ବେଆଇନ ଭାବେ ଗୋରୁ ହସ୍ତାନ୍ତର ଘଟଣା: ରାଜରାସ୍ତାକୁ ଓହ୍ଲାଇବ ବଜରଙ୍ଗ ଦଳ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ବେଆଇନ ଗୋରୁ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ସୋମବାର ବିଳମ୍ବିତ ରାତିରେ ଜଳେଶ୍ୱରସ୍ଥିତ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ଜନସାଧାରଣ ଅଟକାଇ ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଉକ୍ତ ପିକ୍‌ଅପ୍‌ରେ ଅତି ଦୟନୀୟ ଅବସ୍ଥାରେ ଥିବା ୨୪ଟି ଗୋରୁ ଉଦ୍ଧାର କରି ସହରର ଶାନ୍ତିଆସ୍ଥିତ ଷ୍ଟାଡ଼ିୟମ ପରିସରରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ରଖିଥିଲେ। ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା (ନଂ.୧୬୩/୧୯) ରୁଜୁ କରିଥିଲା। ଗୁରୁବାର ପୋଲିସ ଉକ୍ତ ଗୋରୁଙ୍କୁ ବିନା କୋର୍ଟ ଆଦେଶରେ ତରବରିଆ ଭାବେ ସ୍ଥାନୀୟ ଗ୍ରାମବାସୀଙ୍କ ଅଜାଣତରେ ଗୋଶାଳାକୁ ନ ପଠାଇ ଶାନ୍ତିଆ, ମହମ୍ମଦନଗର ପାଟଣା, ଗୋବରଘାଟା, ଗୋପ, ସାହାଡ଼ାପଡ଼ା ଆଦି ଗ୍ରାମର ଲୋକମାନଙ୍କୁ ହସ୍ତାନ୍ତର କରିଥିଲା। ଯାହାକୁ ନେଇ ଶୁକ୍ରବାର ଅପରାହ୍ନରେ ଜଳେଶ୍ୱର ବଜରଙ୍ଗ ଦଳ ତରଫରୁ ଏକ ଖବରଦାତା ସମ୍ମିଳନୀ ଷ୍ଟେଶନବଜାରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ବଜରଙ୍ଗ ଦଳର ଜଳେଶ୍ୱର ସଂଯୋଜକ ପବନ କୁମାର ସାହୁ, ସଦସ୍ୟ କାଳିଚରଣ ରାଜ, ତାପସ କର୍ମକାର, ସପନ କର୍ମକାର, ଅଞ୍ଜନ ଦାସ, ସତ୍ୟବ୍ରତ ପଣ୍ଡା, ଜୟଶଙ୍କର ବେହେରା ଓ ଅନ୍ୟ କର୍ମକର୍ତ୍ତା ପୋଲିସ ସନ୍ଦେହଜନକ କାର୍ଯ୍ୟଶୈଳୀ ଉପରେ ଘୋର ଆପତ୍ତି ଉଠାଇଛନ୍ତି। ଜଳେଶ୍ୱର ପୋଲିସ ଗୋରୁ ମାଫିଆଙ୍କ ସହିତ ଭାଗବଣ୍ଟା କରି ଚାଷୀ ଭାବେ କେତେକ ଗୋଚାଲାଣକାରୀଙ୍କୁ ଚଞ୍ଚକତାପୂର୍ଣ୍ଣ ଭାବେ ଉକ୍ତ ଗୋରୁକୁ ହସ୍ତାନ୍ତର କରିଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି। ଉଦ୍ଧାର କରାଯାଇଥିବା ଗୋରୁକୁ ଗୋଶାଳାକୁ ପଠାଇବାର ବନ୍ଦୋବସ୍ତ ନ କଲେ ବଜରଙ୍ଗ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଉକ୍ତ ଗୋରୁଗୁଡ଼ିକୁ ବେଆଇନ ଭାବେ ହସ୍ତାନ୍ତରକୁ ନେଇ ଶାନ୍ତିଆ ଗ୍ରାମର ଶତାଧିକ ମହିଳା ଜଳେଶ୍ୱର ପୋଲିସର ଅଧିକାରୀ ଓ କର୍ମଚାରୀଙ୍କୁ ଘଣ୍ଟାଧିକାଳ ଅଟକ ରଖି ଗୋରୁଗୁଡ଼ିକୁ ଫେରାଇ ଆଣିବା ପାଇଁ ଦାବି କରିଥିଲେ।


All Right Reserved By Dharitri.Com

‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ: ୩୦ହଜାର ଲୋକ ସ୍ଥାନାନ୍ତର ହେବେ; ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ

ଭଦ୍ରକ ଅଫିସ, ୧ା୫- ଭଦ୍ରକ ଜିଲା ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ବାତ୍ୟା ‘ଫନି’ର ମୁକାବିଲା ପାଇଁ ଏକ ପ୍ରସ୍ତୁତି...

ଜମୁଛି ଆଖଡା ଖେଳ

ରେମୁଣା, ୭ା୧୦(ଡି.ଏନ.ଏ.)-ଚଳିତବର୍ଷ ଦୁର୍ଗାଷ୍ଟମୀ ମହାସମାରୋହରେ ପାଳିତ ହୋଇଛି। ପ୍ରତିବର୍ଷ ପରି ଐତିହାସିକ ପାଇକ ଆଖଡା ଖେଳ ଅନୁଷ୍ଠିତ ହୋଇଥିଲା। ମନ୍ଦାରପୁରର ୨ଟି ଖେଳ ସହିତ ମହାବୀର...

ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାରିପଦା ଅଫିସ,୧୪।୬: ଚିକିତ୍ସା ଅବହେଳାରୁ ବାରିପଦା ମେଡିକାଲ କଲେଜରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଏ ନେଇ ମହିଳାଙ୍କ...

ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା...

ସ୍ଥିତି ହରାଇଛି ଐତିହାସିକ କୋଷ୍ଟ କେନାଲ

ବାଲିଆପାଳ, ୧୫।୩(ସୁକାନ୍ତ କୁମାର ଗିରି)-ବ୍ରିଟିଶ ଅମଳରେ ଜଳପଥରେ ଗମନାଗମନ, ନୈାବାଣିଜ୍ୟ ଲାଗି ଖୋଳାଯାଇଥିବା ଓଡ଼ିଶା କୋଷ୍ଟ କେନାଲ ଏବେ ସ୍ଥିତି ହରାଇ ବସିଛି। ଦେଶ ସ୍ବାଧୀନ...

ନିଶା ନିବାରଣ ଲାଗି ଅଣ୍ଟା ଭିଡିଲେ ଛାତ୍ରୀଛାତ୍ର

ଖଇରା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ଚାଲିଛି। କେଉଁଠି ବହୁ ମୂଲ୍ୟ ଜୀବନ ଚାଲି ଯାଉଛି ତ...

ଜୋନ୍‌ସ୍ତରୀୟ କଳା ଉତ୍ସବ: ଭାଗ ନେଲେ ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍‌ ଶିକ୍ଷକ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ସହର ସ୍ଥିତ ମିଶନ ବାଳିକା ବିଦ୍ୟାଳୟ ପରିସରରେ ଜୋନ୍‌ସ୍ତରୀୟ କଳା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର...

ସଭାଗୃହ ଛାଡି ଚାଲିଗଲେ ଏମପି

ଖୁଣ୍ଟା,୨୧।୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସଭାକକ୍ଷରେ ଶନିବାର ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ବୈଠକ ଆରମ୍ଭ ନ ହୋଇ...

Leave a comment

Your email address will not be published. Required fields are marked *