Posted inUncategorized

ଲଙ୍କାଗୁଣ୍ଡ ପକାଇ ୧. ୬୬ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ମହିଳା କର୍ମଚାରୀ ଓ ତାଙ୍କ ପ୍ରେମିକ ଗିରଫ

ଚାନ୍ଦବାଲି, ୨୦ା୭ (ଡି.ଏନ.ଏ.) – ଭଦ୍ରକ ଜିଲା ମତୋ-ମାଧପୁର ରାସ୍ତାରେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ଲୁଟ୍‌ ଘଟଣାର ୧୧ ଦିନ ପରେ ପର୍ଦ୍ଦାଫାଶ ହୋଇଛି। ଏକ ସ୍କୁଟି ଯୋଗେ ଟଙ୍କା ନେଇ ଯାଉଥିବା ମହିଳା କର୍ମଚାରୀ ନିଜ ପ୍ରେମିକଙ୍କ ସହାୟତାରେ ଏଭଳି ଲୁଟ୍‌ ନାଟକ ରଚିଥିବା ଚାନ୍ଦବାଲି ଥାନା ପୋଲିସ କହିଛି। ଏହି ଘଟଣାରେ ଅଭିଯୁକ୍ତ ମହିଳା କର୍ମଚାରୀ ଓ ତାଙ୍କ ପ୍ରେମିକଙ୍କୁ ପୋଲିସ ଶୁକ୍ରବାର ଗିରଫ କରି ରାତି ୮ଟାରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଯାଇଛି।
ଚାନ୍ଦବାଲି ପୋଲିସ ଏହି ସୂଚନା ଦେଇ କହିଛି ଯେ, ଭୁବନେଶ୍ୱରର ଅନ୍ନପୂର୍ଣ୍ଣା ଫାଇନାନ୍ସ ନାମକ କମ୍ପାନୀ ଚାନ୍ଦବାଲିରେ ଏକ ଶାଖା ଖୋଲି ଯାଜପୁର ସଦର ଥାନା ଅଧୀନ ରସୁଣା ବରୁଅଁା ଗଁାର ଜଣେ ଯୁବତୀଙ୍କୁ କଲେକସନ ଏଜେଣ୍ଟ ଭାବେ ନିଯୁକ୍ତି ଦେଇଥିଲା। ଚାକିରି କରିବା ସମୟରେ ଏହି ଯୁବତୀଙ୍କର ଫେସ୍‌ବୁକରେ ବାଲେଶ୍ୱର ଜିଲା ସିମୁଳିଆ ଥାନା ରଘୁନାଥପୁର ଗଁାର ସୁଶୀଲ କୁମାର ସ୍ବାଇଁଙ୍କ ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ବିବାହ କରିବାକୁ ଯୋଜନା କରିଥିଲେ। ସୁଶୀଲ ନିଜ ଗଁାରେ ଘର ତିଆରି କରୁଥିବାରୁ କିଛି ଟଙ୍କାର ଆବଶ୍ୟକତା ଥିଲା। ଉଭୟ ମିଶି ଅନ୍ନପୂର୍ଣ୍ଣା ଫାଇନାନ୍ସର ଆଦାୟ ଟଙ୍କାଙ୍କୁ ରାସ୍ତାରେ ହଡ଼ପ କରି ଏହାକୁ ଲୁଟ୍‌ ରୂପ ଦେବାକୁ ଯୋଜନା କରିଥିଲେ। ତଦନୁଯାୟୀ ଗତ ୮ ତାରିଖରେ ଅଧିକ ପରିମାଣର ଟଙ୍କା ନେଇ ଏହି ଯୁବତୀ ଜଣଙ୍କ କମ୍ପାନୀ ଅଫିସରେ ଜମା କରିବାକୁ ମାଧପୁରରୁ ଚାନ୍ଦବାଲି ଯାଉଥିଲେ। ପୂର୍ବ ଯୋଜନା ମୁତାବକ ସୁଶୀଲ ଏକ ବାଇକ୍‌ରେ ମାଧପୁର ଆସିଥିଲେ। ସନ୍ଦେହ ନ ହେବା ପାଇଁ ରାମସେରପୁର ଛକରେ ଥିବା ଏକ ଦୋକାନରୁ ସୁଶୀଲ ଲଙ୍କା, ଜିରା ଓ ଅନ୍ୟ ମସଲା ଗୁଣ୍ଡ କିଣିଥିଲେ। ରାସ୍ତାରେ ଯୁବତୀ ଜଣଙ୍କ ଟଙ୍କା ବ୍ୟାଗ୍‌ ଓ ନିଜର ମୋବାଇଲକୁ ସୁଶୀଲଙ୍କୁ ବଢ଼ାଇ ଦେଇଥିଲେ। ପରେ ସେ ନିଜ ସ୍କୁଟିରେ ଲଙ୍କାଗୁଣ୍ଡ ପକାଇ ଲୁଟ୍‌ର ନାଟକ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳର ନିକଟରେ ମତୋ ପୋଲିସ ଫାଣ୍ଡି ଥିବାବେଳେ ଯୁବତୀ ଜଣଙ୍କ ସେଠାରେ ଅଭିଯୋଗ ନ କରି ୧୦ କି.ମି. ଦୂର ଚାନ୍ଦବାଲି ଥାନାକୁ ଆସି ଅଭିଯୋଗ କରିବା ପୋଲିସକୁ ସନ୍ଦେହରେ ପକାଇଥିଲା। ତେବେ ତାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୧୭୫/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ଯୁବତୀଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରିବା ସହିତ ଏହାର କଲ୍‌ ଡିଟେଲ ବାହାର କରି ପୋଲିସ ତଦନ୍ତକୁ ଆଗେଇ ନେଇଥିଲା। ଗୁରୁବାର ରାତିରେ ଚାନ୍ଦବାଲି ଥାନାଧିକାରୀ ତାପସ ପ୍ରଧାନ ଓ ମତୋ ଫାଣ୍ଡି ଅଧିକାରୀ ମହମ୍ମଦ ହାପିଜ ସଦଳବଳ ସୁଶୀଲଙ୍କ ଘର ରଘୁନାଥପୁରରେ ଚଢ଼ାଉ କରି ତାଙ୍କୁ ଚାନ୍ଦବାଲି ଥାନାକୁ ଆଣିଥିଲେ। ସୁଶୀଲ ଲୁଟ୍‌ ଟଙ୍କା ନେଇ ଘର ତିଆରି କାମରେ ବାକିଥିବା ସିମେଣ୍ଟ ଓ ରଡ୍‌ ଦୋକାନରେ ଶୁଝିଥିବା ଏବଂ ଯୁବତୀଙ୍କ ମୋବାଇଲର ସିମ୍‌ କାଢ଼ି ଦେଇ ମୋବାଇଲକୁ ଗୋଟିଏ ସ୍ଥାନରେ ପୋତି ଦେଇଥିବା ସ୍ବୀକାର କରିଥିଲେ। ପୋଲିସ ଯୁବତୀଙ୍କୁ ଥାନାକୁ ଆଣି ମଧ୍ୟ ପଚରାଉଚରା କରିଥିଲା। ଟଙ୍କା ଫେରାଇ ମାମଲାର ଆପୋଷ ସମାଧାନ କରିବାକୁ ପ୍ରେମୀଯୁଗଳ ଚାହିଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା।


All Right Reserved By Dharitri.Com

Posted inUncategorized View All

ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକ ଗିରଫ

କର୍ଲାମୁଣ୍ଡା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ନକଲି ଶିକ୍ଷକଙ୍କୁ ଗିରଫ କରାଯାଇଛି। ଜାଲ ପ୍ରମାଣପତ୍ର...

ପାମ୍ପୁଡ଼ି ପନିର୍‌

ପନିର୍‌କୁ ବିଭିନ୍ନ ସ୍ବାଦ ଦେଇ ଖାଦ୍ୟ ପ୍ରସ୍ତୁତ କରାଯାଏ । ଖଟା, ମିଠା ଓ ରାଗ ଆଦି ସ୍ବାଦରେ ପନିର୍‌ ବେଶ୍‌ ଭଲ ଲାଗେ। ସେହିଭଳି...

ସେଲ୍‌ଫି ଅନ୍ତରାଳେ..

ଆଜିକାଲି ସେଲ୍‌ଫି ନେବା ଏକ ମାନିଆ ପାଲଟି ଗଲାଣି। ଫଟୋରେ କମେଡିଆନ୍‌ ହରିହର ମହାପାତ୍ର ଓରଫ ହରି ଭାଇ ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶିନୀଙ୍କ ସହ ଏକ...

ଶ୍ରୀଅଲାରନାଥଙ୍କ ପୀଠରେ ମକର ନୀତି ସମ୍ପନ୍ନ

ବ୍ରହ୍ମଗିରି,୧୬ା୧(ଡି.ଏନ୍‌.ଏ.): ପବିତ୍ର ମକର ସଂକ୍ରାନ୍ତିରେ ବୁଧବାର ଶ୍ରୀଅଲାରନାଥଙ୍କ ପୀଠରେ ସ୍ବତନ୍ତ୍ର ମକର ନୀତି ଅନୁଷ୍ଠିତ ହୋଇଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି,...

ଦୁଇ ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ଉଦ୍ଧାର କାର୍ଯ୍ୟ ଜାରି

ହାଇଦ୍ରାବାଦ୍‌,୧୧।୧୧: ହାଇଦ୍ରାବାଦ୍‌ରେ ଦୁଇ ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ସ୍ଥାନୀୟ କାଚିଗୁଡ଼ା ରେଳ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପକ୍ଷରୁ...

ଜାତୀୟ କ୍ରୀଡ଼ା ଦିବସ ପାଳନ

ଧର୍ମଶାଳା,୩୦-୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ନେହେରୁ ଯୁବକେନ୍ଦ୍ର ଓ ସୁକନ୍ୟା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଗୁରୁବାର ଜାରକାସ୍ଥିତ ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ...

ସିଏଏ-ଏନ୍‌ଆର୍‌ସିକୁ ନେଇ ହୋଇଥିବା ବୈଠକରେ ଯୋଗଦେଲେ ୨୦ ବିରୋଧୀ ଦଳ

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନଆର୍‌ସି) ବିରୋଧରେ ସୋମବାର ଅପରାହ୍ନରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ। ଏଥିରେ କଂଗ୍ରେସ...

ପାକିସ୍ତାନ ନାଳରୁ ମିଳିଲା ବିଏସଏଫ ଯବାନ ପରିତୋଷ ମଣ୍ଡଳଙ୍କ ମୃତଦେହ

ଇସଲାମାବାଦ,୧।୧୦: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ ହୋଇଯାଇଥିବା ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଯବାନ ପରିତୋଷ ମଣ୍ଡଳ(୫୪)ଙ୍କ ମୃତଦେହ ପାକିସ୍ତାନରୁ ଅଇକ୍‌...

Leave a comment

Your email address will not be published. Required fields are marked *