୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ;କଂଗ୍ରେସ ସରକାର ଯୋଗୁ ଏହା ସମ୍ଭବ ହେବାକୁ ଯାଉଛି

ନୂଆଦିଲ୍ଲୀ,୨୦-୭: ମୋଦି ସରକାର ଦେଶର ଅର୍ଥନୀତିକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ଏହା ଉପରେ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଣବ ମୁଖାର୍ଜୀ ନିଜର ପ୍ରତିକ୍ରିୟା ପ୍ରକାଶ କରି ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ଯୋଜନା ଆୟୋଗକୁ ଭାଙ୍ଗି ଦେଇଥିବା ସରକାର ମନେ ରଖିବା ଉଚିତ୍‌ ଯେ, ଯୋଜନାବଦ୍ଧ ଅର୍ଥନୀତି ପ୍ରତି ଭରସା ଥିବା ସରକାର ହିଁ ଆଧୁନିକ ଭାରତର ମୂଳଦୁଆ ପକାଇଥିଲେ। ଆଜିକାଲି ତାହା ଦେଖାଯାଉନାହିଁ। ୫ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ଭାରତ ଅଗ୍ରସର ହେଉଛି ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଜାଣନ୍ତୁ ଯେ, ସ୍ବାଧୀନତା ପରେ କଂଗ୍ରେସ ସରକାର ଦ୍ୱାରା ଏହାର ଦୃଢ଼ ଭିତ୍ତି ସ୍ଥାପନ କରାଯାଇଥିଲା। ସ୍ଥାନୀୟ ମାଓ୍ବଲକର ହଲ୍‌ସ୍ଥିତ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଣବ କହିଛନ୍ତି ଯେ, ଯେଉଁ ଲୋକମାନେ ୫୫ ବର୍ଷର କଂଗ୍ରେସ ଶାସନକୁ ସମାଲୋଚନା କରୁଛନ୍ତି, ସେମାନେ ଭୁଲିଯାଉଛନ୍ତି ଯେ, ଦେଶ ସ୍ବାଧୀନ ବେଳେ ଭାରତ କେଉଁଠି ଥିଲା ଏବଂ ଆମେ ଏବେ କେଉଁଠି ପହଞ୍ଚତ୍ଛୁ। ଅଣ କଂଗ୍ରେସ ଶାସନର ମଧ୍ୟ ଦୃଢ଼ ଅର୍ଥନୀତିରେ ଯୋଗଦାନ ଥିଲା। ତେବେ ଯେଉଁମାନେ ୫୫ ବର୍ଷର କଂଗ୍ରେସ ଶାସନକୁ ସମାଲୋଚନା କରୁଛନ୍ତି, ସେମାନେ ଆମେ କେଉଁଠୁ ଆରମ୍ଭ କରିଥିଲୁ ଓ କେଉଁଠି ଛାଡିଲୁ। ଭାରତର ଅର୍ଥନୀତି ଯଦି ଏବେ ୫ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ବାକୁ ଯାଉଛି। କଂଗ୍ରେସ ସରକାର ଦେଶର ଅର୍ଥନୀତିକୁ ୧.୮ ଲକ୍ଷ କୋଟି ଡଲାରରେ ପହଞ୍ଚାଇ ଶାସନ ଛାଡ଼ିଛି। ପ୍ରାୟ ଶୂନ୍ୟରୁ ଅର୍ଥନୀତିକୁ ଏହି ସ୍ଥାନରେ ପହଞ୍ଚାଇପାରିଛି କଂଗ୍ରେସ ସରକାର। ଭାରତର ଭବିଷ୍ୟତର ଅର୍ଥନୀତିର ଭିତ୍ତିଭୂମି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଡ.ମନମୋହନ ସିଂ ଏବଂ ପି.ଭି.ନରସିଂହ ରାଓଙ୍କ ସରକାର ଯୋଗୁ ସମ୍ଭବ ହୋଇପାରିଛି। ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ କହିଛନ୍ତି ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଭାଷଣ ବେଳେ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହା ଆକାଶରୁ ଉଡ଼ି ଆସିବନି। ଏଥିଲାଗି ଆବଶ୍ୟକ ଦୃଢ଼ ଭିତ୍ତିଭୂମି ରହିଛି। ଏହାକୁ ବ୍ରିଟିଶମାନେ ନୁହେଁ ଦେଶ ସ୍ବାଧୀନ ପରେ ଭାରତୀୟମାନେ ହିଁ ତିଆରି କରିଛନ୍ତି। ସେ କହିଛନ୍ତି ଯେ, ଭାରତର ଅର୍ଥନୀତି ଏବେ ଦ୍ରୁତଗତିରେ ଆଗେଇ ଚାଲିଛି। ନେହେରୁ ତଥା ଅନ୍ୟମାନେ ଦେଶରେ ଆଇଆଇଟି,ଇସ୍ରୋ, ଆଇଆଇଏମ୍‌, ବ୍ୟାଙ୍କିଙ୍ଗ ନେଟ୍‌ଓ୍ବାର୍କ ଆଦି ସ୍ଥାପନ କରିବା ଯୋଗୁ ଏହା ସମ୍ଭବ ହୋଇପାରିଛି। ଡ.ମନମୋହନ ସିଂ ଏବଂ ନରସିଂହା ରାଓଙ୍କ ଅର୍ଥନୀତିର ଉଦାରୀକରଣ କରିବା ଯୋଗୁ ଏହାକୁ ସହାୟତା ମିଳିଥିଲା। ଯାହା ଦ୍ୱାରା ଭାରତର ଅର୍ଥନୀତି ଅଭିବୃଦ୍ଧି ସମ୍ଭାବନା ବଢ଼ିଛି। ଏହାକୁ ଭିତ୍ତି କରି ଅର୍ଥମନ୍ତ୍ରୀ ଆଜି ଉକ୍ତ ଦାବି କରୁଛନ୍ତି।


