ଡାବର ଇଣ୍ଡିଆ ଅଧ୍ୟକ୍ଷ ହେଲେ ଅମିତ ବର୍ମନ

ନୂଆଦିଲ୍ଲୀ,୨୦-୭: ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ସାମଗ୍ରୀ ଉତ୍ପାଦକ ଡାବର ଇଣ୍ଡିଆର ଅଧ୍ୟକ୍ଷ ଭାବେ ଅମିତ ବର୍ମନଙ୍କୁ ନିଯୁକ୍ତ କରାଯାଇଛି। ଉତ୍ତରାଧିକାରୀ ପରମ୍ପରା ଅନୁଯାୟୀ ତାଙ୍କୁ ଏହି ପଦ ମିଳିଛି। କମ୍ପାନୀ ପକ୍ଷରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଡାବର ଇଣ୍ଡିଆ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଆନନ୍ଦ ସି.ବର୍ମନଙ୍କ ସ୍ଥାନରେ ଅମିତ ବର୍ମନ କମ୍ପାନୀର ଅଧ୍ୟକ୍ଷ ହେବେ। ଆନନ୍ଦ ପୂର୍ବରୁ କମ୍ପାନୀର ସିଏମ୍‌ଡି ପଦ ଛାଡି ଦେଇଛନ୍ତି। ଅମିତ ପରଲୋକଗତ ଜ୍ଞାନ ସି.ବର୍ମନଙ୍କ ପୁତ୍ର। ଶୁକ୍ରବାର ଡାବର ବୋର୍ଡ ଅଫ୍‌ ଡାଇରେକ୍ଟର୍ସରେ ଅମିତଙ୍କ ନିଯୁକ୍ତିକୁ ସବୁଜ ସଙ୍କେତ ଦିଆଯାଇଛି। ଏହାବ୍ୟତୀତ ମୋହିତ ବର୍ମନଙ୍କୁ ଭାଇସ ଚେୟାରମ୍ୟାନ ଏବଂ ଆଦିତ୍ୟ ବର୍ମନଙ୍କୁ ଅଣ କାର୍ଯ୍ୟନିର୍ବାହୀ ଅତିରିକ୍ତ ନିର୍ଦ୍ଦେଶକ ଭାବେ ବୋର୍ଡରେ ସାମିଲ କରାଯାଇଛି। କମ୍ପାନୀର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ଦୁଗଲ ବୋର୍ଡରୁ ଇସ୍ତଫା ଦେଇଛନ୍ତି ବୋଲି ବିବୃତିରେ କୁହାଯାଇଛି।


All Right Reserved By Dharitri.Com

ଇଣ୍ଡିଗୋର ନିୟନ୍ତ୍ରଣ ପାଇଁ ଦୁଇ ପ୍ରମୋଟରଙ୍କ ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ,୧୭-୫: ଜେଟ୍‌ ଏୟାରଓ୍ବେଜ୍‌ ପରେ ବେସାମରିକ ବିମାନ ଚଳାଚଳ ସେକ୍ଟରର ଦୁର୍ଦ୍ଦିନ ବଢ଼ିବାରେ ଲାଗିଛି। ଦେଶର ସବୁଠାରୁ ସଫଳ ଏବଂ ଲାଭଜନକ ଏୟାରଲାଇନ୍ସ କୁହାଯାଉଥିବା ଇଣ୍ଡିଗୋର...

ଆମଦାନୀ ଶୁଳ୍କ ନେଇ ଭାରତକୁ ପୁଣି ଟାର୍ଗେଟ କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦-୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମଦାନୀ ଶୁଳ୍କ ନେଇ ପୁଣିଥରେ ଭାରତକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଉତ୍ପାଦ ବିଶେଷ କରି...

ଆଜିଠାରୁ ବଦଳିଯିବ ଏସବୁ ନିୟମ

ନୂଆଦିଲ୍ଲୀ,୧-୧୦: ଅକ୍ଟୋବର ୧ଠାରୁ ସରକାର କିଛି ପରିବର୍ତ୍ତିତ ଆର୍ଥତ୍କ ନିୟମ ଲାଗୁ କରିବେ। ଖାଉଟିଙ୍କ ଉପରେ ଏହାର କି ପ୍ରଭାବ ରହିବ ତାହା ବିଚାର କରିବାକୁ...

କରୋନାର ପ୍ରଭାବରେ ଅର୍ଥବ୍ୟବସ୍ଥା ଟଳମଳ: ଭାରତର ଅଭିବୃଦ୍ଧି ହାରକୁ କମାଇଲା ମୁଡିଜ୍‌

ନୂଆଦିଲ୍ଲୀ,୧୭।୨: ପୃଥିବୀର ଦ୍ୱିତୀୟ ବୃହତମ ଅର୍ଥ ବ୍ୟବସ୍ଥା ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାର ବେଶ୍‌ ପ୍ରଭାବିତ ହୋଇଛି। କରୋନା ଯୋଗୁ...

୪,୧୫୨ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କଲା ଏଲ୍‌ଆଇସି

ଭୁବନେଶ୍ୱର, ୧୮-୪: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ପୂର୍ବ କେନ୍ଦ୍ରୀୟ ଜୋନ ବୀମା ପ୍ରିମିୟମ ସଂଗ୍ରହ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ଜୋନ ପ୍ରଥମ ପ୍ରିମିୟମ...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ମୁମ୍ବାଇ,୧୦-୧୦: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ବୁଧବାର ଏହାର ମାର୍ଜିନାଲ କଷ୍ଟ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ(ଏମ୍‌ସିଏଲ୍‌ଆର୍‌) ହାରକୁ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି।...

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର କୁପ୍ରଭାବ ଯୋଗୁ ସଙ୍କଟରେ ସୁନ୍ଦରଗଡ଼ ଜିଲାର ଷ୍ଟିଲ୍‌ ଶିଳ୍ପ

ରାଉରକେଲା ଅଫିସ, ୧୩।୨-ଷ୍ଟିଲ ଉତ୍ପାଦନ କରୁଥିବା ସହର ଭାବେ ରାଉରକେଲା ବେଶ୍‌ ପରିଚିତ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ ଛୋଟବଡ଼ ଷ୍ଟିଲ ଶିଳ୍ପ କାରଖାନା ଗଢିଉଠିଛି।...

ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ଆରମ୍ଭ;ଶିଳ୍ପ ପ୍ରତିଷ୍ଠା ଲାଗି ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ

ଭୁବନେଶ୍ୱର,୯-୧(ବ୍ୟୁରୋ): ବହୁ ପ୍ରାଚୀନ ସମୟରୁ ଓଡିଶା ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦେଇଆସିଛି। ପୂର୍ବ କାଳର ଏହି ଐତିହ୍ୟ ଏବେ କଳିଙ୍ଗ ଏବଂ ଉତ୍କଳ ବ୍ରାଣ୍ଡ ନାମରେ...

Leave a comment

Your email address will not be published. Required fields are marked *