ପ୍ରଶାସନର ନଜର ପଡ଼ିଲାନି; ଆବର୍ଜନା ସଫେଇ କଲେ କିନ୍ନର

ପୁରୀ ଅଫିସ, ୧୯। ୭:ବାତ୍ୟା ଫନୀକୁ ଇତିମଧ୍ୟରେ ଅଢେଇ ମାସ ବିତିଲାଣି। ହେଲେ ପୁରୀ ସହର ଉପକଣ୍ଠ କେତେକ ଗଁାରେ ଏବେ ବି ବାତ୍ୟାର ଚିହ୍ନ ସ୍ପଷ୍ଟ ବାରି ହୋଇପଡୁଛି। ବହୁ ଗଛରୁ ଡାଳ ଭାଙ୍ଗିଥିଲେ ମଧ୍ୟ ତାହାକୁ କଟାଯାଇନାହିଁ। ଅଧାଭଙ୍ଗା ଡାଳ ଏବେ ବି ଗଛରେ ଝୁଲି ରହିଛି। ସେହିପରି ଗଁା ଗହଳିରେ ଅଳିଆ ଆବର୍ଜନା ସମ୍ପୂର୍ଣ୍ଣ ଭାବେ ସଫା ହୋଇପାରିନାହିଁ। ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏଭଳି ଗଁା ଉପରେ ଏବେ ପୁରୀ ଜିଲା କିନ୍ନର ସଂଘର ନଜର ପଡ଼ିଛି। ଶୁକ୍ରବାର ସଂଘର ପ୍ରାୟ ୨୨ଜଣ କିନ୍ନର ମଙ୍ଗଳାଘାଟ ପାଇକ ସାହିରେ ପହଞ୍ଚତ୍ ସଫେଇ କରିଛନ୍ତି। ବାତ୍ୟାରେ ଭାଙ୍ଗିପଡ଼ିିଥିବା ଗଛପତ୍ର ସମେତ ଗଁା ମଝି ଫାଙ୍କା ଜାଗାରେ ମାଡ଼ିଯାଇଥିବା ଅନାବନା ଘାସପତ୍ର ମଧ୍ୟ କାଟି ସଫା କରିଛନ୍ତି। ସଂଘର ମା’ ଦେବକୀ କିନ୍ନର କହିଛନ୍ତି, ସହରରେ ମ୍ୟୁନିସିପାଲିଟି ସଫା କରୁଛି। ହେଲେ ଗଁାକୁ କେହି ଆସୁନାହାନ୍ତି। ତେଣୁ ସହର ଉପକଣ୍ଠ ବିଭିନ୍ନ ଗଁାକୁ ଯାଇ ସଫେଇ କରିବା ଲାଗି ନିଷ୍ପତ୍ତି ନେଇଛୁ। ଏହାଦ୍ୱାରା ଗ୍ରାମବାସୀ ଏବଂ ଆମ ଭିତରେ ଏକ ସମ୍ପର୍କ ସୃଷ୍ଟି ହୋଇପାରିବ। କିନ୍ନରମାନଙ୍କୁ ଲୋକେ ଯେଉଁ ଦୃଷ୍ଟିରେ ଦେଖୁଛନ୍ତି ତାହା ମଧ୍ୟ ପରିବର୍ତ୍ତନ ହୋଇପାରିବ। ବାତ୍ୟା ପରେ ଅନେକ ଗଁା ଏବେ ବି ଅବହେଳିତ ହୋଇରହିଛି। ବାତ୍ୟାରେ ପାଇକ ସାହିରେ ଅନେକଙ୍କ ଘର ଭାଙ୍ଗିଯାଇଥିବା ବେଳେ ବହୁ ଗଛ ଭାଙ୍ଗିଛି। ଗଁା ବ୍ୟତୀତ ସହରରେ ମ୍ୟୁନିସିପାଲିଟି ଆଢୁଆଳରେ ରହିଯାଇଥିବା ବିଭିନ୍ନ ସ୍ଥାନକୁ ସଫା କରିବୁ ବୋଲି ସେ କହିଛନ୍ତି। ସେହିପରି ସଂଘର ସଭାପତି ପ୍ରିୟାଂଶୀ ଦାସ କହିଛନ୍ତି, ବିଭିନ୍ନ ଗଁା ବୁଲି ସଫେଇ କରିବାକୁ ନିଷ୍ପତ୍ତି ନେଇଛୁ। ପାଇକ ସାହିରେ ସଫେଇ କାମରେ ଗଁା ଲୋକେ ଆମକୁ ସହଯୋଗ କରିଥିଲେ। ଏହାଦ୍ୱାରା ଆମେ ଅଧିକ ଉତ୍ସାହିତ ହୋଇଥିଲୁ।


