ବଜାଜ୍‌ ପ୍ଲାଟିନା ଏଚ୍‌ ଗିଅରର ବଜାର ପ୍ରବେଶ

କାମାକ୍ଷାନଗର, ୨୦।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀକୃଷ୍ଣ ଅଟୋ ପକ୍ଷରୁ ଶୁକ୍ରବାର ବଜାଜ ଅଟୋ କମ୍ପାନୀର ନୂତନ ମଡେଲ ବାଇକ୍‌ ‘ବଜାଜ ପ୍ଲାଟିନା ଏଚ୍‌ ଗିଅର’ ବଜାର ପ୍ରବେଶ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେଲ୍ସ ମ୍ୟାନେଜର ରତନ ନାଏକ ଉପସ୍ଥିତ ରହି ଗାଡ଼ିର ଦକ୍ଷତା, ଫିଚର ସମ୍ପର୍କରେ ସୂଚନା ଦେଇଥିଲେ। ୫ ଗିଅର ବିଶିଷ୍ଟ ଉକ୍ତ ବାଇକ୍‌ କମ୍‌ ପେଟ୍ରୋଲ ଖର୍ଚ୍ଚରେ ଲମ୍ବା ଯାତ୍ରା କରିପାରିବ। ଏଥିରେ ଉପଲବ୍ଧ ଅତ୍ୟାଧୁନିକ ଜ୍ଞାନକୌଶଳର ସକ୍‌ଅବଜରବର, ଡିଜିଟାଲ ହେଡ୍‌ଲାଇଟ୍‌, ମିଟର, ଟିଡିଏସ୍‌ଆଇ ଇଞ୍ଜିନ ଗ୍ରାହକଙ୍କୁ ବାଇକ୍‌ ଚଳାଇବାର ନିଆରା ଅନୁଭୂତି ଦେବ ବୋଲି ସେଲ୍ସ ମ୍ୟାନେଜର ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାମାକ୍ଷାନଗରର ପ୍ରଥମ ଗ୍ରାହକ ବିଭୂତି ଭୂଷଣ ମହାନ୍ତି, ଶ୍ରୀକୃଷ୍ଣ ଅଟୋର ନିର୍ଦ୍ଦେଶକ ମଙ୍ଗତଲାଲ କଟାରୁକା, ଛେଦିଲାଲ କଟାରୁକା, ଛଗନଲାଲ କଟାରୁକା, ବଣିକସଂଘ ସମ୍ପାଦକ ବିଶ୍ବଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By

ସୁଧୀର ୧୩୫୩୦ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୧୫ତମ ରାଉଣ୍ଡ ସୁଦ୍ଧା ୧ଲକ୍ଷ ୦୪ ହଜାର ୧୦୪ ଭୋଟ କାଉଣ୍ଟିଂ ହୋଇଛି। ସେଥିରୁ ବିଜେଡିର ସୁଧୀର ସାମଲ...

ଭୁବନରେ ଦେବସ୍ନାନ ପୂର୍ଣ୍ଣିମା

ଭୁବନ,୧୭ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି । ସକାଳେ...

ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା...

ଏସ୍‌ବିଆଇ ସମନ୍ବୟ ମେଳା:୪୧ ଏସ୍‌ଏଚ୍‌ଜିକୁ ଦିଆଯିବ ବିନା ସୁଧରେ ଋଣ

ଭୁବନ,୨୧।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ରବିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ନେଇ ସମନ୍ବୟ ମେଳା...

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ: ନୂଆ ଯୋଜନା ସଫଳ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୦।୭-ଆଠମଲ୍ଲିକ ବନଖଣ୍ଡ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ ୨ର ୪ର୍ଥ ଜିଲା ପରାମର୍ଶଦାତା କମିଟି ବୈଠକ ମଙ୍ଗଳବାର ଜିଲାପାଳ ମନୋଜ କୁମାର...

ଗୌତମପୁରରେ ଜଳ ସଙ୍କଟ: ଲୋକେ ହନ୍ତସନ୍ତ

ମାଧପୁର, ୨୯।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଗୌତମପୁର ଗ୍ରାମରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏହି ଗ୍ରାମରେ ଗୋଟିଏ ନଳକୂପ...

ପାରିପାରିକ କଳହ: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ,୮।୬: ଅନୁଗୋଳ ଜିଲା କଣିହାଁ ଥାନାରେ ପାରିବାରିକ କଳହର ସମାଧାନ ସମୟରେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଶନିବାର ପରିବାର ଲୋକେ ଅଭିଯୋଗ...

ବାଉରୀ ନାଳରେ ପୋଲ ନିର୍ମାଣ ହେଉନି: ବର୍ଷା ହେଲେ ଯାତାୟାତ ଠପ୍‌

ଛେଣ୍ଡିପଦା,୨୮ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା-ପରା ପଥରପୁଞ୍ଜି ଗ୍ରାମ ରାସ୍ତାର ମଧ୍ୟଭାଗରେ ପ୍ରବାହିତ ବାଉରୀ ନାଳ ଉପରେ ଦୀର୍ଘଦିନର ଦାବି ସତ୍ତ୍ୱେ ସ୍ଥାୟୀ ପୋଲ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *