Posted inଜାତୀୟ

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ୯ ମାସ ମଧ୍ୟରେ ରାୟ ଦିଅ; ସ୍ବତନ୍ତ୍ର ବିଚାରପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୦ା୭(ପି.ଟି.) : ବହୁଚର୍ଚ୍ଚିତ ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଆଗାମୀ ୯ ମାସ ମଧ୍ୟରେ ରାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ , ବିନୟ କଟିଆର୍‌ , ସାଧ୍ୱୀ ଋତମ୍ବରା ପ୍ରମୁଖ ଅଛନ୍ତି।
ଆର୍‌.ଏଫ୍‌. ନରିମନ୍‌ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ରାଜନୈତିକ ସମ୍ବେଦନଶୀଳ ମାମଲାର ରେକର୍ଡ଼ିଂ ତଥ୍ୟ ୬ ମାସ ମଧ୍ୟରେ ଶେଷ କର। ଏଥିସହ ସେପ୍ଟେମ୍ବର ୩୦ରେ ଅବସର ଗ୍ରହଣ କରିବାକୁ ଥିବା ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି ୪ ସପ୍ତାହ ମଧ୍ୟରେ ଉଚିତ ନିର୍ଦ୍ଦେଶନାମା ଜାରି କରିବା ଲାଗି ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ଶେଷକରିବା ଓ ଚୂଡ଼ାନ୍ତ ରାୟ ଦେବା ଲାଗି ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳ ବୃଦ୍ଧିକରାଯାଉଥିବା ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟକାଳ ବୃଦ୍ଧି ସମୟରେ ସେ ଆଲ୍ଲାହାବାଦ ହାଇକୋର୍ଟଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ସୋମବାର ସ୍ବତନ୍ତ୍ର ଅଦାଲତ ମାମଲା ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଅଧିକ ୬ ମାସ ସମୟ ମାଗିଥିଲେ।
ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଗିରିରାଜ କିଶୋର, ବିଶ୍ୱ ହିନ୍ଦୁ ପରିଷଦ ନେତା ଅଶୋକ ସିଂଘଲ ଓ ବିଷ୍ଣୁହରି ଡାଲମିଆ ଶୁଣାଣି ଚାଲିଥିବାବେଳେ ପ୍ରାଣ ହରାଇଥିଲେ। ସେମାନଙ୍କ ନାମ ଏବେ ମାମଲାରୁ ହଟାଇ ଦିଆଯାଇଛି। ବାବ୍ରୀ ମସ୍‌ଜିଦ ଭଙ୍ଗବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କଲ୍ୟାଣ ସିଂ ଏବେ ରାଜସ୍ଥାନ ରାଜ୍ୟପାଳ ଥିବାରୁ ସମ୍ବିଧାନ ଦୃଷ୍ଟିରୁ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ତାଙ୍କୁ ଏଥିରେ ସାମିଲ କରାଯାଇ ପାରିବ ନାହିଁ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

୧୭ ବର୍ଷରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି: ୨୦୨୦ ସୁଦ୍ଧା ରୋପଣ ହେବ ୧୨୧ କୋଟି ବୃକ୍ଷ ଚାରା

ନୂଆଦିଲ୍ଲୀ,୨୨।୬: ଦେଶରେ ଗତ ୧୭ ବର୍ଷ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗକିମିରୁ ଅଧିକ ବୃଦ୍ଧି ପାଇଛି। ନେଇ ଭାରତୀୟ ଜଙ୍ଗଲ ସର୍ଭେ ରିପୋର୍ଟରେ...

ସରିଲା ନିର୍ବାଚନ: ଏବେ ମେ ୨୩କୁ ସମସ୍ତଙ୍କ ଅପେକ୍ଷା

ନୂଆଦିଲ୍ଲୀ, ୧୯।୫: ଶେଷ ହୋଇଛି ୨୦୧୯ ସାଧାରଣ ନିର୍ବାଚନ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ର୍ନିବାଚନ ପାଇଁ ରବିବାର ମତଦାନ ଶେଷ ହୋଇଛି। ତେବେ...

ଅଯୋଧ୍ୟା ରାୟ ପ୍ରକାଶ କରିଥିବା ବିଚାରପତିଙ୍କୁ ଧମକ, ଜେଡ୍‌ ସୁରକ୍ଷା ଯୋଗାଇ ଦିଆଗଲା

ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣାଣି କରିଥିବା ଜଣେ ବିଚାରପତି ଅବ୍‌ଦୁଲ ନଜୀର ଏବଂ ତାଙ୍କ ପରିବାରକୁ ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ (ପିଏଫ୍‌ଆଇ)...

ଭିଡ଼ ହିଂସା ପୁଣି ନେଲା ୪ ଜୀବନ: ଡାହାଣି ସନ୍ଦେହରେ ହତ୍ୟା

ରାଞ୍ଚି,୨୧।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ରବିବାର ଭୋର୍‌ ୩ଟାରେ ଝାଡ଼ଖଣ୍ଡର ଗୁମଲାରେ ୪ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। କିଛି ଲୋକ...

ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଡାକ୍ତର ଆନ୍ଦୋଳନରୁ ତେଜିଲା ରାଜନୀତି

କୋଲକାତା,୧୪ା୬( ଆଇଏଏନ୍‌ଏସ୍‌):ପଶ୍ଚିମବଙ୍ଗର ଏକ ସରକାରୀ ହସ୍ପିଟାଲରେ ହିଂସା ପରେ ୩ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ରାଜନୈତିକ ରୂପ ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାଜାର୍ନୀ...

ଖେଚୁଡି ପ୍ରସ୍ତୁତିଠାରୁ ଆରମ୍ଭ କରି ରୁଟି ବେଲି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୫।୫: ଲୋକସଭା ନିର୍ବାଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାର ଏବେ...

ସରକାର ଗଠନ ପାଇଁ ଅଣ୍ଟାଭିଡ଼ା: ଶୁକ୍ରବାର ଶିବସେନା-ଏନ୍‌ସିପି-କଂଗ୍ରେସ ବୈଠକ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ। ଏନେଇ ଶୁକ୍ରବାର ଏହି ତିନି ଦଳଙ୍କ ମଧ୍ୟରେ ବୈଠକ ହେବାର...

ଏହି ଗାଁର ୮୦ ପ୍ରତିଶତ କୃଷକ କୋଟିପତି

ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ, ତଥାପି ଏଠାରେ ଏଭଳି ଏକ ଗାଁ ରହିଛି। ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ...

Leave a comment

Your email address will not be published. Required fields are marked *