ବିକାଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବର୍ତ୍ତମାନ ସାରା ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ୧.୪୧ ଲକ୍ଷ ଛୁଇଁଛି। ବ୍ୟାଙ୍କଗୁଡିକ ଦେଶର ୯୫% ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଦେଶର ଭିତ୍ତିଭୂମି ବିକାଶ, ଶିଳ୍ପ, କୃଷି ଏବଂ ଅନ୍ୟ କ୍ଷେତ୍ର ବିକାଶରେ ବ୍ୟାଙ୍କଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ(ଏଆଇବିଓସି) ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରୀୟମଠାରେ ଶୁକ୍ରବାର ଅନୁଷ୍ଠିତ ବ୍ୟାଙ୍କ ଜାତୀୟକରଣର ୫୦ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଏହା ମତ ପ୍ରକାଶ ପାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜୟ କୁମାର ସାହୁ ଯୋଗ ଦେଇ ଅର୍ଥନୀତିରେ ଜାତୀୟକରଣ ବ୍ୟାଙ୍କଗୁଡିକର ଭୂମିକା ଏବଂ ସରକାରଙ୍କ ପୁଞ୍ଜୀକରଣ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କ ଶିଳ୍ପର ଇତିହାସ ଏବଂ ଜାତୀୟକରଣର ଆବଶ୍ୟକତା ଉପରେ ମତ ରଖି ଅର୍ଥନୀତିଜ୍ଞ ଡ.ଦିବାକର ନାୟକ କହିଛନ୍ତି, ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସହଭାଗିତା ବିନା ୫ ଲକ୍ଷ କୋଟି ଡଲାର ଅର୍ଥନୀତି କଥା ଚିନ୍ତା କରାଯାଇ ନ ପାରେ। କାର୍ଯ୍ୟକ୍ରମରେ ରାଜ୍ୟ ଏଆଇବିଓସି ସଭାପତି ମନୋରଞ୍ଜନ ଦାସ ଏଥିରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ସବ୍ୟସାଚୀ ସ୍ବାଇଁ ଅତିଥିଙ୍କୁ ସ୍ବାଗତ କରିଥିଲେ। ଏଥିରେ ସର୍ବଭାରତୀୟ ଷ୍ଟେଟବ୍ୟାଙ୍କ ଅଫିସର୍ସ ମହାସଂଘ ସଭାପତି ସମ୍ବିତ ମିଶ୍ର, ରାଜ୍ୟ ସଭାପତି ଅରୁଣ ବିଶୋୟୀ, ପିଏନ୍‌ବି ଅଧିକାରୀ ସଂଘ ଅଧ୍ୟକ୍ଷ ପ୍ରମୋଦ ମେକାପ, ଏଆଇବିଓସି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସେଣ୍ଟ୍ରାଲ ବ୍ୟାଙ୍କ ଅଧିକାରୀ ସଂଘ ସାଧାରଣ ସମ୍ପାଦକ ଦାମୋଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ପାରାଦୀପରେ ମାରାତ୍ମକ: ପ୍ରଦୂଷଣ ପ୍ରସଙ୍ଗ ସବୁ ଶିଳ୍ପସଂସ୍ଥାକୁ ଜରିମାନା ନୋଟିସ

ପାରାଦୀପ, ୮।୨ (ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ସମେତ ଏସିଆର ବୃହତ୍‌ ସାର କାରଖାନା ଓ ବୃହତ୍‌ ବିଶୋଧନାଗାର...

ଓଡ଼ିଶା ଫେରିବେ ଜଗା-କାଳିଆ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଦୁଇଭାଇ ଜଗା, କାଳିଆ ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଶନିବାର ଏଭଳି ସୂଚନା...

‘ଆଇଏଏସ୍‌ ନୁହେଁ, ଯନ୍ତ୍ରୀ ହୁଅନ୍ତୁ ପୂର୍ତ୍ତ ସଚିବ’

ଭୁବନେଶ୍ୱର,୨୩।୭(ବ୍ୟୁରୋ): ପୂର୍ତ୍ତ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ନିର୍ମାଣ ସମ୍ବନ୍ଧିତ ଏହି ବିଭାଗ ହୋଇଥିବାରୁ, ଏହାର ପ୍ରଶାସନିକ ମୁଖ୍ୟଭାବେ ଜଣେ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥାଏ। ହେଲେ...

ଏମ୍‌ପି ଚନ୍ଦ୍ରଶେଖରଙ୍କ ସୂଚନା:ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ

ବ୍ରହ୍ମପୁର ଅଫିସ,୨୪ା୮-ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ ନିର୍ମାଣ ପାଇଁ ଭାରତୀୟ ରେଲୱେ ବୋର୍ଡ ମଞ୍ଜୁର କରିଛନ୍ତି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଧରିତ୍ରୀକୁ...

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ : ସାଢ଼େ ୯ରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ ଅଫିସ, ୧୦।୬ : ଆସନ୍ତା ଜୁଲାଇ ୪ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ସୁରୁଖୁରରେ ସମ୍ପନ୍ନ କରିବା ଲାଗି ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ସଅଳ...

ଦୂରହେବ ଦୃଷ୍ଟିବାଧିତ ପିଲାଙ୍କ ପାଠପଢ଼ା ସମସ୍ୟା: ଜର୍ମାନୀରୁ ଆସିଲା ଉଚ୍ଚଶକ୍ତିସମ୍ପନ୍ନ ବ୍ରେଲ୍‌ ମେଶିନ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ରାଜ୍ୟର ଦୃଷ୍ଟି ବାଧିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ବ୍ରେଲ୍‌ ପାଠ୍ୟପୁସ୍ତକ ପାଇଁ ଉଚ୍ଚ କ୍ଷମତାବିଶିଷ୍ଟ ଅତ୍ୟାଧୁନିକ ବ୍ରେଲ୍‌ ମେଶିନ ଜର୍ମାନୀରୁ ଅଣାଯାଇଛି। ଏହି ମେଶିନ...

ଜାତୀୟ ପୁରସ୍କାର ପାଇବେ ଓଡ଼ିଶାର ୮ ହସ୍ତଶିଳ୍ପୀ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଓଡ଼ିଶାର ହସ୍ତଶିଳ୍ପ ତଥା ଓଡ଼ିଆ କାରିଗରଙ୍କ କଳାକୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସୁନାମ ଅର୍ଜନ କରିଛି। ଇତିମଧ୍ୟରେ ଓଡ଼ିଶାର ମୋଟ...

ଖେଳ ପିଲାଙ୍କୁ ବିକଶିତ କରିଥାଏ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲର ୭ମ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସାଇ ଅଲିମ୍ପିକ୍ସ’ ସୋମବାର ସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଅଲିମ୍ପିଆନ୍‌...

Leave a comment

Your email address will not be published. Required fields are marked *