Posted inଜାତୀୟ

ଭାରତକୁ ଆସିଛି ୧୫୦ କିଗ୍ରା ହେରୋଇନ୍‌: ତାଲିବାନ୍‌ ସଂଗଠନର ହାତ ସନ୍ଦେହ

ନୂଆଦିଲ୍ଲୀ,୨୦।୭: ଭାରତକୁ ଆଫଗାନିସ୍ତାନ ତଥା ପାକିସ୍ତାନରୁ ଆସିଥିବା ୧୫୦ କିଲୋଗ୍ରାମ୍‌ ହେରୋଇନ୍‌କୁ ଇତିମଧ୍ୟରେ ପୋଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଗତ ୧୨୦ ଦିନ ଧରି ପୋଲିସ ପକ୍ଷରୁ ଖୋଳତାଡ଼ ପରେ ଏହି ସଫଳତା ମିଳିଛି। ଏନେଇ ୫ଜଣଙ୍କୁ ଗିରଫ କରାଯାଇ ପଚରା ଉଚରା ଜାରି ରହିଛି। ହେରୋଇନ୍‌ ଚୋରା କାରବାର ପଛରେ ତାଲିବାନ୍‌ ଆତଙ୍କବାଦୀ ସଂଗଠନର ହାତ ଥିବା କୁହାଯାଉଛି। ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ମସଲା ବସ୍ତାରେ ଏହା ଆସୁଥିଲା। ପ୍ରଥମେ ମସଲା ବସ୍ତାକୁ ହେରୋଇନ୍‌ ମିଶା ତରଳ ପଦାର୍ଥରେ ବୁଡ଼ାଇ ରଖାଯାଉଥିଲା। ବସ୍ତା ଶୁଖିଗଲା ପରେ ସେଥିରେ ସୁଗନ୍ଧିତ ମସଲା ଭର୍ତ୍ତି କରାଯାଉଥିଲା। ଭାରତରେ ମସଲା ବସ୍ତା ପହଞ୍ଚିବା ପରେ ଖାଲି ବସ୍ତାଗୁଡ଼ିକୁ ଜାମିଆ ନଗରସ୍ଥିତ ଏକ ସ୍ଥାନରେ ବିଶେଷ ଭାବେ ଧୁଆ ହେଉଥିଲା। ସେଥିରୁ ହେରୋଇନ୍‌ ସଂଗ୍ରହ କରାଯାଉଥିଲା। ସଂଗୃହୀତ ଅର୍ଥକୁ ଟେରର୍‌ ଫଣ୍ଡିରେ ବ୍ୟବହାର କରାଯାଉଥିବା କୁହାଯାଉଛି। ଦିଲ୍ଲୀ ପୋଲିସ୍‌ ଏହି ର଼୍ୟାକେଟ୍‌ର ପର୍ଦ୍ଦାଫାଶ୍‌ କରି ତଦନ୍ତ ଜାରି ରଖିଛି।


All Right Reserved By Dharitri.Com

୪,୫୦୦ ଟଙ୍କାରେ ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ୍‌: କେନ୍ଦ୍ର ସରକାରଙ୍କ ତାଗିଦ୍‌

ନୂଆଦିଲ୍ଲୀ,୨୨।୩: ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ୍‌ କରିବା ପ୍ରକ୍ରିୟା ରବିବାରଠାରୁ ଆରମ୍ଭ ହୋଇଛି। ତେବେ ଏହି ଟେଷ୍ଟ୍‌ ପାଇଁ ୪,୫୦୦ଟଙ୍କାରୁ ଅଧିକ ନ ନେବାକୁ କେନ୍ଦ୍ର...

କୁମାର ବିଶ୍ୱାସଙ୍କ ଘରୁ କାର୍‌ ଚୋରି

ଲକ୍ଷ୍ନୌ,୧୫।୨: କବି, ସାହିତ୍ୟକାର ତଥା ଏଏପି ନେତା କୁମାର ବିଶ୍ୱାସଙ୍କ ଘରୁ କାର୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦର ଇନ୍ଦିରାପୁରମସ୍ଥିତ ତାଙ୍କ ବାସଭବନ...

ଚା’ ଦୋକାନ ପାଲଟିଛି ଲେଖକଙ୍କ ଆଲୋଚନା ସ୍ଥଳି

ଥିରୁଭାନନ୍ତପୁରମ୍‌: ସାଧାରଣତଃ କୌଣସି ବହିକୁ ନେଇ ଚର୍ଚ୍ଚା ହେଉ ଅବା ଲେଖକଙ୍କ ସମ୍ମିଳନୀ ଏହିସବୁ ବହି ଦୋକାନରେ କି କୌଣସି ଅନୁଷ୍ଠାନ ବା ଅଡିଟୋରିୟମରେ ହୋଇଥାଏ।...

ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର

ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର...

୪୧ ବର୍ଷ ପରେ ମା’ଙ୍କୁ ଭେଟିଲେ ପୁଅ

ଚେନ୍ନାଇ,୨୪।୧୧: ତାମିଲନାଡୁରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୪୧ ବର୍ଷ ପରେ ମା’ଙ୍କୁ ଭେଟିଛନ୍ତି ପୁଅ। ଏହି ମିଳନ ପରେ ଉଭୟ ମା’...

୨୫ ହଜାର ହୋମ୍‌ଗାର୍ଡଙ୍କୁ ଛଟେଇ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ୨୫ ହଜାର ହୋମ୍‌ ଗାର୍ଡ଼ଙ୍କୁ ଛଟେଇ କରିଛନ୍ତି। ରାଜ୍ୟର ବଜେଟରେ ସମନ୍ବୟ ରକ୍ଷା କରିବା ପାଇଁ ଏଭଳି...

ଅଡ୍‌-ଇଭିନ୍‌ ନମ୍ବର ପରେ ବଦଳିବ କାର୍ଯ୍ୟାଳୟର ସମୟ

ନୂଆଦିଲ୍ଲୀ,୧୨।୧୦: ରାଜଧାନୀ ଦିଲ୍ଲୀରେ ନଭେମ୍ବର ୪-୧୫ ମଧ୍ୟରେ ପୁଣି ଥରେ ଅଡ୍‌-ଇଭିନ୍‌ ନମ୍ବର କାର୍ଯ୍ୟକାରୀ ହେବ। ପ୍ରଦୂଷଣର ମାତ୍ରା ବଢିଯାଇଥିବାରୁ ଏବେ ଦିଲ୍ଲୀ ସରକାର ଅଡ୍‌-ଇଭିନ୍‌...

୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍‌ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ...

Leave a comment

Your email address will not be published. Required fields are marked *