ଧରିତ୍ରୀରେ ଖବର ପ୍ରକାଶିତ ହେବାପରେ ଚେତିଲା ପୂର୍ତ୍ତ ବିଭାଗ: ରାତିଅଧିଆ ରାସ୍ତା ମରାମତି କାର୍ଯ୍ୟ ଶେଷ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦବି ଯାତାୟାତରେ ସମସ୍ୟା ହେଉଥିଲା। ତେବେ ରାସ୍ତା ମରାମତି ଦିଗରେ ବିଭାଗ ପଦକ୍ଷେପ ନେବା ବଦଳରେ ବର୍ଷା ଛାଡ଼ିଲେ ମରାମତି କରାଯିବ ବୋଲି କହିଥିଲା। ଏ ନେଇ ଶୁକ୍ରବାର ଧରିତ୍ରୀ ଓ୍ବେବ୍‌ ପୋର୍ଟାଲରେ ଖବର ବାହାରିବା ସହ ଶନିବାର ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା। ବିଭାଗୀୟ ଯନ୍ତ୍ରୀଙ୍କ ମତାମତ ଲୋଡ଼ାଯାଇଥିଲା। ତେବେ ଏ ନେଇ ରାତିଅଧିଆ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀ ବର୍ଷା ହେଉଛି, ବର୍ଷା ଛାଡ଼ିଗଲେ ଉକ୍ତ ରାସ୍ତା ମରାମତି କରାଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହୁଥିବା ବେଳେ ଖବର ପ୍ରକାଶ ଯୋଗୁ ସେ ଉକ୍ତ କାର୍ଯ୍ୟକୁ ଶୀଘ୍ର ଶେଷ କରିଦେଇଥିବା କହି ଅଞ୍ଚଳବାସୀ ବିଭାଗ ଏବଂ ପ୍ରକାଶିତ ଖବରକୁ ନେଇ ସାଧୁବାଦ ଜଣାଇଛନ୍ତି ।


All Right Reserved By Dharitri.Com

କାର୍ଯ୍ୟରେ ଅବହେଳା, ଏସ୍‌ଆଇ ନିଲମ୍ବିତ

ଛତ୍ରପୁର,୧ା୧(ଡି.ଏନ୍‌.ଏ.)-ଗଞ୍ଜାମ ପୋଲିସ ଜିଲା ଅଧିନ ପାଟପୁର ଥାନାର ସବ୍‌ ଇନ୍ସପେକ୍ଟର ପ୍ରିତୀ ମଞ୍ଜରୀ ଗଡନାୟକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗୁ...

ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ

ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ...

ଫସଲ ବୀମା ପ୍ରଦାନ ଦାବି: ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଧର୍ମଗଡ,୧୭।୭(ଡି.ଏନ.ଏ.): ଫସଲ ବୀମା ପ୍ରଦାନ ଦାବିରେ ଚାଷୀମାନେ ବୁଧବାର ଧର୍ମଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ...

ଚାନ୍ଦିପୁରରେ ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୨୮।୧-ଚାନ୍ଦିପୁରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ...

ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ: ପଞ୍ଚମ ଦିନରେ ୨୬ ଦଲାଲ ଗିରଫ

କଟକ ଅଫିସ/ ଭୁବନେଶ୍ୱର,୧।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ଦଲାଲ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସ୍ପେଶାଲ ଡ୍ରାଇଭ୍‌ର ୫ମ ଦିନ ସୋମବାରରେ ରାଜ୍ୟର ବିଭିନ୍ନ...

ଶିମିଳିପାଳରୁ ଉଚ୍ଛେଦକୁ ନେଇ ଖେଜୁରୀ ଗ୍ରାମବାସୀଙ୍କ ବିକ୍ଷୋଭ

ଯଶିପୁର,୨୨ା୧(ଡ଼ି.ଏନ୍‌.ଏ.): ଶିମିଳିପାଳ ମଧ୍ୟରେ ଥିବା ଗୁଡଗୁଡିଆ ପଞ୍ଚାୟତ ଅଧୀନ ଖେଜୁରୀ ଗ୍ରାମର ବାସିନ୍ଦାଙ୍କୁ ଉଚ୍ଛେଦ ଉଦ୍ୟମକୁ ବିରୋଧକରି ବୁଧବାର ଯଶିପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀ...

ସାଧବ ବୋହୂ ସହ ସେଲ୍‌ଫି

କାକଟପୁର, ୯।୭(ଡି.ଏନ୍‌.ଏ.): ବର୍ଷା ଦିନ ଆରମ୍ଭ ହେଲେ ସବୁଜ ଘାସ ଗାଲିଚା ଉପରେ ସାଧବ ବୋହୁ ଦେଖାଯିବା ସ୍ବାଭାବିକ କଥା। ମାତ୍ର ପରିବେଶ ପରିବର୍ତ୍ତନ ଯୋଗୁ...

ଫନୀ ମୁକାବିଲା ନେଇ ଓଡ଼ିଶାର ପ୍ରସ୍ତୁତିକୁ ଅମିତ୍‌ ଶାହାଙ୍କ ପ୍ରଶଂସା

ଭୁବନେଶ୍ୱର,୪ା୧(ବ୍ୟୁରୋ): ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଜାତିସଂଘ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଓଡିଶାର ପ୍ରସ୍ତୁତି ଉତ୍ତମ ବୋଲି...

Leave a comment

Your email address will not be published. Required fields are marked *