ପ୍ରେମିକା ଗାବ୍ରିଏଲା ଶେୟାର କଲେ ଅର୍ଜୁନଙ୍କ ସହ ପୁଅର ଫଟୋ

ମୁମ୍ବାଇ: ବାପା ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କଠାରୁ ତାଙ୍କର ଦୁଇଟି କନ୍ୟା ସନ୍ତାନ ଥିବା ବେଳେ ଏବେ ପ୍ରେମିକା ଗାବ୍ରିଏଲା ଗୁରୁବାର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅର୍ଜୁନ। ପୁଅର ପ୍ରଥମ ଝଲକ ଦେଖିବା ଲାଗି ଝିଅମାନଙ୍କ ସହ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ପୁଅକୁ କୋଳରେ ଧରିଥିବା ସମୟର ଏକ ଫଟୋ ଗାବ୍ରିଏଲା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଏହା ଏବେ ବେଶ ଭାଇରାଲ ହେଉଛି।

ତେବେ ଅର୍ଜୁନ ଗାବ୍ରିଏଲାଙ୍କୁ ଦୀର୍ଘ ଏକ ବର୍ଷରୁ ଅଧିକ ଧରି ଡେଟ କରୁଛନ୍ତି। ଉଭୟଙ୍କ ବିବାହ ହୋଇ ନ ଥିଲେ ହେଁ ଖୁବ୍‌ଶୀଘ୍ର ସେମାନେ ବିବାହ କରିବେ ବୋଲି କୁହାଯାଉଛି। ଅପରପକ୍ଷେ ଅର୍ଜୁନ ପୂର୍ବରୁ ବିବାହିତ। ତେବେ ସେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି। ଉଭୟଙ୍କ ଦୁଇ ଝିଅ ମାହିକା ଏବଂ ମାୟରା ଅଛନ୍ତି।


All Right Reserved By Dharitri.Com

କେବିସିରେ ଜିତିଥିଲେ ୫ କୋଟି, ଏବେ ଗୋଟିଏ ବର୍ଷରେ ୭୦ ହଜାର ଗଛ ଲଗାଇ ଚର୍ଚ୍ଚାରେ ସୁଶୀଲ

ବମ୍ବେ: ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ମୁଖ୍ୟ ସମସ୍ୟାରେ ପରିଗଣିତ ହେଲାଣି। ଏହାକୁ ରୋକିବା ନିମନ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ। ତେବେ ଅନେକ ସଚେତନ...

ଟାଇଟଲ୍‌ ସଙ୍ଗ୍‌ରେ ଶ୍ରେୟା, ସୋନୁ

ମୁମ୍ବାଇ: ଆଗାମୀ ଫିଲ୍ମ ‘ହମେ ତୁମ୍‌ସେ ପ୍ୟାର୍‌ କିତ୍‌ନା’ ପାଇଁ ଏକ ଲଭ୍‌ ସଙ୍ଗ୍‌ ଗାଇଛନ୍ତି ଗାୟିକା ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ‘ଜୁବି...

ହିନାଙ୍କ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୮।୫: ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କେହେଲତା ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ହିନା ଖାନ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ...

କାହିଁକି ବିବାହ କରି ନାହାଁନ୍ତି ତବ୍ବୁ

ମୁମ୍ବାଇ: ବଲିଉଡ୍‌ ନାୟିକା ତବ୍ବୁ ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ପୁରା ନାଁ ହେଉଛି ତବ୍ବସୁମ ଫାତିମା ହାସମି। ପ୍ରଥମେ ୧୯୮୦ରେ ଫିଲ୍ମ ‘ପେହେଲା...

ମୋଦିଙ୍କୁ ଅନୁରୋଧ କଲେ ଋଷି କପୁର କହିଲେ ଏହି କଥା…

ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର କର୍କଟ ରୋଗରେ ପୀଡିତ ହୋଇ ଆମେରିକାରେ ଚିକିତ୍ସିତ ହେଉଛନ୍ତି। ନିଜ ଫ୍ୟାନ୍‌ ମାନଙ୍କ ସହ ଯୋଡି ରହିବା ପାଇଁ...

ଦୀପିକାଙ୍କୁ ଗାଳି ଦିଅନ୍ତି ଶଶୁର, ଜାଣନ୍ତୁ କାହିଁକି

ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ବିବାହ ପରେ ଆସିଥିବା ପରିବର୍ତ୍ତନକୁ ନେଇ ଏକ ପ୍ରଶ୍ନର...

୨୫ ବର୍ଷ ପରେ ପରଦାରେ ଏକାଠି କାମ କରିବେ ଦୁଇ ସୁପରଷ୍ଟାର

୧୯୯୪ରେ ହୋଇଥିବା ଫିଲ୍ମ ‘ଅନ୍ଦାଜ ଅପ୍‌ନା- ଅପ୍‌ନା’ର ସ୍ବିକେଲ୍‌ ନିର୍ମାଣ ହେବ ବୋଲି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ପ୍ରଥମେ କୁହାଯାଉଥିଲା ରଣବୀର କପୁର, ବରୁଣ ଧାଓ୍ବନ...

ଅଜୟ-ସୈଫ୍‌ଙ୍କ ‘ତାନାଜୀ’ର ରେକର୍ଡ, ସପ୍ତାହେ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ

ବମ୍ବେ: ରିଲିଜର ଗୋଟିଏ ସପ୍ତାହ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ ‘ତାନାଜି-ଦ ଅନ୍‌ସଙ୍ଗ ଓ୍ବାରିୟର’। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ...

Leave a comment

Your email address will not be published. Required fields are marked *