Posted inଖେଳ

ବିଦା ହେବେ ଶ୍ରୀଲଙ୍କା କୋଚ୍‌

କଲମ୍ବୋ,୧୯ା୭(ଏଏଫ୍‌ପି)- ବିଶ୍ୱକପ୍‌ ବିଫଳତା ପରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫେର୍ନାଣ୍ଡୋ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦତ୍ୟାଗ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ଦଳ ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ୯ ମ୍ୟାଚ୍‌ରୁ ୩ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା। ଏଭଳି ବିଫଳତା ପରେ କୋଚ୍‌ ଚନ୍ଦିକା ହାଥାରୁସିଂଘା ନିଜଆଡ଼ୁ ଇସ୍ତଫା ଦେବେ ବୋଲି ଆଶା କରାଯାଉଥିଲା। ହେଲେ ସେ ମନା କରି ଦେଇଥିଲେ। ହାଥାରିଂଘା ଓ ତାଙ୍କ ସହାୟକ କୋଚ୍‌ଙ୍କୁ ବାଂଲାଦେଶ ଟୁର୍ନାମେଣ୍ଟ ପରେ ପଦ ଛାଡ଼ିବାକୁ କ୍ରୀଡ଼ାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶ ଦଳ ଆସନ୍ତା ଶନିବାର ଶ୍ରୀଲଙ୍କାରେ ପହଞ୍ଚତ୍ବ। ଏପ୍ରିଲରେ ଆତ୍ମଘାତୀ ବିସ୍ଫୋରଣ ପରେ ବାଂଲାଦେଶ ପ୍ରଥମ ବିଦେଶୀ ଦଳ ଭାବେ ଶ୍ରୀଲଙ୍କା ଗସ୍ତ କରିବ। ଦଳର ଫିଲ୍ଡିଂ କୋଚ୍‌ ଷ୍ଟିଭ ରିକ୍ସନ, ବ୍ୟାଟିଂ କୋଚ ଜନ ଲୁଇସ ଓ ଦ୍ରୁତ ବୋଲର କୋଚ୍‌ ରମେଶ ରାତନାୟାକେଙ୍କ ଚୁକ୍ତିରେ ବୃଦ୍ଧି କରାଯିବ ନାହିଁ ବୋଲି ଶ୍ରୀଲଙ୍କା କ୍ରିକେଟ ଅଫିସିଆଲ କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

କୋହଲିଙ୍କୁ ଟ୍ରୋଲ କଲେ ଜୁନିୟର ବଚ୍ଚନ

ନୂଆଦିଲ୍ଲୀ,୨୫।୫- ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ସହ ପ୍ରସ୍ତୁତ ହେଉଥିବା ଅଧିନାୟକ ବିରାଟ କୋହଲି ଟୋଟେନହାମ ହଟସପୁର ଷ୍ଟାର ହାରି...

କେନ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ

ବର୍ମିଂହାମ,୨୦।୬(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କିନ୍ତୁ...

ସୁପର ଓଭରରେ ଜିତିଲା ଜିମ୍ବାଓ୍ବେ

ଲଣ୍ଡନ,୨୬।୬- ଦିନିକିଆ ସିରିଜ୍‌ରେ ୨-୦ରେ ପରାସ୍ତ ହେବା ପରେ ସୁପର ଓଭର ଜରିଆରେ ଜିମ୍ବାଓ୍ବେ ପ୍ରଥମଥର ବିଜୟ ସ୍ବାଦ ଚାଖିଛି। ମଙ୍ଗଳବାର ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ...

ପାକିସ୍ତାନର ସଂଘର୍ଷପୂର୍ଣ୍ଣ ବିଜୟ

ଲିଡ୍ସ,୩୦।୬(ପି.ଟି.)- ଆଇସିସି ବିଶ୍ୱକପ୍‌ର ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ପାକିସ୍ତାନ ୨ଟି ବଲ ବାକି ରଖି ୩ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ...

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ ତ୍ରୁଟି

ଲଣ୍ଡନ/ମେଲବୋର୍ନ, ୧୬ା୭ (ପି.ଟି.)-ରବିବାର ଲଡର୍‌ସଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂରେ ଏକ ତ୍ରୁଟି ରହିଥିବା ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର ସିମନ ଟଫେଲ ଏବଂ କେ....

ଧୋନୀ, ଗିଲଖ୍ରୀଷ୍ଟଙ୍କଠାରୁ ଉନ୍ନତର ଉଇକେଟକିପର ବ୍ୟାଟ୍ସମ୍ୟାନ

କରାଚୀ,୨୨।୯: କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ଓ ଭାରତର ମହେନ୍ଦ୍ର ସିଂ ଧୋନୀ। ଏମାନଙ୍କୁ ପଛରେ ପକାଇଛନ୍ତି...

ଭାରତ ବିପକ୍ଷ ଦିନିକିଆ ସିରିଜ: ଅଷ୍ଟ୍ରେଲିଆ ଦଳରେ ଲାବୁସାନେ ସାମିଲ

ମେଲବୋର୍ନ, ୧୭।୧୨ (ପି.ଟି.)- ଆସନ୍ତା ମାସରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସି ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି...

ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ

ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ଟେନିସ୍‌ ଶେଷ ହୋଇଛି। ଟୁର୍ନାମେଣ୍ଟର ଏହି ୧୩୯ତମ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ...

Leave a comment

Your email address will not be published. Required fields are marked *