୍ତ୍ତନ

ଏହି ଜଳବାୟୁ ପରିବର୍ତ୍ତନ ଏକ ସମୟରେ ହୁଏତ ଗୋଟିଏ ଜିଲା, ଦୁଇଟି ରାଜ୍ୟ, ତିନୋଟି ଦେଶ, ଚାରୋଟି ମହାଦେଶରେ ହୋଇପାରେ; ମାତ୍ର ସାରା ପୃଥିବୀରେ ଘଟି...

ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ତକିଆ ତଳେ ରଖନ୍ତୁ ଏହାକୁ…

ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା ଲାଗି ଏହା ମହୌଷଧୀ ସଦୃଶ କାମ...

ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ...

ସୁଖ ନିଦ୍ରା ଲାଗି…

ଏକ ସୁସ୍ଥ ଜୀବନ ଲାଗି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ବର୍ତ୍ତମାନ କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ମହିଳା...

ଲାଳରୁ ଦୂର ହୁଏ ରୋଗ

ନୂଆଦିଲ୍ଲୀ: ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ। ଲାଳ ଯୋଗୁ ମଣିଷ...

ସୂର୍ଯ୍ୟ ନମସ୍କାରର ସୁଫଳ

ନିୟମିତ ଯୋଗ କଲେ ମନୁଷ୍ୟ ସୁସ୍ଥ ରହିଥାଏ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁ ଅନେକେ ଧୀରେ ଧୀରେ ଯୋଗଠାରୁ...

କଫ ସମସ୍ୟାର ଘରୋଇ ଉପଚାର

କଫଜନିତ ସମସ୍ୟାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ଦରକାର। ହେଲେ ଏପରି କେତେକ ଘରୋଇ ଉପାୟ ରହିଛି...

ଡେନିମ୍‌ ଜ୍ୟାକେଟ୍‌

ପ୍ଲେନ୍‌ ଜମ୍ପସୁଟ୍‌ ପ୍ଲେନ୍‌ ଜମ୍ପସୁଟ୍‌ ଉପରେ ଡେନିମ୍‌ ଜ୍ୟାକେଟ୍‌ ଭଲ ମାନିଥାଏ। ଏହାକୁ କୌଣସି ବି ସମର ଆଉଟିଂରେ ପିନ୍ଧିପାରିବେ। ଓଭର ସାଇଜ ଡେନିମ୍‌ ଜ୍ୟାକେଟ୍‌...

Leave a comment

Your email address will not be published. Required fields are marked *