All Right Reserved By Dharitri.Com

ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ ନେଇ ଦୋଷ ଲଦାଲଦି

ଭୁବନେଶ୍ୱର,୯।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କ ଖରାପ ସ୍ଥିତିଦେଇ ଗତି କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ଥ ସେଥିରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ...

ଖର୍ଚ୍ଚ ଦାବି ଆଲୋଚନାରେ ସରକାରଙ୍କୁ ବିରୋଧ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚ ଦାବି ଉପରେ ସୋମବାର ଅପରାହ୍ନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ...

ଜେଇଇ, ଏନ୍‌ଇଇଟି ପାଇଁ ତାରିଖ ଘୋଷଣା: ହେବନି ସିବିଏସ୍‌ଇ ୧୦ମ ପରୀକ୍ଷା

ଭୁବନେଶ୍ୱର,୬ା୫(ବ୍ୟୁରୋ): ଦେଶରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌ ଓ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି ୟୁଜି ୨୦୨୦) ନେଇ...

ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ: ଆଉଟ୍‌ଡୋର ବର୍ଜନ କଲେ କନିଷ୍ଠ ଡାକ୍ତର

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୧୮।୬: କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ସୋମବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟର ପ୍ରଭାବ ଏସ୍‌ସିବି...

ବିମାନବନ୍ଦର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାର ସିବିଆଇ ତଦନ୍ତ କରାଯାଉ: କଂଗ୍ରେସ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଘଟଣାରେ ପ୍ରତିକ୍ରିୟା...

ରାଜ୍ୟ ଗାଇଡ୍‌ କମିଶନରଙ୍କ ବିଶ୍ୱ ଜାମ୍ବୋରୀରେ ଯୋଗଦାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ରାଜ୍ୟ ସଂସ୍ଥାର ସହକାରୀ ଗାଇଡ୍‌ କମିଶନର ଡ. ନମିତା ପଟ୍ଟନାୟକ ଉତ୍ତର ଆମେରିକାର ପଶ୍ଚିମ ଭର୍ଜିନିଆରେ ହେଉଥିବା ୨୪ତମ...

ଷ୍ଟିଙ୍ଗ୍‌ ଅପରେଶନ୍‌ରେ ଧରାପଡ଼ିଲେ ଜେଇ

ବଲାଙ୍ଗୀର ଅଫିସ, ୧।୮: ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ ଖଲିଆପାଲି ପଞ୍ଚାୟତର ଜଣେ ୱାର୍ଡମେମ୍ବରଙ୍କ ଷ୍ଟିଙ୍ଗ୍‌ ଅପରେଶନ୍‌ରେ ଲାଞ୍ଚ ନେଲାବେଳେ ଧରାପଡିଛନ୍ତି ବ୍ଲକର ଜେଇ(କନିଷ୍ଠ ଯନ୍ତ୍ରୀ)...

୮ ରେ ଭାରତ ବନ୍ଦ: କଂଗ୍ରେସ ଦେଲା ସମର୍ଥନ

ଭୁବନେଶ୍ୱର,୬।୧(ବ୍ୟୁରୋ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଜାନୁୟାରୀ ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଦରଦାମ ବୃଦ୍ଧି, ବେକାରି ଓ ସିଏଏ ବିରୋଧରେ ଏହି...

Leave a comment

Your email address will not be published. Required fields are marked *