Posted inଖେଳ

ବେଙ୍ଗାଲୁରୁ ଓ୍ବାଲର୍‌ଡ ୧୦କେ’ରେ ଭାଗ ନେବେ ବିଶ୍ୱ ଚାମ୍ପିୟନ

ବେଙ୍ଗାଲୁରୁ,୧୨ା୫ (ପି.ଟି.)-ଚଳିତ ମାସ ୧୯ରେ ଏଠାରେ ହେବାକୁଥିବା ଟାଟା କନସଲଟେନ୍ସି ସର୍ଭିସେସ୍‌ ଓ୍ବାଲର୍‌ଡ ୧୦କେ ରେସ୍‌ରେ ବିଶ୍ୱ ଚାମ୍ପିୟନ ତଥା ଏସିଆନ ଗେମ୍ସ ମାରାଥନ ସ୍ବର୍ଣ୍ଣ ବିଜୟିନୀ ବାହାରିନ୍‌ର ରୋଜ୍‌ ଚେଲିମୋ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିଥିବା ୯ ପୁରୁଷ ଓ ୮ ମହିଳା ସମେତ ୧୭ଜଣ ଆଥଲେଟ୍‌ ଏଥିରେ ଭାଗ ନେବେ। ସମସ୍ତଙ୍କୁ ରେସ୍‌ର ଷ୍ଟାର୍ଟିଂ ଲାଇନ୍‌ ଅପ୍‌ରେ ଦେଖିବାକୁ ମିଳିବ। ୧୨ଜଣ ଅନ୍ତର୍ଜାତୀୟ ଏଲିଟ୍‌ ପୁରୁଷ ଆଥଲେଟଙ୍କ ମଧ୍ୟରୁ ୭ଜଣଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୨୦୧୪ରେ କୋର୍ସ ରେକର୍ଡ ପ୍ରତିଷ୍ଠା କରିଥିବା ଜେଫ୍ରି କାମୋରୋର୍‌ଙ୍କଠାରୁ ନିମ୍ନରେ ରହିଛି। ସେହିପରି ୧୦ ଅନ୍ତର୍ଜାତୀୟ ଏଲିଟ୍‌ ମହିଳାଙ୍କ ମଧ୍ୟରୁ ୧୦ଜଣଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଗତ ସଂସ୍କରଣରେ ଆଗନେସ ଟିରୋପ (୩୧:୧୯)ଙ୍କ ଦ୍ୱାରା ପ୍ରତିଷ୍ଠିତ ରେକର୍ଡଠାରୁ ପଛରେ ରହିଛି। କେନିଆର ଟିରୋପ ଏଥର ତାଙ୍କ ଟାଇଟଲ ବଜାୟ ରଖିବା ଉଦ୍ଦେଶ୍ୟରେ ସହରକୁ ଆସିଛନ୍ତି।


All Right Reserved By

Posted inଖେଳ

ନିରପେକ୍ଷ ଭେନ୍ୟୁ ପାଇଁ ଏଆଇଟିଏ ଅନୁରୋଧର କରିବ

ନୂଆଦିଲ୍ଲୀ,୮।୮(ପି.ଟି.)- ଜମ୍ମୁ- କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଫଳରେ ପାକିସ୍ତାନ...

ରାଜ୍ୟଗୋଷ୍ଠୀ ଟିଟି:ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ

କଟକ,୧୯ା୭(ପିଟି)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡୟମ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ(ଟିଟି) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସଫଳତା ଆଣି ଦେଇଛି ମହିଳା ଦଳ। ଶୁକ୍ରବାର...

ଡ୍ରାଇଭିଂରୁ ଓ୍ବର୍ନ ବର୍ଷେ ବାସନ୍ଦ

ଲଣ୍ଡନ,୨୪।୯(ପି.ଟି.)- ଅଷ୍ଟ୍ରେଲୀୟ ସ୍ପିନ୍‌ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ ଡ୍ରାଇଭିଂରୁ ୧୨ ମାସ ବାସନ୍ଦ ହୋଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ସେ ଷଷ୍ଠଥର ପାଇଁ ଦ୍ରୁତ...

ଲଡର୍‌ସ ଟେଷ୍ଟରୁ ଓଲି ଷ୍ଟୋନ୍‌ ବାଦ୍‌

ଲଣ୍ଡନ, ୭।୮- ଆଘାତଜନିତ ସମସ୍ୟା ଇଂଲଣ୍ଡ ଦ୍ରୁତ ବୋଲର ଓଲି ଷ୍ଟୋନ୍‌ ଲଡର୍‌ସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଆଶେସ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି।...

ରୋହିତ ଶର୍ମା ମୋ ସ୍ତ୍ରୀ ନୁହଁନ୍ତି: ଶିଖର ଧାଓ୍ବନ

ନୂଆଦିଲ୍ଲୀ, ୧୫।୫: ଆଇପିଏଲ ମହାସମର ଶେଷ ହେବା ପରେ ଏବେ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ୱକପ ଉପରେ ସମସ୍ତଙ୍କ ନଜର ରହିଛି।...

ଆଗରେ ବିରାଟ ପଛରେ ଅନୁଷ୍କା, ଏମିତି ହୋଟେଲ ଛାଡିଲେ ଭାରତୀୟ ଖେଳାଳି

ଲଣ୍ଡନ, ୧୨।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି...

ଅରୁଣାଚଳ ପ୍ରଦେଶର ଏକତରଫା ବିଜୟ

କଟକ ଅଫିସ,୧୫ା୬- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶେନ (ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଅରୁଣାଚଳପ୍ରଦେଶ...

ଏହି କ୍ରିକେଟ ଖେଳାଳି ପଡିଆକୁ ଆସିବା ପୂର୍ବରୁ ପିଉଥିଲେ ମଦ

କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ କ୍ରିକେଟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ଆଉ କିଛି ଖେଳାଳି ଅଛନ୍ତି ପ୍ରାରମ୍ଭରେ ନିଜ ପ୍ରଦର୍ଶନ ଦ୍ୱାରା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *