ରେଭେନ୍‌ଶା ବିଶ୍ୱବିଦ୍ୟାଳୟ: ନାମଲେଖାରେ ଅସନ୍ତୋଷ: ନିର୍ଦ୍ଧାରିତ ସିଟ୍‌ର ଦୁଇଗୁଣା ଛାତ୍ରୀଛାତ୍ରଙ୍କୁ ନିମନ୍ତ୍ରଣ

କଟକ ଅଫିସ,୨୦ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆଇଏସ୍‌ଟି ଓ ଆଇଟିଏମ୍‌ ବିଭାଗରେ ନାମଲେଖା ସମୟରେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ନିର୍ଦ୍ଧାରିତ ସିଟ୍‌ଠାରୁ ଅଧିକ ଛାତ୍ରୀଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାମଲେଖା ନିମନ୍ତେ ନିମନ୍ତ୍ରଣ କରିଥିଲେ। ସିଟ୍‌ ପୂରଣ ହୋଇଯିବା ଯୋଗୁ ବହୁସଂଖ୍ୟକ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଦୂରଦୂରାନ୍ତରୁ ଆସିଥିବା ଅଭିଭାବକମାନେ ନାମଲେଖା ପ୍ରକୋଷ୍ଠ ବାହାରେ ହୋହଲ୍ଲା କରିବା ଦେଖିବାକୁ ମିଳିଥିଲା।
ଶୁକ୍ରବାର ବିଶ୍ୱବିଦ୍ୟାଳୟରେ ଆଇଏସଟି ଓ ଆଇଟିଏମ୍‌ (ସେଲ୍ଫ ଫାଇନାନ୍‌ସିଂ) ବିଭାଗରେ ସାଧାରଣବର୍ଗ ଓ ସଂରକ୍ଷିତବର୍ଗଙ୍କୁ ମିଶାଇ ମୋଟ ୪୦୦ ସିଟରେ ନାମଲେଖା ଯାଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ମୋଟ ୮୦୦ ଛାତ୍ରୀଛାତ୍ରଙ୍କୁ ନାମଲେଖା ପ୍ରକ୍ରିୟା ପାଇଁ ନିମନ୍ତ୍ରଣ ଦିଆଯାଇଥିଲା। କମ୍‌ ସମୟ ଭିତରେ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସିଟ୍‌ ପୂରଣ ହୋଇଯାଇଲା। ପରେ ସଂରକ୍ଷଣ ଭିତିରେ ଆଇଏସଟି ବିଭାଗରେ ୫୩ ଏବଂ ଆଇଟିଏମ୍‌ ବିଭାଗରେ ୮୭ଟି ସିଟ ବଳକା ରହିଥିଲା। ନାମଲେଖା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ଛାତ୍ରୀଛାତ୍ର ଓ ସେମାନଙ୍କ ସାଥିରେ ଅଭିଭାବକ ବିଶ୍ୱବିଦ୍ୟାଳୟ ଆସିଥିଲେ। ନାମଲେଖା ପାଇଁ ଅଳ୍ପ ସଂଖ୍ୟକ ସିଟ୍‌ ଥିବାବେଳେ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ କାହିଁକି ଡକାଯାଇଥିଲା ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ନାମଲେଖା ଲାଗି ଆଇଏସ୍‌ଟି ଓ ଆଇଟିଏମ୍‌ ବିଷୟ ପାଇଁ ଯଥାକ୍ରମେ ୩୦ହଜାର ଓ ୩୫ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଆଣିବା ପାଇଁ ନିର୍ଦ୍ଦେଶ ରହିଥିଲା। ତେଣୁ ନାମ ଲେଖାଇ ପାରି ନ ଥିବା ଛାତ୍ରୀଛାତ୍ରଙ୍କୁ ଏବେ ଉକ୍ତ ଡ୍ରାଫ୍ଟକୁ ବ୍ୟାଙ୍କ୍‌ରେ କ୍ୟାନ୍‌ସଲ କରିବାକୁ ପଡିବ। ନାମ ଲେଖାଇବା ପାଇଁ ଛାତ୍ରୀଛାତ୍ର ସକାଳୁ ସନ୍ଧ୍ୟାଯାଏ ଅପେକ୍ଷା କରି ନିରାଶ ହେବାକୁ ପଡିଥିଲା।


All Right Reserved By Dharitri.Com

ପୁରୀରେ ବିଶ୍ୱ ପରିବେଶ ଦିବସ ପାଳିତ

ପୁରୀ ଅଫିସ, ୫।୬: ପୁରୀ ବନବିଭାଗ ପକ୍ଷରୁ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ସକାଳେ ସିଂହଦ୍ୱାରଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଜିଲା...

ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ଖଇରା, ୩୦।୭(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ଆମ୍ବହତା କେନାଲରେ ବୁଡି ପ୍ରାଣ ହରାଇଥିବା ରଟିଣା ନୋଡାଲ ନୋଡାଲ ହାଇସ୍କୁର ଦୁଇ ଛାତ୍ରଙ୍କୁ ପରିବାରକୁ ପର୍ଯ୍ୟଟନ ଓ ସଂସ୍କୃତି...

ମଉଲିକ ସୁବିଧାରୁ ବଁଚିତ୍‌ ରାଧାପଡ଼ାବାସୀ

ଅତାବିରା, ୧୮।୧୦(ଡି.ଏନ୍‌.ଏ.)-କେନ୍ଦ୍ର ଆର ରାଏଜ୍‌ ସରକାର ଗାଁ ଗଁଲିନୁ ସହରତକ୍‌ ବାସ କରୁଥିବାର ଗରିବ୍‌ଦୁଖିକର ଲାଗି ଅବାସ ଯୋଜନାରେ ଘର, ଭୂମିହୀନମାନକୁ ବସୁନ୍ଧରା ଯୋଜନାରେ ଘରଡିହ,...

ବାଙ୍କୁଆଳ ଦୁର୍ଗାପୂଜା କମିଟି: ଆକର୍ଷଣ ହେବ ୫୧ ଫୁଟର ରାବଣ

ପୁରୁଣା ଭୁବନେଶ୍ୱର,୩ା୧୦(ଡି.ଏନ.ଏ.): ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଆଗମନ ନେଇ ପ୍ରସ୍ତୁତି ଜୋରସୋର ଆଗେଇ ଚାଲିଛି। ଏହି ଅବସରରେ ସ୍ଥାନୀୟ ବାଙ୍କୁଆଳ ଦୁର୍ଗାପୂଜା କମିଟି...

ଦୁର୍ଗାପୂଜା ଭିଡ଼ରେ ମାତିଲେ ଲୁଟେରା

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଚଳିତ ବର୍ଷ ଦୁର୍ଗାପୂଜା ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ସିସିଟିଭି ସହ ବ୍ୟାପକ ପୋଲିସ ଫୋର୍ସ ଓ ଏସ୍‌ପିଓ ବ୍ୟବସ୍ଥା ହୋଇଛି। ଏହାସତ୍ତ୍ୱେ ଲୁଟେରାମାନେ ଉତ୍ପାତ...

ରୁଚିକା ମାର୍କେଟ ଦୁର୍ଗାପୂଜା କମିଟି: ବଣ୍ଟାହେବ ୧୦ ହଜାର ଔଷଧୀୟ ଚାରା

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ସବୁଜିମାଭରା ସ୍ମାଟସିଟି ଭୁବନେଶ୍ୱରକୁ ଶ୍ରୀହୀନ କରି ଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’। ଏହି ସ୍ମାର୍ଟସିଟିକୁ ପୁନର୍ବାର ସବୁଜ ସୁନ୍ଦର କରିବା ପାଇଁ ଏବେ...

କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ଘଟଣା: ୨ କନଷ୍ଟେବଳ ନିଲମ୍ବିତ

ଜଗତ୍‌ସିଂହପୁର ଅଫିସ, ୮ା୭: ଜଗତ୍‌ସିଂହପୁର କୋର୍ଟ ପରିସରରୁ ଗତ ୬ ତାରିଖରେ ଅଭିଯୁକ୍ତ ସୂର୍ଯ୍ୟ ସିଂହ(୧୯) ପୋଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲେ। ଏ ନେଇ...

ନାରୀ ନିର୍ଯାତନାକୁ ବିରୋଧ କରି କଂଗ୍ରେସର ଶୋଭାଯାତ୍ରା

ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟରେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଓ ଅସଦାଚରଣ ପ୍ରସଙ୍ଗ ବୃଦ୍ଧି ପାଉଥିବା ଘଟଣାକୁ ପିସିସି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର...

Leave a comment

Your email address will not be published. Required fields are marked *