All Right Reserved By Dharitri.Com

ବଜାରରେ ସୋନିଅର୍‌ ପ୍ଲାଏ ଉଡ୍‌

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ସୋନିଅର୍‌ ପ୍ଲାଏ ଉଡ୍‌ର କଟକଠାରେ ବଜାର ପ୍ରବେଶ ହୋଇଛି। ଗତ ୩୦ ବର୍ଷ ଧରି କମ୍ପାନୀ ଗ୍ରାହକଙ୍କୁ ଏହାର ପ୍ରଡକ୍ଟ ଯୋଗାଇ ଆସୁଛୁ।...

ଆଇଟି ଶିଳ୍ପରେ ୨ ଲକ୍ଷ କର୍ମଚାରୀଙ୍କ ଛଟେଇ ଆଶଙ୍କା

ନୂଆଦିଲ୍ଲୀ,୨୭-୧୧: ଦେଶର ଆଇଟି ଶିଳ୍ପରେ ଛଟେଇ ଧାରା ବନ୍ଦ ହେବାର ନାଁ ଧରୁନାହିଁ। ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଆଇଟି ଶିଳ୍ପରେ ୧ ରୁ ୨...

ଚାଷୀଙ୍କୁ ସିଧାସଳଖ ସାର ସବ୍‌ସିଡି ଦେବାକୁ ବିଚାର

ନୂଆଦିଲ୍ଲୀ,୭-୬: କେନ୍ଦ୍ର ସରକାର ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି)ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ଚାଷୀଙ୍କୁ ସାର ସବ୍‌ସିଡି ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଦେବାକୁ...

ଇ-କମର୍ସ ନୀତିରେ ଖାଉଟିଙ୍କ ସୁରକ୍ଷାକୁ ଅଗ୍ରାଧିକାର;୧୪ ଦିନ ଭିତରେ ଦେବାକୁ ହେବ ରିଫଣ୍ଡ

ନୂଆଦିଲ୍ଲୀ,୭-୮: କେନ୍ଦ୍ର ସରକାର ଇତିମଧ୍ୟରେ ଇ-କମର୍ସ ଲାଗି ଗାଇଡଲାଇନ ଚିଠା ପ୍ରସ୍ତାବ ଜାରି କରିଛନ୍ତି। ଉପଭୋକ୍ତାଙ୍କ ହିତକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି। ପ୍ରସ୍ତାବ ଅନୁଯାୟୀ ଅନ୍‌ଲାଇନ...

ଆୟକର ବିଭାଗ ୬୪,୭୦୦ କୋଟି ରିଫଣ୍ଡ ଦେଲେ

ନୂଆଦିଲ୍ଲୀ,୨୫-୬: ଆୟକର ବିଭାଗ ଚଳିତ ଆର୍ଥିକ ବର୍ଷରେ ୬୪,୭୦୦ କୋଟି ଟଙ୍କା ରିଫଣ୍ଡ ପ୍ରଦାନ କରିଛି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୧.୬୧ ଲକ୍ଷ କୋଟି...

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର...

ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ, ଜିଏସ୍‌ଟି ଦାୟୀ:ମନମୋହନ

ନୂଆଦିଲ୍ଲୀ,୧୩-୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣ ଓ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସ୍‌ଟି ଦାୟୀ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮-୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ସୁଧ ହ୍ରାସ ସମ୍ପର୍କରେ ଘୋଷଣା...

Leave a comment

Your email address will not be published. Required fields are marked *